ଲେମ୍ବୁଜାତୀୟ

ଲେମ୍ବୁର ଚର୍ମ ରୋଗ

Elsinoe fawcettii

ଫିମ୍ପି

5 mins to read

ସଂକ୍ଷେପରେ

  • ଚମକିଲା ରଙ୍ଗର ବ୍ରଣ ଦେଖାଯାଏ.
  • ପରେ କୋନ ପରି ବିକୃତାକାର ଦେଖାଯାଏ ଯାହାର ଅଗ ବାଦାମୀ ଥାଏ.
  • ପତ୍ର ସବୁ ବିକୃତ, କୁଞ୍ଚିତ, ଶୁକୁଡ଼ି ଯାଏ ଯାହାର ଧାର ସବୁ ଚିରା ଫଟା ପରି ହୋଇଥାଏ.
  • ଫଳ, ଡାଳ, ଶାଖା ଏବଂ କାଣ୍ଡ ମଧ୍ୟ ପ୍ରଭାବିତ ହୋଇପାରେ.
  • ଗଛ ବୁଦାଳିଆ ଓ ବାଙ୍ଗରା ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଗଛର କିସମ ଓ ପରିବେଶ ଉପରେ ନିର୍ଭର କରି ଲକ୍ଷଣ ସବୁ ଅଳ୍ପ କିଛି ଭିନ୍ନ ହୋଇପାରେ. ସାଧାରଣତଃ ବହୁତ ଛୋଟ ଛୋଟ ପାଣି ଭିଜା ଦାଗ ପ୍ରଥମେ କଅଁଳ ପାତ୍ରରେ ଦେଖାଯାଏ. ସେମାନେ ପରେ ମଲାଈ ପରି ହଳଦିଆ କିମ୍ବା ଚମକିଲା ରଙ୍ଗର ବ୍ରଣ ପତ୍ରରେ ପରିଣତ ହେବାର ଉଭୟ ପାଖରେ ଦେଖାଦେଇଥାଏ. ରୋଗ ବଢି ଚାଲିଲେ ଏହି ବ୍ରଣ ସବୁ ଅସମ, କୋନ ପରି ବିକୃତ ହୋଇଯାଏ ଯାହାର ଅଗ ବାଦାମୀ ରଙ୍ଗର ଓ ମଖମଲି ହୋଇଥାଏ. ଏହା ପତ୍ରର ଅଧିକାଂଶ ଜାଗାରେ ମାଡ଼ିଥାଏ. ପୁରୁଣା ଦାଗର ଉପର ଭାଗ ଯାଦୁ ପରି ହୋଇଯାଏ ଓ ଫଟା କଣା ପରି ରଫ଼ ଦେଖାଯାଏ. ସଂକ୍ରମିତ ପତ୍ର ସବୁ ବିକୃତ, କୁଞ୍ଚିତ, ଶୁକୁଡ଼ି ଯାଏ ଯାହାର ଧାର ସବୁ ଚିରା ଫଟା ପରି ହୋଇଥାଏ. କଅଁଳ ଡାଳ, ଶାଖା ଏବଂ କାଣ୍ଡରେ ମଧ୍ୟ ଏକା ପ୍ରକାର ଲକ୍ଷଣ ଦେଖାଦେଇଥାଏ. ବାଙ୍ଗରା ହେଇଯିବା ଏବଂ ବୁଦାଳିଆ ବୃଦ୍ଧି ସାଧାରଣ ଲକ୍ଷଣ ଅଟେ. ଅତ୍ୟଧିକ ସଂକ୍ରମଣରେ ବହୁତ ସମୟରେ ପତ୍ରଝଡ଼ା ହୋଇଥାଏ. ଫଳରେ ଏହି ବ୍ରଣ ସବୁ ଅଳ୍ପ ଉଠି ଥାଏ ଓ ଗୋଲାପିରୁ ଇସତ ବାଦାମୀ ରଙ୍ଗର ହୋଇଥାଏ. ଯେତେବେଳ ଫଳ ପାଚେ, ସେଥିରେ ଘା ପରି ଯାଦୁ ଗୋଟେ ଜାଗାରେ ବହୁତ ସଂଖ୍ୟାରେ ବିକଶିତ ହୋଇଥାଏ ଯାହା ହଳଦିଆ ବାଦାମୀ କିମ୍ବା ଧୂସର ରଙ୍ଗର ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ବର୍ତ୍ତମାନ ଯାଏଁ ଏହି କବକ ବିରୋଧରେ କୌଣସି ଜୈବିକ ଉପଚାର ଉପଲବ୍ଧ ନାହିଁ. କପର ଆଧାରିତ ଜୈବିକ ଚାଷ ପାଇଁ ପ୍ରମାଣିତ କବକନାଶକ ବ୍ୟବହାର କରି ନୁଆଁ ସଂକ୍ରମଣ କିମ୍ବା ସଂକ୍ରମଣର ବିକାଶ କମ କରାଯାଇପାରେ. ଠିକ ଭାବେ ଯତ୍ନ ସହ ବ୍ୟବହାର ନ କଲେ କପର ବିଷାକ୍ତ ହୋଇପାରେ. ସେଥିପାଇଁ ଯତ୍ନ ନେବା ଦରକାର.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଥିରାମ (Thiram), ଡାଇଫେନୋକୋନାଜୋଲ (difenoconazole), କ୍ଲୋରୋଥାଲୋନିଲ (chlorothalonil) ପରି ସୁରକ୍ଷାତ୍ମକ କବକନାଶକ ବ୍ୟାପକ ସଂକ୍ରମଣକୁ ଦୂରେଇବା ପାଇଁ ବ୍ୟବହାର କରାଯାଇପାରେ. ଅନ୍ତର୍ଭେଦି କବକନାଶକ ମଧ୍ୟ ପ୍ରୟୋଗ କରାଯାଇପାରେ. କିନ୍ତୁ, କବକନାଶକ ପ୍ରତି ସହନଶୀଳ ଫିମ୍ପି ମଧ୍ୟ ଦେଖାଗଲେଣି.

ଏହାର କାରଣ କଣ

ଏଲସିନୋ ଫସେଟ୍ଟି (Elsinoe fawcettii) ଏବଂ ଏଲସିନୋ ଅସ୍ଟ୍ରାଲିସ (E. australis) ନାମକ ଫିମ୍ପି ଏହି ରୋଗ ର କାରଣ ଯାହା ବିଭିନ୍ନ କିସମର ଲେମ୍ବୁ ଗଛରେ ଏକ ପ୍ରକାର ଲକ୍ଷଣ ସୃଷ୍ଟି କରିଥାଏ. ଲେମ୍ବୁ, ଗ୍ରେପ୍ ଫଳ, ନାରଙ୍ଗୀ ଉଭୟ ଫିମ୍ପି ପ୍ରତି ଦୁର୍ବଳ. ଏଲସିନୋ ଫସେଟ୍ଟି ମୁଖ୍ୟତଃ ଖଟା କମଳା ଓ କିଛି କିସମର ମିଠା କମଳା ରେ ଆକ୍ରମଣ କରିଥାଏ. ଏଲସିନୋ ଅସ୍ଟ୍ରାଲିସ ମିଠା କମଳା ଓ ଲେମ୍ବୁରେ ଯାଦୁ ରୋଗ ସୃଷ୍ଟି କରିଥାଏ କିନ୍ତୁ ଖଟା କମଳାରେ ନୁହେଁ. ଗୋଲାପୀ ରୁ ବାଦାମୀ ରଙ୍ଗର ଜିନିଷ ଯାହା ପତ୍ରରେ ହୋଇଥିବା କୋନ ଆକୃତିର ବ୍ରଣ ଉପରେ ଏବଂ ଫଳରେ ଘା ପରି ଜାଗାରେ ଥାଏ, ସେସବୁ ଏହି ଫିମ୍ପିର ଜୀବାଣୁ. ଏହି ଜୀବାଣୁ ବର୍ଷା ଛାଟ, କାକର, ପବନ ଏବଂ ଓଭରହେଡ଼ ଜଳସେଚନ ଦ୍ୱାରା ବିସ୍ତାରିତ ହୋଇପାରନ୍ତି. ଏହି ଦୁଇଟି ଫିମ୍ପି ମଧ୍ୟରୁ ଏଲସିନୋ ଫସେଟ୍ଟି ଅଧିକ ବ୍ୟାପି ଥାଏ. କିନ୍ତୁ ଏଲସିନୋ ଅସ୍ଟ୍ରାଲିସ ଯେଉଁ ଲେମ୍ବୁ ଜାତୀୟ ଫସଲକୁ ଆକ୍ରମଣ କରେ ତାହା ବହୁତ ଜାଗାରେ ଚାଷ କରାଯାଇଥାଏ, ସେଥିପାଇଁ ଏଲସିନୋ ଅସ୍ଟ୍ରାଲିସ ର ସଂକ୍ରମଣ ଆର୍ଥିକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ.


ସୁରକ୍ଷାତ୍ମକ ଉପାୟ

  • କିଛି ଦେଶରେ ଲାଗୁ ଥିବା କ୍ୱାରାଣ୍ଟାଇନ ନିୟମ ଜାଣି ରଖନ୍ତୁ.
  • ପ୍ରାମାଣିକ ସୁତ୍ରରୁ ଅଣା ଯାଇଥିବା ବିହନ ବ୍ୟବହାର କରନ୍ତୁ.
  • ଯଦି ମିଳେ ତାହେଲେ ପ୍ରତିରୋଧି କିସମ ର ବିହନ ଚୟନ କରନ୍ତୁ.
  • ଲେମ୍ବୁ ଜାତୀୟ ଫସଲକୁ ଛାଡି ଅନ୍ୟ ଫସଲ ଯେମିତିକି ଆଭୋକାଡୋ କିମ୍ବା ଅମୃତଭଣ୍ଡା କୁ ଅନ୍ତଃ ଫସଲ ଭାବେ ଲଗାନ୍ତୁ.
  • ଅନାବନା ଘାସ ଜମି ଚାରିପାଖରୁ ବାହାର କରିଦିଅନ୍ତୁ.
  • ଯେଉଁ ଗଛ ରେ ରୋଗ ଥାଇପାରେ ବୋଲି ସନ୍ଦେହ ହୁଏ ତାହା ଅନ୍ୟ ଜମିକୁ ସ୍ଥାନାନ୍ତରଣ କରନ୍ତୁ ନାହିଁ.
  • ଓଭରହେଡ଼ ଜଳସେଚନ କରନ୍ତୁ ନାହିଁ.
  • ତୋଟାରୁ ପୁରୁଣା ଡାଳପତ୍ର, ଫଳ ବାହାର କରି ସଫା ରଖନ୍ତୁ.
  • ଗଛ କାଣ୍ଟଛାଣ୍ଟ କରନ୍ତୁ ଯଦ୍ୱାରା ବାୟୁ ପ୍ରବାହ ଭଲ ହୋଇପାରିବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ