ଲେମ୍ବୁଜାତୀୟ

ଲେମ୍ବୁ କଳା ଦାଗ

Phyllosticta citricarpa

ଫିମ୍ପି

ସଂକ୍ଷେପରେ

  • ଫଳଗୁଡିକର ଚୋପା ଉପରେ ନାନା ପ୍ରକାରର ଦାଗ ଓ ଚକଡା ଦେଖାଯାଏ.
  • ସଂକ୍ରମଣ ଗୁଡିକ ଫଳ ପୁରା ବଡ଼ ହେବା କିମ୍ବା ପାଚିବା ପର୍ଯ୍ୟନ୍ତ ଲୁଚି ରହିଥାଏ.
  • ସାଧାରଣତଃ ଗଛର ସୂର୍ଯ୍ୟ ଆଡକୁ ଥିବା ପାର୍ଶ୍ୱରେ ଏହାର ଲକ୍ଷଣସବୁ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଏହି କବକ ଦ୍ୱାରା ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଦେଇଥାଏ ମୁଖ୍ୟତଃ ଫଳ ଉପରେ ଦେଖାଯାଏ. ବହୁ ମିଲିମିଟର ବ୍ୟାସର ଟାଣ ଦାଗ ଦେଖାଯାଏ. ଏହି ଦାଗ ଗୁଡିକ ଗାତ ପରି ହୋଇଥାଏ ଯାହାର ମଝି ଭାଗ ହାଲକା ରଙ୍ଗର ହୋଇଥାଏ, ଯାହାର ଧାର ଗାଢ଼ ବାଦାମୀ ରୁ କଳା ରଙ୍ଗର ହୋଇଥାଏ. ପାଚିଲା କମଳା ରେ ବହୁତ ସମୟରେ ଏକ ସବୁଜ ରଙ୍ଗର ବଳୟ ଥାଏ. ମେଲାନୋଜ କବକ ଦେଖାଯାଏ ଯାହା ଟିକେ ଉପରକୁ ଉଠିଥାଏ ଓ ଗାଢ଼ ବାଦାମୀ ରୁ କଳା ଦାଗ ହୋଇଥାଏ. ସବୁଜ ଫଳରେ ଏହି ଫିମ୍ପି ଦାଗ ସବୁ ମିଶି ଯାଇଥାଏ. ଏହି ଦାଗ ଗୁଡିକ ନାରଙ୍ଗୀ ରୁ ଲାଲ, ସମତଳ, 1-3 ମିମି ବ୍ୟାସର ହୋଇଥାଏ ଏବଂ ସିଜନ ର ଶେଷ ଆଡକୁ ହୋଇଥାଏ. ଏହି ଦାଗ ସବୁ ପରେ ପରେ ବାଦାମୀ ରଙ୍ଗର ହୋଇଯାଇଥାଏ. ଭୀଷଣ ଭାବେ ରୋଗ ହୋଇଥିବା ଦାଗ ଗୁଡିକ ବଡ, ଟିକେ ଦାବିଲା ଭଳିଆ ହୋଇଥାଏ ଯାହା ପାଚିଲା ଫଳରେ ବହୁତ ଜାଗାରେ ଅସମ ଭାବେ ବ୍ୟାପିଥାଏ. ସାଧାରଣତଃ ପତ୍ରରେ ଦାଗ ଦେଖାଯାଏ ନାହିଁ. କିନ୍ତୁ ବେଳେବେଳେ ଲେମ୍ବୁ ଗଛରେ ଛୋଟ, ଦବିଲା ପରି, ଶଢା ଦାଗ ଦେଖାଯାଏ ଯାହାର ମଝି ଅଂଶ ହାଲକା ରଙ୍ଗର ହୋଇଥାଏ ଏବଂ ଧାର ଗାଢ଼ ରଙ୍ଗର ହୋଇଥାଏ. ଏଥିରେ ଏକ ରଙ୍ଗହୀନ ବଳୟ ମଧ୍ୟ ରହିପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଜାଲ ଦ୍ୱାରା କବକ ରେଣୁ ନିରୀକ୍ଷଣ କରନ୍ତୁ ଏବଂ ବୃଷ୍ଟିପାତ ଓ କାକର ର ପରିମାଣ ଅନୁମାନ କରି କବକନାଶକ ପ୍ରୟୋଗର ପ୍ରକୃଷ୍ଟ ସମୟ ନିର୍ଣ୍ଣୟ କରିବା ପାଇଁ ସହାୟକ ହୋଇଥାଏ. କପର ଯୁକ୍ତ ବହୁତ କବକନାଶକ ଏହି ରୋଗବାହକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ. ଅମଳ ପରେ ଗରମ ପାଣି ଦ୍ୱାରା ଉପଚାର କରିବା କିମ୍ବା ଫଳକୁ ମହମର ପ୍ରଲେପ ଲଗାଇ ଏହି ରୋଗକାରକ ର କ୍ଷମତା ଓ ଲକ୍ଷଣ ଦେଖାଯିବା କମ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅମଳ ପୂର୍ବରୁ ବେଞ୍ଜିମିଡାଜୋଲ କବକନାଶକ କୁ ନିବାରଣ ଉପାୟ ହିସାବରେ ସ୍ପ୍ରେ କରି ଭଣ୍ଡାରଣ କିମ୍ବା ପରିବହନ ସମୟରେ ଫଳରେ ଦେଖାଯିଵା ଲକ୍ଷଣ କୁ ବିଳମ୍ବିତ କରା ଯାଇପାରେ. ଗୁଆଜାଟିନ କିମ୍ବା ଇମାଜଲିଲ ଦ୍ୱାରା ଉପଚାର କରିବା ଦ୍ୱାରା କଳା ଦାଗ ଘା ର ଏହି କବକର ବଞ୍ଚିବା କ୍ଷମତା କୁ କମ କରିପାରେ. ସ୍ଟ୍ରୋବିଲୁରରିନ (strobilurins), ଡାଇଥାଇଓକାର୍ବାମେଟ (dithiocarbamates) ଏବଂ ବେଞ୍ଜିମିଡାଜୋଲ (benzimidazoles) ଭଳି କବକନାଶକ ମଧ୍ୟ ଏହି କବକ ବିରୋଧରେ ନିୟନ୍ତ୍ରଣ ପାଇଁ ପ୍ରଭାବୀ ହୋଇଥାଏ, କିନ୍ତୁ ଅନେକ ଅଞ୍ଚଳରେ ପ୍ରତିରୋଧକତା ମଧ୍ୟ ସୃଷ୍ଟି କରିଅଛି.

ଏହାର କାରଣ କଣ

ଏହି କବକ ପତ୍ରର ଅବଶେଷ ରେ ଶୀତଋତୁରେ ନିଷ୍କ୍ରିୟ ଅବସ୍ଥାରେ ଥାଏ ଏବଂ ବସନ୍ତ ଋତୁରେ ରେଣୁ ସୃଷ୍ଟି କରିବା ଆରମ୍ଭ କରିଥାଏ. ଏହି ପ୍ରକ୍ରିୟା ପତ୍ର ଅବଶେଷ ବାରମ୍ବାର ଓଦା ହେବା ଓ ଶୁଖିବା ଯୋଗୁଁ ତ୍ୱରାନ୍ୱିତ ହୋଇଥାଏ. ଫିମ୍ପିର ରେଣୁ ଗୁଡିକ ବର୍ଷ କିମ୍ବା ଜଳସେଚନ ବେଳେ ବାହାରକୁ ବାହାରିଥାଏ. ଏହା ପବନ କିମ୍ବା ପାଣି ଦ୍ୱାରା ବିସ୍ତାରିତ ହୋଇଥାଏ ଏବଂ ଦୁର୍ବଳ ଟିସୁ ଉପରେ ପଡିଲେ ଅଙ୍କୁରିତ ହୋଇଥାଏ. ପତ୍ର 10 ମାସ ବୟସର ହେବା ପର୍ଯ୍ୟନ୍ତ, ଫଳ ଆରମ୍ଭ ହେବାର 4-5 ମାସ ପର୍ଯ୍ୟନ୍ତ ଏହି କବକ ସଂକ୍ରମଣ ପାଇଁ ସମ୍ବେଦନଶୀଳ ଅଟନ୍ତି. ସଂକ୍ରମଣ ପରେ ଏହି କବକ ଚୋପା ଅଧିଚର୍ମ ଏବଂ କ୍ୟୁଟିକଲ ମଧ୍ୟରେ ବଂଶ ବିସ୍ତାର କରିଥାଏ. ଏହି ସଂକ୍ରମଣ ଫଳ ପାଚିଲା ପର୍ଯ୍ୟନ୍ତ ନିଷ୍କ୍ରିୟ ଓ ଅଦୃଶ୍ୟ ରହିଥାଏ. ପତ୍ରରେ ହୋଇଥିବା ସଂକ୍ରମଣ ଛୁପି ରହିଥାଏ କିନ୍ତୁ ପୁରୁଣା ପତ୍ରରେ ଦାଗ ଦେଖାଦେଇପାରେ. ପତ୍ରରେ ଥିବା ଦାଗ ସାଧାରଣତଃ ଜେଲାଟିନ ପରି ରେଣୁ ସୃଷ୍ଟି କରିଥାଏ ଯାହା ଓଦା ପାଣିପାଗରେ ପାଣିରେ ମିଶିଯାଏ. ଏହି ରୋଗ ବାରମ୍ବାର ବର୍ଷା କିମ୍ବା ପାଣି ଛାଟ ଦ୍ୱାରା ଅତି ଶୀଘ୍ର ବ୍ୟାପି ଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଜାଗାରୁ ଅଣାଯାଇଥିବା ସୁସ୍ଥ କୃଷି ସାମଗ୍ରୀ ବ୍ୟବହାର କରନ୍ତୁ.
  • ଯଦି ଉପଲବ୍ଧ ଥାଏ ତାହେଲେ, ପ୍ରତିରୋଧି କିସମର ଗଛ ଲଗାନ୍ତୁ.
  • ପତ୍ରରେ ଆର୍ଦ୍ରତା କମ କରିବା ପାଇଁ ଲେମ୍ବୁ ତୋଟାରେ ବାୟୁ ପ୍ରବାହ ଅଧିକ ହେବା ଦରକାର.
  • ନିୟମିତ ଭାବେ ରୋଗର ଲକ୍ଷଣଗୁଡିକ ପାଇଁ ତୋଟାକୁ ନିରୀକ୍ଷଣ କରନ୍ତୁ.
  • ଗଛର ପ୍ରାକୃତିକ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଉପଯୁକ୍ତ ଭାବେ ସାର ପରିଚାଳନା କରନ୍ତୁ.
  • ସିଜନ ରେ କିମ୍ବା ଅଫ ସିଜନ ରେ ହେଉ, ସଂକ୍ରମିତ ଗଛର ଅଂଶ କୁ ବାହାର କରି ଜଳାଇ କିମ୍ବା ପୋତି କିମ୍ବା ଗାଈଗୋରୁଙ୍କୁ ଖୁଆଇ ତୁରନ୍ତ ନଷ୍ଟ କରି ଦିଅନ୍ତୁ.
  • ଫଳ ସବୁକୁ ଯଥା ସମ୍ଭବ ଥଣ୍ଡା ଓ ଶୁଖିଲା ରଖନ୍ତୁ ଯାହା ଭଣ୍ଡାରଣ ସମୟରେ ଦାଗ ର ବିକାଶକୁ ଧୀର କରିଦିଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ