Colletotrichum gloeosporioides
ଫିମ୍ପି
ପତ୍ର ଉପରେ ପ୍ରାୟତଃ ଗୋଲାକାର ଦାଗ ଦେଖାଯାଏ. ଏହି ଦାଗ ଗୁଡିକ ହାଲକା ବାଦାମୀ ରଙ୍ଗର ଓ ଏହାର ଧାର ସ୍ପଷ୍ଟ ବାଇଗଣୀ ରଙ୍ଗ ହୋଇଥାଏ. ଏହି ଦାଗ ଗୁଡିକର ମଝି ଅଂଶ ଧୀରେ ଧୀରେ ଧୂସର ରଙ୍ଗ ହୋଇଯାଏ ଏବଂ ସଂକ୍ରମଣର ପରବର୍ତ୍ତୀ ସମୟରେ ଏଥିରେ ଛୋଟ ଛୋଟ କଳା ଦାଗ ଏପଟେ ସେପଟେ ବିଛେଇ ହୋଇ ପଡିଲା ପରି ଦେଖାଯାଇପାରେ. ପରିପାର୍ଶ୍ଵିକ କାରଣ ଯୋଗୁଁ ଆଘାତ ହୋଇଥିଲେ (ପୋକ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଲାଗିଥିବା ଆଘାତ) ଗଛ ଆନ୍ଥ୍ରାକନୋଜ କବକ ଆକ୍ରମଣ ପାଇଁ ସଂବେଦନଶୀଳ ହୋଇ ଯାଇଥାଏ. ଫଳ ଯଦି ଆଗରୁ ଖରା କିମ୍ବା ରସାୟନ ଯୋଗୁଁ ପୋଡ଼ିଯାଇଥାଏ, ପୋକ ଦ୍ୱାରା କ୍ଷତ ହୋଇଥାଏ, ରା଼ଞ୍ଚୁଡି ହୋଇଥାଏ କିମ୍ବା ଖରାପ ରୂପେ ଭଣ୍ଡାରଣ କରାଯାଇଥାଏ ତାହେଲେ ଆନ୍ଥ୍ରାକନୋଜ ବିକାଶ ହେବା ପାଇଁ ସଂବେଦନଶୀଳ ହୋଇ ଯାଇଥାଏ. ଫଳରେ ଟାଣ ଓ ଶୁଖିଲା ବାଦାମୀ ରୁ କଳା ଦାଗ ଦେଖାଯାଏ ଯାହା 1.5 ମିମି କିମ୍ବା ଟିକେ ବଡ଼ ବ୍ୟାସର ହୋଇଥାଏ. ଖଣ୍ଡିଆଖାବରା ଜାଗାରେ ବଢୁଥିବା ଆନ୍ଥ୍ରାକନୋଜ କବକ ରେଣୁ ସାଧାରଣତଃ ବାଦାମୀ ରୁ କଳା ରଙ୍ଗର ହୋଇଥାଏ କିନ୍ତୁ ଅଧିକ ଆର୍ଦ୍ର ପରିବେଶରେ ଗୋଲାପୀ କିମ୍ବା ଇଷତ୍ ଗୋଲାପୀ ରଙ୍ଗରେ ପରିଣତ ହୋଇଥାଏ.
ବାସିଲସ୍ ସବ୍ଟିଲିସ୍ କିମ୍ବା ବାସିଲସ୍ ମାଇଲୋଲିକ୍ୟୁଫେସିଏନ୍ସ୍ ଉପରେ ଆଧାରିତ ଜୈବିକ କବକନାଶକ ଯଦି ଅନୁକୂଳ ପରିବେଶରେ ପ୍ରୟୋଗ କରାଯାଏ ତାହେଲେ ଭଲ କାମ ଦିଏ. ବିହନ ଓ ଫଳ କୁ ଗରମ ପାଣି (48°C ) ରେ 20 ମିନିଟ ରଖିଲେ ସେଥିରେ ଥିବା କବକ ମରିଯାଏ ଓ ଆଗକୁ ଏହି ରୋଗର ବିସ୍ତାର ଜମିରେ କିମ୍ବା ପରିବହନ ବେଳେ ବନ୍ଦ ହୋଇ ଯାଇଥାଏ. କପର ସଲଫେଟ ଥିବା କବକନାଶକ ସ୍ପ୍ରେ କିମ୍ବା ବିହନକୁ ଏହା ସହ ଉପଚାର କଲେ ଆନ୍ଥ୍ରାକନୋଜ ସଂକ୍ରମଣର ଆଶଙ୍କା କମ ହୋଇଯାଇଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଆଯ଼ୋକ୍ସିଷ୍ଟ୍ରୋବିନ୍ କିମ୍ବା କ୍ଲୋରୋଥାଲୋନିଲ୍ ଥିବା କବକ ନାଶକ ନିୟମିତ ଭାବେ ସ୍ପ୍ରେ କଲେ ସଂକ୍ରମଣର ଆଶଙ୍କା କମ କରିହେବ. ଏହି କବକ ନାଶକ ମିଶ୍ରଣ ଦ୍ୱାରା ବିହନ ଉପଚାର ମଧ୍ୟ କରାଯାଇପାରେ. ଶେଷରେ ଭଲ ଖାଦ୍ୟ ମାନ ର ମହମ ସହିତ ଅମଳ ପରବର୍ତ୍ତୀ କବକ ନାଶକ ମିଶାଇ ପ୍ରୟୋଗ କଲେ ବିଦେଶ ବଜାରକୁ ରପ୍ତାନି କରା ଯିବାକୁ ଥିବା ଫଳରେ ମଧ୍ୟ ସଂକ୍ରମଣ କମ କରା ଯାଇପାରେ.
ଆନ୍ଥ୍ରାକନୋଜ ଗଛର ମୃତ କାଠ ଉପରେ ବିକଶିତ ହୋଇଥାଏ ଏବଂ ଏହା ଅଳ୍ପ ଦୂର ପର୍ଯ୍ୟନ୍ତ ବର୍ଷା ଛାଟ ରେ, ଅଧିକ କାକର ରେ ଏବଂ ଉପରୁ ଜଳସେଚନ କରିବା ଦ୍ୱାରା ପ୍ରବାହିତ ହୋଇଥାଏ. ଏପରି ଭାବେ, କଅଁଳ ପତ୍ର ଏବଂ ଫଳର ସଂବେଦନଶୀଳ କୋଷ ଯାଏଁ ପହଂଚେ ଓ ଉପରେ ପଡି ଏହା ବଢିଥାଏ ଓ ରୋଗର ଲକ୍ଷଣ ସୃଷ୍ଟି କରିଥାଏ. ନୂଆ ଦଳର ରେଣୁ ଗୁଡିକ ସବୁ ପତ୍ର ଓ ଫଳରେ ହୋଇଥିବା ଦାଗ ବା ଘା' ରେ ଥିବା ପ୍ରଜନନୀ ଅଂଶ ଉପରେ ସୃଷ୍ଟି ହୋଇଥାଏ. ଏହି ରେଣୁ ଗୁଡିକ ପବନ ଦ୍ୱାରା ଉଡି ଦୂର ଜାଗାକୁ ଯାଇପାରେ ଓ ରୋଗକୁ ଦୁର ଦୁର ଯାଏଁ ପ୍ରବାହିତ କରିପାରେ. ତାହା ପରେ ଏହି ରେଣୁର ଅଂକୁରଣ ହେବା ପରେ ପରେ ଏକ ବିଶ୍ରାମ ଜାଗା ତିଆରି କରନ୍ତି ଓ କିଛି କ୍ଷତ ହେବା ପର୍ଯ୍ୟନ୍ତ କିମ୍ବା ଫଳର ଅମଳ ପରବର୍ତ୍ତୀ ଉପଚାର(ଉଦାହରଣ ସ୍ୱରୁପ - ଡିଗ୍ରୀନିଂ) ପର୍ଯ୍ୟନ୍ତ ନିଷ୍କ୍ରିୟ ରହିଥାନ୍ତି. ଏହି କବକ ଗୁଡିକର ବିକାଶ ପାଇଁ ଅନୁକୂଳ ପରିବେଶ ହେଲା ଅତ୍ୟଧିକ ଆର୍ଦ୍ରତା ଓ 25-28 °C ତାପମାନ. କିନ୍ତୁ ସାଧାରଣତଃ ସଂକ୍ରମଣ 20-30 °C ତାପମାନରେ ସୃଷ୍ଟି ହୋଇପାରେ.