କ୍ଷୁଦ୍ର ଶସ୍ୟ

ପାଇରିକୁଲାରିଆ ପତ୍ର ଦାଗ

Magnaporthe oryzae

ଫିମ୍ପି

5 mins to read

ସଂକ୍ଷେପରେ

  • ଧୂସର, ପାଣି ଭିଜା ପତ୍ର କ୍ଷତ ଚିହ୍ନ। ସମୟ କ୍ରମେ ବଡ ଓ ମାଟିଆ ରଙ୍ଗରେ ପରିଣତ ହୋଇଥାଏ। ପତ୍ର ହଳଦିଆ ହୋଇ ଝାଉଁଳି ଯାଏ। ପତ୍ରର ଅସମୟ ମୃତ୍ୟୁ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

ପ୍ରଥମେ ଏହି ରୋଗ ପାଣି ଭିଜା କ୍ଷତ ଦାଗ ଭଳି ପରିଲକ୍ଷିତ ହୁଏ ଯାହାକି ପରେ ବଡ ହୋଇ ଧୂସର କେନ୍ଦ୍ର ସହିତ ବିଗଳିତ (ମାଟିଆ) ହୋଇଥାଏ। ଦାଗ ଗୁଡିକ ଦୀର୍ଘବୃତ୍ତାକାର କିମ୍ବା ଠିକିରି ଆକାରର ଏବଂ ପ୍ରାୟ 2.5 ମିମି ବ୍ୟାସ ବିଶିଷ୍ଟ ହୋଇଥାଏ। ଅନେକ ସମୟରେ ଏଗୁଡିକ ଏକ ହଳଦିଆ ପାଣ୍ଡୁର ବଳୟ ଦ୍ଵାରା ଘେରି ରହିଥାନ୍ତି ଯାହାକି ବଢିବା ସମୟରେ ବିଗଳିତ ହୋଇଥାନ୍ତି ଓ ଏକ କୈନ୍ଦ୍ରିକ ବଳୟ ପରିଦୃଶ୍ୟ ହୋଇଥାନ୍ତି। ଶସ୍ୟ କାଣ୍ଡ ମଧ୍ୟ, ସାଧାରଣତଃ ପତ୍ରାଛଦରେ ପ୍ରଭାବିତ ହୋଇପାରେ ଏବଂ ଅଧିକ ସଂକ୍ରମଣ ସ୍ଥଳେ ମରିଯିବାର ସମ୍ଭାବନା ଥାଏ। କେଣ୍ଡା, ଯଦି ବେକରେ ପ୍ରଭାବିତ ହୋଇଥାଏ, ସ୍ଥାୟୀ ହୁଏନାହିଁ ଏବଂ ଯଦି ବା ବିକଶିତ ହୁଏ, ଦାନା ଶୁକୁଟା ହୋଇଯାଏ। ଅତିମାତ୍ରାରେ ସଂକ୍ରମଣ କ୍ଷେତ୍ରରେ, ଅଧିକ ପାଣ୍ଡୁରତା ନୂଆ ପତ୍ରରେ ଅସମୟ ଶୁଷ୍କତା ସୃଷ୍ଟି କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ବୋର୍ଡକ୍ସ ମିଶ୍ରଣ ପ୍ରୟୋଗ ନର୍ସରୀରେ 8 -10 ଦିନ ଓ ମୁଖ୍ୟ ଜମିରେ 14 ଦିନ ଅନ୍ତରରେ ସୁପାରିସ କରାଯାଏ। ଯେହେତୁ ସର୍ବାଧିକ କ୍ଷତି ବେକ ସଂକ୍ରମଣରୁ ଆସିଥାଏ, କେଣ୍ଡା ବାହାରିବା ପୂର୍ବରୁ ଫସଲରେ ସିଞ୍ଚନ କରିଲେ ଏହା ସଂକ୍ରମଣ ହ୍ରାସ କରିବାରେ ଫଳପ୍ରସୂ ହୋଇନଥାଏ। ରସୁଣ, ନିମ୍ବ ନିର୍ଯାସ କିମ୍ବା ହିନୋସାନ (ଏକ ଅର୍ଗାନୋଫସଫେଟ) ମଧ୍ୟ କବକ ଦମନ କରିବାରେ ଫଳପ୍ରସୂ ହୋଇଥାଏ। ଅର୍ଗାନୋମର୍କୁରିଆଲ ପଦାର୍ଥ ମଧ୍ୟ ବିହନ ଉପଚାର କରିଲେ ରୋଗ ହ୍ରାସ କରିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି କବକ ଦମନ କରିବାରେ ଟ୍ରାଇସାଇକ୍ଲାଜୋଲ ଥିବା କବକନାଶକ ଅଧିକ ଫଳପ୍ରସୂ ହୋଇଥାଏ। ପ୍ରୋକ୍ଲୋରାଜ ଦ୍ଵାରା ଉପଚାର ମଧ୍ୟ ଯଥେଷ୍ଟ ପରିମାଣରେ କବକ ହ୍ରାସ କରିଥାଏ। ଜମିରେ ଫଳପ୍ରସୂ ନିୟନ୍ତ୍ରଣ ଏବଂ ଅଧିକ ଦାନା ଅମଳ ପାଇବାକୁ ହେଲେ ଏହି ରାସାୟନିକ ପଦାର୍ଥ ଗର୍ଭ ଅବସ୍ଥାରୁ ଆରମ୍ଭ କରି ସପ୍ତାହ ଅନ୍ତରରେ ତିନି ଥର ସିଞ୍ଚନ କରାଯିବା ଉଚିତ।

ଏହାର କାରଣ କଣ

ମାଗ୍ନାପୋର୍ଥେ ଓରାଇଜେ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହା ଗଛ ଅବଶେଷ କିମ୍ବା ସଂକ୍ରମିତ କେଣ୍ଡାର ଶୁକୁଟା ଦାନାରେ ଲାଗି ରହିପାରେ। ପ୍ରାରମ୍ଭିକ ସମୟରେ ବାଳୁଙ୍ଗା କିମ୍ବା ବିକଳ୍ପ ପୋଷକ ଭାବେ କାର୍ଯ୍ୟ କରୁଥିବା ଶସ୍ୟରୁ ଆସି ଏହା ମୁଖ୍ୟତଃ ପବନ ବାହିତ ରେଣୁ ଦ୍ଵାରା ବିସ୍ତାର ଲାଭ କରିଥାଏ। ସଂକ୍ରମିତ ବିହନ ନର୍ସରୀରେ ସଂକ୍ରମଣ କରି ପରେ ମୁଖ୍ୟ ଜମିରେ ବିସ୍ତାର ଲାଭ କରିପାରେ। ଆର୍ଦ୍ର ପରିବେଶ ଓ ଉଷ୍ମ ତାପମାତ୍ରାରେ ଏହି ରୋଗ ପାଇଁ ଅଧିକ ଅନୁକୂଳିତ ହୋଇଥାଏ ଏବଂ ରେଣୁ ଧାରଣ କରିଥିବା ଅଲିଭ-ଧୂସର ଅତିବୃଦ୍ଧି ଦେଖାଇ ଥାଏ। ଅଙ୍କୁରଣ, ରେଣୁ ଗଠନ ଏବଂ ପୋଷକ କୋଷର ଆକ୍ରମଣ 25 °Cରେ ସର୍ବାଧିକ ହୋଇଥାଏ। ଯେହେତୁ ରୋଗା କେଣ୍ଡାର ଦାନା କବକ ବହନ କରିଥାଏ, ପରବର୍ତ୍ତୀ ଋତୁରେ ଏହି ବିହନ ବ୍ୟବହାର କରିବା ଉଚିତ ନୁହେଁ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛ କିମ୍ବା ପ୍ରାମାଣିକ ସୂତ୍ରରୁ ବିହନ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ଏହି ରୋଗର ଲକ୍ଷଣ ପାଇଁ ନର୍ସରୀ ଏବଂ ଜମି ନିୟମିତ ନିରୀକ୍ଷଣ କରନ୍ତୁ। ସଂକ୍ରମିତ ଗଛ ତୁରନ୍ତ କାଢି ନଷ୍ଟ କରନ୍ତୁ। ଅମଳ ପରେ ଜମି ହଳ କରନ୍ତୁ ଏବଂ ଫସଲ ଅବଶେଷ ନଷ୍ଟ କରନ୍ତୁ। ଜମିରେ ଓ ଚାରିପାଖରେ ବାଳୁଙ୍ଗା ଓ ବିକଳ୍ପ ପୋଷକ ଗଛ ନିୟନ୍ତ୍ରଣ କରନ୍ତୁ। ସଂକ୍ରମିତ ଜମିରୁ ନୂଆ ସ୍ଥାନକୁ ବିହନ ନିଅନ୍ତୁ ନାହିଁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ