ସୋୟାବିନ

ସୋୟାବିନର ବାଦାମୀ ଚିହ୍ନ

Septoria glycines

ଫିମ୍ପି

5 mins to read

ସଂକ୍ଷେପରେ

  • ପୁରୁଣା ପତ୍ରରେ ହଳଦିଆ ଧାର ସହିତ ଲାଲ ବାଦାମୀ ଦାଗ ହୁଏ ।ଦାଗ ପରସ୍ପର ମିଶିପାରନ୍ତି , ବଡ ବାଦାମୀ ଜାଗା ସୃଷ୍ଟି କରି ହଳଦିଆ ବଳୟ ଦ୍ଵାରା ଘେରି ରହନ୍ତି । ପୁରା ପତ୍ର ବାଦାମୀ କଳଙ୍କି, ହଳଦିଆରେ ପରିଣତ ହୁଏ ଓ ଅକାଳରେ ଝଡିପଡେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ପ୍ରଥମ ଲକ୍ଷଣ, ସାଧାରଣତଃ , ପତ୍ର ସମୂହର ତଳେ ପୁରନା ପତ୍ରରେ ଦେଖାଯାଏ । ଗଛର ବୃଦ୍ଧି ଋତୁରେ ଗରମ ଓ ବର୍ଷା ପାଣିପାଗ ଏହାର ବିକାଶ ଅନୁକୂଳ କରେ । ପତ୍ରର ଗୋଟିଏ ବା ଉଭୟ ପଟରେ ଛୋଟ ଅନିୟମିତ ଗାଢ ବାଦାମୀ ଦାଗ ବିକଶିତ ହୁଏ । ରୋଗ ବଢିବା ବେଳେ , ଦାଗ ବଡ ହୋଇ ପରସ୍ପର ମିଶନ୍ତି ଓ ହଳଦିଆ ବଳୟ ସହିତ ବଡ ବାଦାମୀ ଜାଗା ସୃଷ୍ଟି କରନ୍ତି , ଅନେକ ସମୟରେ ପତ୍ର ଧାରେ ଧାରେ କିମ୍ବା ଶିରା ପାଖରେ ଆରମ୍ଭ କରନ୍ତି । ପରେ ,ପୁରା ପତ୍ର ବାଦାମୀ କଳଙ୍କି, ହଳଦିଆରେ ପରିଣତ ହୁଏ ଓ ଅକାଳରେ ଝଡିପଡେ । ଯାହାହେଲେବି , ବ୍ୟାପକ କ୍ଷତି ହୁଏ ନାହି ଓ ବହୁତ କମ ସମୟରେ ଅମଳ କ୍ଷତି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ସମ୍ପ୍ରସାରିତ ବର୍ଷା ପାଣିପାଗରେ , ବେଶିଲସ ସବଟିଲିସ ଥିବା ପଦାର୍ଥ ରୋଗ ବୃଦ୍ଧିର ସହଳ ଅବସ୍ଥାରେ ପ୍ରୟୋଗ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ବାଦାମୀ ଦାଗ ଯୋଗୁଁ ହେଉଥିବା କ୍ଷତି ଅତି ନଗଣ୍ୟ ଅଟେ । ତେଣୁ କବକନାଶୀ ଉପଚାର ସୁପାରିସ କରାଯାଏ ନାହି । ପ୍ରତିଷେଧକ ରୂପେ ବିହନ ଉପଚାର କରାଯାଇପାରେ । ବର୍ଷା ସମୟରେ , ଆଯୋକ୍ସିସ୍ତ୍ରୋବିନ , କ୍ଳୋରୋଥାଲୋନୀଲ , ମାଙ୍କୋଜେବ ଏବଂ ପାଇରାକ୍ଳୋଷ୍ତ୍ରୋବିନ ଗଛର ଭୁଇଁ ଉପର ଅଂଶରେ ସିଞ୍ଚନ କରନ୍ତୁ ( ସାଧାରଣତଃ 2-2.5 ଗ୍ରାମ /ଲିଟର )।

ଏହାର କାରଣ କଣ

ସେପ୍ଟୋରିଆ ଗ୍ଲାଇସିନିସ କବକ( ଯାହାକି ମାଟିରେ ଥିବା ସଂକ୍ରମିତ ଗଛ ଅବଶେଷରେ ଶୀତସୁପ୍ତି କରେ ) ଯୋଗୁଁ ଏହି ପତ୍ରର ବାଦାମୀ ଦାଗ ରୋଗ ହୁଏ । ଯେହେତୁ ଏହା ବିହନ ବାହିତ ନୁହେଁ , ଏହା ସାଧାରଣତଃ ମଧ୍ୟ ଠାରୁ ବିଳମ୍ବ ଋତୁରେ ହୁଏ । ଏହି ରୋଗର ବିକାଶ ଲଗାତର ପତ୍ର ଓଦା ରହିବା ଭଳି ପରିବେଶ ପରିସ୍ଥିତିରେ ଅନୁକୂଳିତ ହୁଏ । ସମ୍ପ୍ରସାରିତ ଗରମ ସମୟ , ଆର୍ଦ୍ର ଏବଂ ବର୍ଷା ପାଣିପାଗ ଓ 25 ଡିଗ୍ରୀ C ତାପମାତ୍ରା ଏହାର ବୃଦ୍ଧି ପାଇଁ ଆଦର୍ଶ ବା ଅନୁକୂଳ ଅଟେ। ପ୍ରଥମ ସଂକ୍ରମଣ ହୁଏ ଯେତେବେଳେ ବର୍ଷା ଛିଟ ଓ ପବନ ରେଣୁକୁ ତଳ ପତ୍ର ଉପରେ ବିକ୍ଷିପ୍ତ କରାଏ । ଏହି ପରିସ୍ଥିତିରେ ଗଛ ଗଛ ମଧ୍ୟରେ ଦ୍ଵିତୀୟକ ସଂକ୍ରମଣ ମଧ୍ୟ ହୁଏ । ଯାହାହେଲେବି , ଏହି ରୋଗ ପ୍ରାଥମିକ ଭାବରେ ତଳ ପତ୍ରରେ ହିଁ ରହିଥାଏ ଏବଂ ଯଦି ପାଣିପାଗ ପରିସ୍ଥିତି ଗରମ ଓ ଶୁଖିଲା ହୁଏ , ଏହା ବିରଳ ଭାବରେ ଉପର ପତ୍ର ସମୂହକୁ ଯାଏ । ସାଧାରଣତଃ , ଅମଳ ଉପରେ ଏହାର ପ୍ରଭାବ କମ ଥାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ , ସହନୀୟ କିସମ ଲଗାନ୍ତୁ ।ଅମଳ ପରେ ହଳ କରି ଗଛ ଅବଶେଷ ଗଭୀର ମାଟିରେ ପୋତନ୍ତୁ । ମକା , ଗହମ ଓ ଅନ୍ୟ ଶସ୍ୟ ଏବଂ ଅଲଫାଲଫା ସହିତ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ