Sclerotinia sclerotiorum
ଫିମ୍ପି
ବିଭିନ୍ନ ପୋଷକ ଫସଲ ମଧ୍ୟରେ ଏହି ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ କିନ୍ତୁ ବହୁତ ସାମଞ୍ଜସ୍ୟ ବି ରହିଥାଏ. ପ୍ରଥମେ, ଅସମ ଆକାରର ପାଣି ଭିଜା ଚକଡା ଫଳ, ପତ୍ର କିମ୍ବା ଡ଼େମ୍ଫ ଉପରେ ଦେଖାଦେଇଥାଏ. ଚକଡା ଯେତେବେଳେ ବଡ଼ ହୋଇଯାଏ, ଏହା ଉପରେ ଏକ ସଘନ ତୁଳା ପରିକା କବକ ଦେଖାଯାଏ ଯାହା ପରବର୍ତୀ ସମୟରେ ଧୂସର କିମ୍ବା କଳା ରଙ୍ଗର ପ୍ରଜନନକ୍ଷମ କବକ ବିଛେଇ ହୋଇ ପଡିଥାଏ ଯାହାକୁ ସ୍କ୍ଲେରୋସିଆ (Sclerotia) କୁହାଯାଏ. ଶୁଖିଲା ଘା କନ୍ଦରା ତଳେ ଏବଂ ଶାଖାରେ ଦେଖାଦେଇଥାଏ ଯାହା ସ୍ପଷ୍ଟ ଭାବେ ସୁସ୍ଥ ଟିସୁ ଠାରୁ ଅଲଗା ଥାଏ. ଏହା କିଛି ଫସଲର ମୂଳରେ ଭଲ ଭାବେ ଦେଖାଯାନ୍ତି. ଫସଲର ଶେଷ ସମୟରେ ଏହି କବକ କାନ୍ଦ ଓ ଉପର ଭାଗକୁ ଗୁଡେଇ ଦିଅନ୍ତି ଯାହା ଫଳରେ ଗଛ ଝାଉଁଳି ଯାଏ, ବାଦାମୀ ରଙ୍ଗର ହୋଇ ମରିଯାଏ. ସ୍କ୍ଲେରୋସିଆ କାଣ୍ଡ ଭିତରେ ହୋଇଯାଏ. ଏହା ଦ୍ୱାରା ଗଛ ମରିଯାଏ ଓ ତଳେ ପଡ଼ିଯାଏ. ସଂକ୍ରମିତ ବକରା ଓ ମଞ୍ଜି ଶୁଖିଯାଏ କିମ୍ବା କଳା କବକଜନିତ ବୃଦ୍ଧି ସୃଷ୍ଟି ହୋଇଯାଏ.
କବକଜନିତ ପରଜୀବୀ କୋନିଓଥାଇରିଅମ ମିନିଟାନ୍ସ (Coniothyrium minitans) କିମ୍ୱା ଟ୍ରାଇକୋଡେ଼ର୍ମା (Trichoderma) ର କିଛି ପ୍ରଜାତି ର ରେଣୁର ଦାନାଦାର ମିଶ୍ରଣ କୁ ମାଟିରେ ପ୍ରୟୋଗ କଲେ ସ୍କ୍ଲେରୋଟିନିଆ ର କବକଜନିତ ବିସ୍ତାର ପରିମାଣକୁ କମ କରିଥାଏ ଓ ଏହି ରୋଗର ବିକାଶରେ ବାଧା ସୃଷ୍ଟି କରିଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କବକନାଶକ ସ୍ପ୍ରେ ଜମି କେବଳ ଅତ୍ୟଧିକ ସଂକ୍ରମିତ ହୋଇଥିବା ଫସଲ ପାଇଁ ଉପଦେଶ ଦିଆଯାଇଥାଏ. ଫସଲ ଓ ଫସଲର ଅବସ୍ଥା ଉପରେ ଉପଚାର ପଦ୍ଧତି ନିର୍ଭର କରେ. ଏହି ରୋଗର ପ୍ରତିକାର ବନ୍ଧାକୋବି, ଟମାଟ ଏବଂ ବିନ ରେ କଷ୍ଟ ସାପେକ୍ଷ ହୋଇଥାଏ. ତଥାପି, ଆଇପ୍ରୋଡାଇଅନେ (iprodione) କିମ୍ବା କପର ଅକ୍ସିକ୍ଲୋରାଇଡ (copper oxychloride) (@ 3 g/l of water) ଥିବା କବକନାଶକ ପ୍ରୟୋଗ କଲେ ଲେଟୁସ ଏବଂ ଚିନାବାଦାମ ରେ ଏହି ରୋଗର ନିୟନ୍ତ୍ରଣ ହୋଇପାରେ. ଏହି ରୋଗର ପ୍ରତିରୋଧ ଶକ୍ତି କିଛି ଫର୍ମୁଲା ପ୍ରତି ବିକଶିତ ହୋଇଥିବାର ବର୍ଣ୍ଣିତ ହୋଇଛି.
ସ୍କ୍ଲେରୋଟିନିଆ କାଣ୍ଡ ପଚା ରୋଗ ମାଟି ଜନିତ କବକ ସ୍କ୍ଲେରୋଟିନିଆ ସ୍କ୍ଲେରୋଟିଓରୋମ ଦ୍ୱାରା ହୋଇଥାଏ ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଗଛ ଅବଶେସ କିମ୍ବା ମାଟି ଭିତରେ ନିଷ୍କ୍ରିୟ ସ୍କ୍ଲେରୋଟିନିଆ ଭାବେ ବଂଚି ରହି ପାରେ. ଏହାର ଜୀବନ ଚକ୍ରର ଅଧିକାଂଶ ସମୟ ମାଟିରେ କାଟି ଥାଏ ଏବଂ ଏଥିପାଇଁ ମାଟି ସହ ଲାଗି ରହିଥିବା ଗଛର ଅଂଶରେ ପ୍ରଥମେ ଲକ୍ଷଣ ଦେଖାଦେଇଥାଏ. ଯେତେବେଳେ ପରିବେଶ ସୁହାଇଥାଏ ଏହା ଜୈବିକ ପଦାର୍ଥ ଉପରେ ବଢିଥାଏ ଓ କେବେ କେବେ ଗଛ ଟିସୁକୁ ଖାଇଥାଏ. ଯେତେବେଳେ ଏହି କବକ ପୁରା ଗଛରେ ମାଡି ଯାଏ, ମଞ୍ଜି ଭିତରେ କିମ୍ବା ମଞ୍ଜିର ବାହାର ଆବରଣରେ ମଧ୍ୟ ଏହି କବକ ରହିଥାଏ. ରେଣୁର ନୂଆ ଦଳ ପବନ ଜନିତ ହୋଇଥାଏ. ଗଛରେ ଆର୍ଦ୍ର ପରିବେଶ କାଣ୍ଡକୁ ରେଣୁର ବିସ୍ତାର ପାଇଁ ସାହାଯ୍ୟ କରିଥାଏ. ପ୍ରାଥମିକ ବିକାଶ ପାଇଁ ବହୁତ ଘଣ୍ଟା ପତ୍ର ଓଦା ରହିବା ଦରକାର ହୁଏ ଏବଂ ତାପମାନ 15-24°C ସୁହାଇଥାଏ. ବାହ୍ୟ ଖାଦ୍ୟସାର ର ଉପସ୍ଥିତି ମଧ୍ୟ ଏହାର ବୃଦ୍ଧି ପାଇଁ ସହାୟକ ହୋଇଥାଏ. ଏହି କବକ ବ୍ୟାପକ ରେଞ୍ଜ ର ଫସଲ ଯଥା ବିନ, ବନ୍ଧାକୋବି, ଗାଜର, ସୋରିଷ ଇତ୍ୟାଦିରେ ହୋଇଥାଏ.