ସୋୟାବିନ

ସୋୟାବିନର ଲକ୍ଷ୍ୟ ଚିହ୍ନ

Corynespora cassiicola

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଅନିୟମିତ ଲାଲ ବାଦାମୀ କ୍ଷତ ଚିହ୍ନ । ଫିକା ସବୁଜ ଠାରୁ ହଳଦିଆ ଧାର ସହିତ କ୍ଷତ ଚିହ୍ନ । ବଡ କ୍ଷତ ଚିହ୍ନର ଫିକା କିମ୍ବା ଗାଢ ବଳୟ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଲକ୍ଷ୍ୟ ଚିହ୍ନ ପ୍ରାୟତଃ ଏକ ପତ୍ର ରୋଗ ଅଟେ । ହଳଦିଆ ସବୁଜ ବଳୟ ଦ୍ଵାରା ଘେରି ରହିଥିବା ଗୋଲାକାର ଠାରୁ ଅନିୟମିତ ଲାଲ ବାଦାମୀ ଚିହ୍ନ ପତ୍ର ଉପରେ ଦେଖାଦିଏ । ଏହି ଚିହ୍ନର ବୃଦ୍ଧି ଫିକା କିମ୍ବା ଗାଢ ବାଦାମୀ ବଳୟର ଅନୁକ୍ଷେତ୍ର ବର୍ଗୀକରଣ କରାଏ , ତେଣୁ ସାଧାରଣ ନାମ ଲକ୍ଷ୍ୟ ଚିହ୍ନ ଅଟେ । କାଣ୍ଡ ଓ ଡେମ୍ଫ ମଧ୍ୟ ପ୍ରଭାବିତ ହୋଇପାରେ ଏବଂ ସାଧାରଣତଃ ଗାଢ ବାଦାମୀ ଚିହ୍ନ କିମ୍ବା ଲମ୍ବାଳିଆ କ୍ଷତ ଚିହ୍ନ ବିକଶିତ ହୁଏ । ପରେ ଛୁଇଁରେ ଛୋଟ , ଗୋଲାକାର କଳା ଚିହ୍ନ ଦେଖାଯାଏ । ଅତ୍ୟଧିକ ସଂକ୍ରମଣ ଯୋଗୁଁ ପତ୍ର ଅକାଳରେ ଝଡିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଲକ୍ଷ୍ୟ ଚିହ୍ନ ରୋଗ ପାଇଁ କୌଣସି ବିକଳ୍ପ ଉପଚାର ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀ ପ୍ରୟୋଗ ଅର୍ଥନୈତିକ ଲାଭଦାୟକ ନୁହେଁ । ପାଇରାକ୍ଳୋଷ୍ତ୍ରୋବିନ , ଏପିକ୍ସି କୋନାଜୋଲ ଓ ଫ୍ଲୁକ୍ସାପାଇରୋକ୍ସାଡ କିମ୍ବା ବିକ୍ସାଫେନ , ପ୍ରୋଥିଓକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ ଏହି କବକ ନିୟନ୍ତ୍ରଣ ପାଇଁ ସାହାଯ୍ୟ କରିପାରେ ।

ଏହାର କାରଣ କଣ

କୋରିନେସ୍ପୋରା କାଶିକୋଲା କବକ ଗଛ ଅବଶେଷ ଓ ମାଟିରେ ଶୀତସୁପ୍ତି କରେ । ସଂକ୍ରମଣ ପାଇଁ ଅନୁକୂଳ ପରିସ୍ଥିତି ହେଉଛି ଉଚ୍ଚ ଆର୍ଦ୍ରତା (>80%) ଓ ପତ୍ରରେ ମୁକ୍ତ ଜଳକଣା । ଶୁଖିଲା ପାଗ ରୋଗର ବିକାଶକୁ ଦମନ କରିଦିଏ । ଏହି ରୋଗ ବିଳମ୍ବ ଅମଳକ୍ଷମ କିସମ କିମ୍ବା ଅଧିକ ବର୍ଷାପାତ ସମୟରେ ରୋଗ ପ୍ରବଣ କିସମରେ ପ୍ରଚ୍ଛନ୍ନ ଭାବରେ ସାଂଘାତିକ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଅର୍ଥନୈତିକ କ୍ଷତି ବାରଣ କରିବାକୁ ଉଚ୍ଚ ଅମଳକ୍ଷମ କିସମ ବ୍ୟବହାର କରନ୍ତୁ । ଅଧିକ ପ୍ରପୀଡନ ଦୂରେଇବା ପାଇଁ ସହଳ ଅମଳକ୍ଷମ କିସମ ବ୍ୟବହାର କରି ସହଳ ଲଗାନ୍ତୁ । ଅମଳ ପରେ ଜମିରୁ ଗଛ ଅବଶେଷ ସଫା କରନ୍ତୁ । ଗୋଟିଏ ଫସଲ ବାରମ୍ବାର ଚାଷ ନକରି ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ