Cercospora melongenae
ଫିମ୍ପି
ସଂକ୍ରମଣ ଯେ କୌଣସି ଅଭିବୃଦ୍ଧି ଅବସ୍ଥାରେ ହୋଇପାରେ ଏବଂ ପତ୍ର, ଡେମ୍ଫ ଏବଂ ଡାଳରେ ଦେଖାଯାଏ। ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ପୁରୁଣା, ତଳ ପତ୍ରର ଉପର ପାର୍ଶ୍ୱରେ ଛୋଟ, ଗୋଲାକାର ଏବଂ ସାମାନ୍ୟ ଖାଲୁଆ ଦାଗ ପରି ଦେଖାଯାଏ। ସମୟ ସହିତ, ଦାଗଗୁଡ଼ିକ ବଡ଼, ଅଧିକ ଅନିୟମିତ ଏବଂ ହଳଦିଆ ଧାର ଦ୍ୱାରା ଘେରି ରହିଥାଏ। ପରେ, ପତ୍ରର ଦାଗ ଉଭୟ ପତ୍ର ପୃଷ୍ଠରେ ଦେଖାଯାଏ। ପତ୍ରରେ ସେମାନଙ୍କର ଅବସ୍ଥାନ ଉପରେ ନିର୍ଭର କରି ପୁରୁଣା ଦାଗଗୁଡ଼ିକ ମିଶ୍ରିତ ହୋଇ ବିଭିନ୍ନ ବୈଶିଷ୍ଟ୍ୟ ଗ୍ରହଣ କରନ୍ତି। ସେଗୁଡିକ ବାଦାମୀ ଠାରୁ ହାଲୁକା-ଧୂସର (ଉପର ପାର୍ଶ୍ୱରେ) ଏବଂ ହାଲୁକା ବାଦାମୀ (ତଳ ପାର୍ଶ୍ୱରେ) ପର୍ଯ୍ୟନ୍ତ ହୋଇଥାଏ। ଯଦି ସଂକ୍ରମଣ ଅତ୍ୟଧିକ ହୁଏ, ପତ୍ରଗୁଡିକ କୁଞ୍ଚିତ ହୋଇଯାଏ ଏବଂ ଝଡି ଯାଇପାରେ। ଯଦିଓ ଫଳଗୁଡିକୁ କବକ ସିଧାସଳଖ ସଂକ୍ରମିତ କରେ ନାହିଁ, ଗଛର କମ୍ ଉତ୍ପାଦିକତା ହେତୁ ଏହା ଫଳର ବୃଦ୍ଧି ଘଟାଇପାରେ।
ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଜୈବିକ କାରକ/ଏଜେଣ୍ଟମାନେ ସାହାଯ୍ୟ କରିପାରିବେ। ବାସିଲସ୍ ସବ୍ଟିଲିସ୍ ଷ୍ଟ୍ରେନ୍ QST 713 ଜୀବାଣୁ ଉପରେ ଆଧାରିତ ବାୟୋ-କବକନାଶୀ ସର୍କୋସ୍ପୋରା ମେଲୋଞ୍ଜେନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପତ୍ର ସିଞ୍ଚନ ପ୍ରୟୋଗ ଭାବରେ ବ୍ୟବହାର କରାଯାଇପାରିବ। ଆଜାଡିରାଚାଟା ଇଣ୍ଡିକା (ନିମ୍ ତେଲ) ରୁ ଉଦ୍ଭିଦ ନିର୍ଯ୍ୟାସ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ।
ଏହି ରୋଗ ନିୟନ୍ତ୍ରଣ କରିବାକୁ ଏକ ସମନ୍ଵିତ ପଦ୍ଧତି ସର୍ବଦା ବିଚାର କରିବା ଉଚିତ। ଯଦି କବକନାଶୀ ଆବଶ୍ୟକ ହୁଏ, କ୍ଲୋରୋଥାଲୋନିଲ, ମାନକୋଜେବ କିମ୍ବା ଅକ୍ଟାନୋଏକ୍ ଏସିଡ୍ ଧାରଣ କରିଥିବା ପଦାର୍ଥଗୁଡିକ କପର ସଲ୍ଟ ସହିତ ମିଶି ପତ୍ର ସିଞ୍ଚନ ଏବଂ ମୃତ୍ତିକା ପ୍ରୟୋଗ ଭାବରେ ବ୍ୟବହାର କରାଯାଇପାରିବ।
ସର୍କୋସ୍ପୋରା ମେଲୋଞ୍ଜେନା ଏକ ଉଦ୍ଭିଦ-ପାଥୋଜେନିକ୍ କବକ। କବକ ସ୍ପୋରସ୍/ରେଣୁ ଫସଲ ଅବଶେଷ ଏବଂ ମାଟିରେ ଅତି କମରେ 1 ବର୍ଷ ବଞ୍ଚିପାରେ। ତାପରେ ସେଗୁଡିକ ବିଭିନ୍ନ ଉପାୟରେ ନିମ୍ନ, ପୁରୁଣା ପତ୍ର ଉପରକୁ ନିଆଯାଇ | ସାଧାରଣତଃ ସେଗୁଡ଼ିକ ପବନ ଏବଂ ଜଳ (ବର୍ଷା ଏବଂ ଜଳସେଚନ) ଦ୍ଵାରା ବିସ୍ତାର ହୁଏ, କିନ୍ତୁ ସଂକ୍ରମିତ ଉପକରଣ ଏବଂ ବ୍ୟକ୍ତିଙ୍କ ଦ୍ଵାରା ସେଗୁଡିକ ବିସ୍ତାର ଲାଭ କରିପାରେ। ଏହା ପରେ କାଣ୍ଡକୁ ଗତି କରି ନୂଆ ପତ୍ରଆଡକୁ ଗତି କରେ। ରୋଗର ସଂକ୍ରମଣ ଏବଂ ବିକାଶ ପାଇଁ ଆର୍ଦ୍ରତା ଏବଂ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଅନୁକୂଳ ଅଟେ। ବର୍ଷା ଋତୁରେ ଏହା ଅଧିକ ଦେଖାଯାଏ (ଓଦା ପାଗ, କ୍ରମାଗତ ଓଦା ଗଛ ) |