କପା

କପାର ଧୂସର ମଉଳା ରୋଗ

Mycosphaerella areola

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଇସତ ସବୁଜ ରୁ ହଳଦିଆ ଛୋଟ କାୖଣିକ ଦାଗ ଯାହାକି ଶିରା ପ୍ରଶିରା ରେ ସୀମିତ ଥାଏ.
  • ଧଳା ଧୂସର ରଙ୍ଗର ଗୁଣ୍ଡ ସେହି ଦାଗ ର ତଳ ପଟରେ ଦେଖାଯାଏ.
  • ଛୋଟ ଛୋଟ ଦାଗ ପରସ୍ପର ସହ ମିଶି ବଡ ଦାଗରେ ପରିଣତ ହୋଇଯାଏ.
  • ବହୁତ ଭାବେ ସଂକ୍ରମିତ ପତ୍ର ଗୁଡିକ ଶୁଖିଯାଏ ଓ ସମୟ ପୂର୍ବରୁ ହିଁ ଝଡ଼ିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଫସଲର ଶେଷ ସମୟକୁ ଏହି ରରୋଗର ଲକ୍ଷଣ ଦେଖାଯାଏ. ପୁରୁଣା ପତ୍ରରେ ଇସତ ସବୁଜ ରୁ ହଳଦିଆ ଛୋଟ କାୖଣିକ ଦାଗ ଯାହାକି ଶିରା ପ୍ରଶିରା ରେ ସୀମିତ ଥାଏ ପତ୍ରର ଉପର ପାର୍ଶ୍ୱ ରେ ଦେଖାଯାଏ. ଧଳା ଧୂସର ରଙ୍ଗର ପାଉଁଶିଆ ଜିନିଷ ସେହି ଦାଗ ର ତଳ ପାର୍ଶ୍ୱ ରେ ଦେଖାଯାଏ. ଅଧିକ ଆର୍ଦ୍ରତା ପାଗରେ ରୂପେଲି ରଙ୍ଗର କବକ ପତ୍ରର ଉଭୟ ପାର୍ଶ୍ୱରେ ଦିଶେ. ବହୁତ ଭାବେ ସଂକ୍ରମିତ ପତ୍ର ଗୁଡିକ ଜୀବନ୍ତ ଶୂନ୍ୟ ଆଉ ଅଙ୍କାବଙ୍କା ହୋଇ ଶୁଖିଯାଏ, ଲାଲ ଧୂସର ରଙ୍ଗର ଦେଖାଯାଏ ଏବଂ ସମୟ ପୂର୍ବରୁ ହିଁ ଝଡ଼ିଯାଏ. ଏହି ଅସମୟ ପତ୍ରଝଡ଼ା ଗଛକୁ ଦୁର୍ବଳ କରି ଦିଏ ଏବଂ ଏହାର ଉତ୍ପାଦକତା କମିଯାଏ. ଧୀରେ ଧୀରେ ନୂଆ ପତ୍ରରେ ଏହି ରୋଗ ଆରମ୍ଭ ହୋଇଥାଏ. ସଂକ୍ରମିତ ବକରା ସବୁ ଦୁର୍ବଳ ହୋଇଯାଏ ଏବଂ ଅସମୟରେ ଅମଳ ସମୟରେ ଫାଟି ଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ସିଉଡୋମୋନାସ ଫ୍ଲୋରୋସେନ୍ସ (Pseudomonas Fluorescens) ଥିବା ପାଉଡର ଦ୍ୱାରା ବିହନ ଉପଚାର (10ଗ୍ରା./କିଗ୍ରା. ବିହନ) କରନ୍ତୁ. ଏହି ଜୀବାଣୁ ଥିବା ମିଶ୍ରଣକୁ ଦଶ ଦିନରେ ଥରେ ବ୍ୟବହାର କଲେ ରୋଗ ବହୁତ ପରିମାଣରେ କମିଯାଇଥାଏ. ଅନ୍ୟ ଜୀବାଣୁ (Bacillus Circulans and Serratia Marcescens) ମଧ୍ୟ ଏହି ରୋଗ କରୁଥିବା ଅନ୍ୟ ପ୍ରଜାତିର ମାଇକୋସ୍ଫାରେଲ୍ଲା ପରି କବକ କୁ ନିୟନ୍ତ୍ରଣ କରିଥାନ୍ତି ଓ ଅନ୍ୟ ଫସଲ ସହ ଜଡିତ ରୋଗ ହେବା ମଧ୍ୟ କମ୍ ହୋଇ ଯାଇଥାଏ.. 3ଗ୍ରାମ ସଲଫର 1 ଲିଟର ପାଣିରେ ମିଶାଇ ସ୍ପ୍ରେ କିମ୍ବା ହେକ୍ଟର ପ୍ରତି 8-10 କିଗ୍ରା ସଲଫର ଦାନା ବ୍ୟବହାର ମଧ୍ୟ ରୋଗ ନିୟନ୍ତ୍ରଣ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ରୋଗର ପ୍ରାରମ୍ଭିକ ସମୟରେ କିମ୍ବା କମ୍ ସଂକ୍ରମଣ ହୋଇଥିବା ସମୟରେ ଜୈବିକ ପଦ୍ଧତି ଅବଲମ୍ବନ କରିବା ଦରକାର ଅଟେ. ରୋଗର ବିକଶିତ ସମୟରେ କିମ୍ବା ଅତ୍ୟଧୀକ ସଂକ୍ରମଣ ହୋଇଥିବା ସମୟରେ ପ୍ରୋପିକୋନାଯ଼ୋଲ୍ କିମ୍ବା ହେକ୍ସାକୋନାଯ଼ୋଲ୍ ଥିବା କବକନାଶକ 2 ମି.ଲି. ପ୍ରତି ଲି. ପାଣିରେ ବ୍ୟବହାର କରିପାରନ୍ତି. ଏହାକୁ ପୁଣି ଦଶ ଦିନ ପରେ ବ୍ୟବହାର କରନ୍ତୁ.

ଏହାର କାରଣ କଣ

ଏହି ରୋଗର ଲକ୍ଷଣ ମାଇକୋସ୍ଫାଏରେଲ୍ଲା ଏରିଓଲା ନାମକ ଏକ କବକ ଦ୍ୱାରା ହୋଇଥାଏ. ଏହି କବକ ପୂର୍ବ ସିଜନ ରୁ ଉଠିଥିବା ଗଛ ଏବଂ ଗଛର ଅବଶେଷ ରେ ବଞ୍ଚିଥାଏ ଯାହାକି ନୂଆ ସିଜନର ରୋଗର ମୁଖ୍ୟ କାରଣ. 20-30 °C ମଧ୍ୟର ତାପମାନ, ଓଦା ପାଗ (80%ରୁ ଅଧିକ ଆର୍ଦ୍ରତା) ଏବଂ ମଝିରେ ମଝିରେ ବର୍ଷା ଏହି ରୋଗର ସଂକ୍ରମଣ ଏବଂ ବୃଦ୍ଧି ପାଇଁ ଅନୂକୁଳ ହୋଇଥାଏ. ବିନା ବର୍ଷାରେ ବି ଯଦି ଥଣ୍ଡା ପାଗ ଏବଂ ଲଗାତାର କାକର ପଡୁଥିବା ରାତି ଏହି ରୋଗ ପାଇଁ ଅନୂକୁଳ ହୋଇଥାଏ. ପତ୍ରର ଖଣ୍ଡିଆ ଅଂଶରେ ଏହି କବକର ରେଣୁ ରହେ ଏବଂ ପବନରେ ଅନ୍ୟ ସୁସ୍ଥ ଗଛ ରେ ପଡିଥାଏ, ଯେଇଠିରେ ପୁଣି ରୋଗ ସଂକ୍ରମଣ ହୋଇଥାଏ. ଫଳ ହେବା ର ଠିକ ପୂର୍ବ ସମୟ ଏହି ରୋଗ ପାଇଁ ଉପଯୁକ୍ତ ହେଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ର କପା ବିହନ ବ୍ୟବହାର କରନ୍ତୁ.
  • ଅଳ୍ପ ହୁଡ଼ା କରି ଗଛ ଲଗାନ୍ତୁ, ଯାହା ପାଣି ନିଷ୍କାସନକୁ ସୁଧାରି ଥାଏ.
  • ଋତୁର ଆଗ ସମୟରେ କିମ୍ବା ଡେରିରେ ହଳ କରନ୍ତୁ ନାହିଁ.
  • ବର୍ଷା ପରେ ଗଛ କୁ ଶୀଘ୍ର ସୁଖିବାକୁ ସୁବିଧା ହେବ ପାଇଁ, ଗଛ ମଧ୍ୟରେ ସଠିକ ବ୍ୟବଧାନ ରଖନ୍ତୁ.
  • କପା ଫସଲକୁ ନିୟମିତ ଭାବେ ରୋଗର ଲକ୍ଷଣ ପର୍ଯ୍ୟବେକ୍ଷଣ କରନ୍ତୁ.
  • ଲକ୍ଷଣ ଦେଖା ଯାଉଥିବା ପତ୍ରକୁ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ରୋଗକୁ ସୁହାଉଥବା ସଂବେଦନଶୀଳ ଅନାବନା ଘାସ କୁ ନିୟନ୍ତ୍ରଣ କରନ୍ତୁ.
  • ପୂର୍ବ ସିଜନ ରୁ ଆପେ ଆପେ ଉଠିଥିବା ଗଛ ସବୁକୁ ରଖନ୍ତୁ ନାହିଁ.
  • ଓଭରହେଡ଼ ଜଳସେଚନ ନ କରି ଟୋପା ଟୋପା ଭାବେ ଜଳସେଚନ କରନ୍ତୁ, ଯାହାଦ୍ୱାରା ପତ୍ର ଓଦା ହେବନାହିଁ.
  • ସକାଳୁ ଜଳସେଚନ କଲେ ଦିନ ସାରା ପତ୍ର ଶୁଖିଲା ରହିବ.
  • ବାରମ୍ବାର ଜଳସେଚନ କରନ୍ତୁ ନାହିଁ ଯାହାଫଳରେ ଜମି ଓ ଗଛ ଶୁଖିଲା ରହିବ.
  • ଅତ୍ୟଧିକ ଯବକ୍ଷାରଜାନ ଯୁକ୍ତ ସାର ବ୍ୟବହାର କରନ୍ତୁ ନାହିଁ.
  • ଗଛ ଓଦା ଥିବା ବେଳେ ଜମିରେ କାମ କରନ୍ତୁ ନାହିଁ.
  • ଗଛ ର ଅବଶେଷ କୁ କପା ଜମିଠାରୁ ଦୂରରେ ଜଳାଇ ଦିଅନ୍ତୁ.
  • 2-3 ବର୍ଷର ଫସଲ ଚକ୍ର ପାଳନ୍ତୁ ଯେଉଁଥିରେ କିଛି ଧାନ ଜାତୀୟ ଫସଲକୁ ଲଗାନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ