Glomerella gossypii
ଫିମ୍ପି
କପାରେ ଶ୍ୟାମବର୍ଣ ବା ଆନ୍ଥ୍ରାକ୍ନୋଯ଼୍ ର ଜୀବନଚକ୍ର ର କୌଣସି ସମାୟରେ ବି ହେଇପାରେ ଏବଂ ଏହା ସବୁ ପ୍ରକାର କୋଷିକାକୁ ଆକ୍ରମଣ କରିପାରେ. ଯଦି ରୋଗକାରକ ଚାରା ଅବସ୍ଥା ରେ ସଂକ୍ରମଣ କରେ, ବୀଜ ପତ୍ର ଆଉ କଅଁଳିଆ ପତ୍ର ଉପରେ ଲାଲ ତଥା ଧୂସର ରଙ୍ଗର ଗୋଲାକାର ଦାଗ ସହ କଳା ପଚିଯାଇଥିବା ଧାର ଦେଖାଯାଏ. ଯଦି ଘାଆ ଗଜା ହେଇଥିବା ଜାଗା ପାଖରେ ଦେଖାଯାଏ, ତେବେ ଏହା କାଣ୍ଡ କୁ ପ୍ରଭାବିତ କରେ, କାଣ୍ଡ ମଉଳି ଯାଇ ଛୋଟ ଗଛଟି ମାରି ଯାଇପାରେ. ବୟସ୍କ ଗଛରେ ସଂକ୍ରମଣ ଓ ପ୍ରଜଜନ ଯୋଗୁଁ କାଣ୍ଡ ଫାଟି ବକଳା ବାହାରି ଯାଇଥାଏ. ଓଦା ପାଗରେ ରୋଗାକ୍ରାନ୍ତ କପା ବକରା ରେ ଛୋଟ ଛୋଟ ପାଣିଭିଜା ଗୋଲାକୃତି ଦାଗ ଦେଖାଯାଏ ଯାହାକି ଶୀଘ୍ର ବଢି ବଢି ହଳଦିଆ ରୁ ମାଟିଆ ରଙ୍ଗର ଶୁଖିଲା ଖଣ୍ଡିଆ ଘାଆ ଭଳି ଦେଖାଯାଏ. ସଂକ୍ରମିତ ଫଳରେ ତୁଳାର ତନ୍ତୁ ସବୁ ଏପଟ ସେପଟ ହେଇ ହଳଦିଆ ରୁ ମାଟିଆ ରଙ୍ଗ ଦେଖାଯାଏ. ସାଧାରଣତଃ ରୋଗଗ୍ରସ୍ତ ଫଳ ବଢିବା ବନ୍ଦ ହୋଇଯାଏ ଏବଂ ପରିପାକ ହେବ ପୂର୍ବରୁ ହିଁ ଶୁଖି ଫାଟି ଯାଇଥାଏ.
ଏହି ରୋଗର ନିରାକରଣ ପାଇଁ ଆଜି ପର୍ଯ୍ୟନ୍ତ ଆମେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଆମେ ଜାଣି ନାହୁଁ. ଆପଣ ଯଦି କିଛି ସଫଳ ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜାଣିଛନ୍ତି ଯାହାକି ରୋଗର ଲକ୍ଷଣକୁ କମ କରିପାରେ ତେବେ ଆମକୁ ସମ୍ପର୍କ କରନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. କାପ୍ଟାନ, କାର୍ବୋକ୍ସିନ କିମ୍ବା ଥିରାମ (ସାଧାରଣତଃ 2ଗ୍ରା./କି.ଗ୍ରା ବିହନ) ଭଳି କବକନାଶକ ଦ୍ୱାରା ବିହନ ଉପଚାର କଲେ ଏହି ରୋଗ କମି ଯାଇଥାଏ. ଫଳ ହେବା ସମୟରେ ମାଙ୍କୋଜେବ୍, କପର ଅକ୍ସିକ୍ଲୋରାଇଡକୁ ପତ୍ର ସମୂହ ଉପରେ ବ୍ୟବହାର କଲେ ରୋଗର ଲକ୍ଷଣ କୁ ବହୁତ ମାତ୍ରା ରେ କମ କରାଯାଇପାରେ. (ପାଣିର 2.5 ମିଲି/ଲି)
ଏହି ରୋଗର ଲକ୍ଷଣ ଗୁଡିକ କଲେକ୍ଟୋଟ୍ରିକମ୍ ଗସିପିୟମ୍ କିମ୍ବା ଗ୍ଲୋମେରେଲ୍ଲା ଗସିପି ନାମକ ଏକ କବକ ଯୋଗୁଁ ହେଇଥାଏ. ଏହି କବକ ବିହନରେ ଏବଂ ଜମିରେ ଗୋଟେ ଋତୁ ରୁ ଅନ୍ୟ ଋତୁ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥା ରେ ରହିଥାଏ ବା ସଂକ୍ରମିତ ମାଟିରେ ଥାଏ ଓ ଅନୁକୂଳ ପରିବେଶ ରେ ଏହା ବଢିଥାଏ. ଏହି କବକ ଗଛ ଅବଶେଷ କିମ୍ବା ପଚା ଫଳ ବା ସଂକ୍ରମିତ ବିହନ ଦ୍ୱାରା ମଧ୍ୟ ବହୁତ ଦୂର ପର୍ଯ୍ୟନ୍ତ ସଂକ୍ରମିତ ହେଇପାରେ. ଜମି ଭିତରେ ଏହା ପୁଣି ପବନ, ବର୍ଷା କିମ୍ବା କୀଟ ଦ୍ୱାରା ସଂକ୍ରମିତ ହୋଇଥାଏ. ଏହି କବକ ଆରିଷ୍ଟୋଲୋକିଆ ବ୍ରାକ୍ଟେଆଟା ଓ ହିବିସ୍କସ୍ ଡାଇଭର୍ସିଫୋଲିୟସ୍ ଭଳି ଘାସ ରେ ବଞ୍ଚିପାରେ. ଏହି ରୋଗ ପାଇଁ ଅନୁକୂଳ ପରିବେଶ ହେଲା - ଗରମ ଓ ଆର୍ଦ୍ର ପାଗ (29 to 33°C), ଫଳ ଫଲିବା ସମୟରେ ଲମ୍ବା ବର୍ଷା ଏବଂ ଗଛ ମଧ୍ୟରେ ଅଳ୍ପ ବ୍ୟବଧାନ.