Alternaria macrospora
ଫିମ୍ପି
ପ୍ରଥମେ ଏହି ରୋଗର ସଂକ୍ରମଣ ଦ୍ୱାରା ପତ୍ର ଏବଂ ଫୁଲ ଧରୁଥିବା ଅଂଶ ଉପରେ ଛୋଟ ଛୋଟ 1 ରୁ 10 ମିମି ବ୍ୟାସର ଗୋଲାକାର ଖଇରିଆ ରୁ ତମ୍ବାଳିଆ ରଙ୍ଗର ଦାଗ ଦେଖା ଯାଇଥାଏ ଯାହାର ଧାର ବାଇଗଣୀ ରଙ୍ଗର ହୋଇଥାଏ. ବହୁତ ସମୟରେ କୈନ୍ଦ୍ରିକ ବୃତ୍ତ ପରି ଦାଗ ସୃଷ୍ଟି ହୋଇଥାଏ ଯାହା ଭିନ୍ନ ଭିନ୍ନ ଜୋନ ପରି ଦେଖାଯାଏ. ଏହି ପ୍ରକାର ର ଗଠନ ପତ୍ର ଉପର ପଟେ ସ୍ପଷ୍ଟ ଭାବେ ଦେଖାଦେଇଥାଏ. ଯେତେବେଳେ ଏହି ଦାଗ ସବୁ ବଢି ବଢି ଯାଏ ଏମାନଙ୍କର ମଝି ଭାଗ ଶୁଖି ଯାଇ ଧୂସର ରଙ୍ଗ ରେ ପରିଣତ ହୋଇଯାଏ. ବେଳେବେଳେ ଫାଟିଯାଇ ତଳେ ପଡିଯାଇଥାଏ ଯାହାକୁ ଗୁଳି-ବିନ୍ଧା କଣା (ସଟ୍-ହୋଲ୍ ଇଫେକ୍ଟ) କୁହାଯାଏ. ଏହି ଦାଗ ସବୁ ମିଶି ଯାଇ ପତ୍ରରେ ଅସମ ଆକୃତିର ମଲା ଚକଡା ସୃଷ୍ଟି କରି ଥାଆନ୍ତି. ପରନ୍ତୁ ଆର୍ଦ୍ର ପାଗରେ ଏହି କବକ ଭଲ ପରିମାଣର ରେଣୁକୁ ପ୍ରସ୍ତୁତ କରିଥାଏ ଓ ଛାଡ଼ିଥାଏ ଯାହା ଧୂଆଁଳିଆ କଳା ରଙ୍ଗ ର ଘା ଭଳି ଦେଖାଯାଏ. କାଣ୍ଡ ଉପରେ ଏହି ଘା ପ୍ରଥମେ ଛୋଟ ଶୁଖିଲା ଦାଗ ରୂପେ ଦେଖାଯାଏ ଯାହା ପରେ କୋଷକୁ ଏକ ବଥ ପରି ହୋଇ ଭାଙ୍ଗି ଫଟେଇ ଦିଏ. ଅତ୍ୟଧିକ ସଂକ୍ରମଣରେ ଫୁଲ କଢ଼ ଝଡ଼ି ଯାଇ ପାରନ୍ତି ଯାହା ଫଳରେ କି ବକରା ବିକାଶ ହେବାରେ ବିଫଳ ହୋଇଥାଏ.
ସୁଡୋମୋନାସ୍ ଫ୍ଲୋରୋସେନ୍ସ (10ଗ୍ରାମ ପ୍ରତି କିଗ୍ରା) ଦ୍ୱାରା ବୀଜ ବିଶୋଧନ କଲେ କିମ୍ବା 0.2% ମାତ୍ରା ରେ 10 ଦିନକୁ ଥରେ ସ୍ପ୍ରେ କଲେ ବହୁତ ପରିମାଣରେ ଏହି ସଂକ୍ରମଣ କମ ହୋଇଯାଇଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ନିବାରଣ ଉପାୟ ସହ ଜୈବିକ ନିୟନ୍ତ୍ରଣ କୁ ମଧ୍ୟ ଧ୍ୟାନ ଦେବା ଦରକାର. ସାଧାରଣତଃ ଏହି ରୋଗ ଦ୍ୱାରା ଉତ୍ପାଦନ ଗୁରୁତର ଭାବେ କମି ନଥାଏ ଏବଂ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ କବକନାଶକ ପ୍ରୟୋଗ କରାଯିବା ଉଚିତ୍ ମନେ ହୁଏ. ଅତ୍ୟଧିକ ଆକ୍ରାନ୍ତ ହେଲେ କବକନାଶକ ଯେପରିକି ମ୍ୟାନେବ୍, ମ୍ୟାଙ୍କୋଯେବ୍ (2.5 ଗ୍ରା/ଲି), ହେକ୍ସାକୋନାଯ଼ୋଲ୍ (1 ମିଲି/ଲି), ଟେବ୍ୟୁକୋନାଯ଼ୋଲ୍ ଏବଂ ଡାଇଫେନୋକୋନାଯ଼ୋଲ୍ ପ୍ରୟୋଗ କରା ଯାଇପାରେ. ଷ୍ଟ୍ରୋବିଲ୍ୟୁରିନ୍ସ (ଉଦାହରଣ ସ୍ୱରୁପ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ) କିମ୍ବା ଷ୍ଟେରୋଲ୍ ବାାଇଓସିନ୍ଥେସିସ୍ ନିରୋଧକ (ଉଦାହରଣ ସ୍ୱରୁପ ଟ୍ରାଇଆଡିମେନୋଲ୍, ଇପୋକୋନାଯ଼ୋଲ୍) ଦ୍ୱାରା ବୀଜ ବିଶୋଧନ କଲେ ଫସଲ ଏହି ଫିମ୍ପି ପ୍ରତି ପ୍ରତିରୋଧି ହୋଇଥାଏ.
ଏହି ରୋଗର ଲକ୍ଷଣ ଗୁଡିକ ଏକ କବକ ଆଲ୍ଟେର୍ନାରିଆ ମ୍ୟାକ୍ରୋସ୍ପୋରା ଯୋଗୁଁ ହୋଇଥାଏ ଯାହା ଅନ୍ୟ କୌଣସି ଜୀବିତ କୋଷ ବା ବିକଳ୍ପ ପୋଷକ ନ ମିଳିଲେ କପା ଫସଲ ଅବଶେଷରେ ବଂଚି ରହି ଯାଇଥାଏ. ଏହି କବକ ପବନ ଯାତ ରେଣୁ ଓ ପାଣି ଦ୍ୱାରା ସୁସ୍ଥ ଗଛକୁ ସଂଚାରିତ ହୋଇଥାଏ. ଆଶ୍ଚର୍ଯ୍ୟ ନ କଲା ଭଳି, କବକର ରେଣୁ ର ସଂଖ୍ୟା ପତ୍ର ଦାଗ ମଧ୍ୟରେ ବୃଦ୍ଧି ଏବଂ ଏହାର ସଂକ୍ରମଣ ପ୍ରକ୍ରିୟା ପାଇଁ ଓଦା ପାଗ ଏବଂ 27 °C ତାପମାତ୍ରା ଅନୂକୁଳ ହୋଇଥାଏ. ଛୋଟ ବା ଅଂକୁରଣ କିମ୍ବା ଫସଲର ଶେଷ ସମୟ ଯେତେବଳେ ପତ୍ର ଝଡ଼ିବା ଆରମ୍ଭ ହୁଏ, କବକ ଆକ୍ରମଣ ପାଇଁ ଫସଲ ସଂବେଦନଶୀଳ ଥାଏ. ସଂକ୍ରମଣ ର ଆଶଙ୍କା ତଳ ପତ୍ର ଅପେକ୍ଷା ଉପର ପତ୍ରରେ କମ ଥାଏ. କବକ ପାଇଁ ଅନୁକୂଳ ବାତାବରଣରେ କପାର ଦୁର୍ବଳ କିସମର ଫସଲରେ ବହୁତ ପତ୍ର ଶୀଘ୍ର ଶୀଘ୍ର ନଷ୍ଟ ହୋଇଯାଇପାରେ ଯାହାଦ୍ୱାରା ବକରା ବାନ୍ଧୁଥିବା ଡାଳ ମଧ୍ୟ ଆକ୍ରାନ୍ତ ହୋଇଯାଏ. ଶାରୀରିକ କିମ୍ବା ଖାଦ୍ୟସାର ଜନିତ ଚାପ ଯଥା ଅତ୍ୟଧିକ ଫଳ ଲାଗିବା କିମ୍ବା ଅପରିପକ୍ଵ ପତ୍ରଝଡ଼ା ଯଦି ଥାଏ, ତାହେଲେ ଏହି ରୋଗର ଲକ୍ଷଣ ବିକାଶ ହେବା ପାଇଁ ଅନୂକୁଳ ହୋଇଥାଏ.