ଅନ୍ୟ

ଶସ୍ୟ ଫସଲର ଆଖି ଚିହ୍ନ

Oculimacula yallundae

ଫିମ୍ପି

5 mins to read

ସଂକ୍ଷେପରେ

  • ଋତୁର ଆରମ୍ଭରେ ସଂକ୍ରମିତ ଖୁଣ୍ଟା ଓଦା ହେବା ପରେ ରେଣୁ ସୃଷ୍ଟି ହୁଏ ।ପତ୍ରାଚ୍ଛାଦରେ ଗାଢ ବାଦାମୀ ଠାରୁ ସବୁଜ ବାଦାମୀ ମଳିନ ଦାଗ ଏବଂ କାଣ୍ଡର ମୂଳରେ ବୃହତ ବୃତ୍ତକାର ବା ଅଣ୍ଡାକାର ଚିହ୍ନ ଥାଏ । ଚିହ୍ନ ଅତି ଧୀରେଧିରେ ବିକଶିତ ହୁଏ ଏବଂ ମଧ୍ୟମ ଠାରୁ ବିଳମ୍ବ ଦାନା ପୂରଣ ଅବସ୍ଥା ପର୍ଯ୍ୟନ୍ତ ସାଧାରଣତଃ ଦେଖାଯାଏ ନାହିଁ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଅନ୍ୟ

ଲକ୍ଷଣ

ଚାରା ଅବସ୍ଥାରେ ସଂକ୍ରମଣ ଗଛର ଅଗମାରୀ ସୃଷ୍ଟି କରିପାରେ । କାଣ୍ଡର ମୂଳରେ ଗୋଲ, ଆଖି ଆକାରର କ୍ଷତ ଚିହ୍ନ ଦେଖାଯାଏ ।ସେଗୁଡିକର ସବୁଜ ଠାରୁ ଗାଢ ବାଦାମୀ ବଳୟ ସହିତ ନଡା ରଙ୍ଗର କେନ୍ଦ୍ର ଥାଏ । ଅନେକ କ୍ଷେତ୍ରରେ , ମାଟି ପାଖରେ ପତ୍ରାଚ୍ଛାଦରେ ଆଖି ଚିହ୍ନ ବାହାରେ । ଏହି ଚିହ୍ନ ଏକାଠି ବଢିପାରନ୍ତି ଏବଂ କାଣ୍ଡକୁ ଘେରି ରହିପାରନ୍ତି ଓ ସେମାନଙ୍କ ନିର୍ଦ୍ଦିଷ୍ଟ ଗୋଲାକାର ଲକ୍ଷଣ ହରାନ୍ତି । ଏହା ଜଳ ଓ ପୋଷଣ ଶୋଷଣ କମାଏ ଓ ଧଳା ଝାଉଁଳା କେଣ୍ଡା ସୃଷ୍ଟି କରେ ଓ ଅମଳ କମାଏ । ରୋଗ ବଢିବା ସମୟରେ ଏହା କାଣ୍ଡକୁ ଦୁର୍ବଳ ଓ ପଡିବା ପ୍ରବଣ କରିଦିଏ । ଚେର " ଆଖି ଚିହ୍ନ " ଦ୍ଵାରା ପ୍ରଭାବିତ ହୁଏ ନାହିଁ ଏବଂ ଉପର ବର୍ଣ୍ଣିତ କୌଣସି ଲକ୍ଷଣ ଦେଖାଏ ନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ , ଓକୁଲିମାକୁଲା ୟାଲୁଣ୍ଡେ ପାଇଁ କୌଣସି ବିକଳ୍ପ ଉପଚାର ଆମେ ଜାଣି ନାହୁଁ ।ଯଦି ଆପଣ ଏ ବିଷୟରେ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ । ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଆଶା କରୁଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଅଧିକାଂଶ କବକନାଶୀ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି କ୍ଷତିକାରକ ଏବଂ ତେଣୁ ବ୍ୟବହାର ପାଇଁ ଅନୁମୋଦିତ ହୁଏ ନାହିଁ। ବୋସ୍କାଲିଡ ଏବଂ ଟ୍ରାୟାଜୋଲ ପ୍ରୋଥିୟକୋନାଜୋଲ ଭିତ୍ତିକ କବକନାଶୀ ଅଧିକ ଫଳପ୍ରସୂ ଅଟେ । ସାଇପ୍ରୋଡିନିଲ ମଧ୍ୟ ଫଳପ୍ରଦ ଅଟେ , କିନ୍ତୁ ଅନ୍ୟ ଶସ୍ୟ ଫସଲ ପାଇଁ ଏହାର ପ୍ରଭାବ ସୀମିତ ଅଟେ ।

ଏହାର କାରଣ କଣ

ଓକୁଲିମାକୁଲା ୟାଲୁଣ୍ଡେ କବକ ଦ୍ଵାରା ଏହି ରୋଗ ହୁଏ । ଏହା ମାଟିରେ ଫସଲ ଅବଶେଷରେ ଦୀର୍ଘକାଳ ( 2 ବର୍ଷ କିମ୍ବା ଅଧିକ) ବଞ୍ଚିପାରେ । ବାସନ ଋତୁରେ , ଅନୁକୂଳ ପରିସ୍ଥିତିରେ , ଯେତେବେଳେ ରେଣୁ ଗଛ ଅବଶେଷରୁ ବର୍ଷା କିମ୍ବା ପବନ ଦ୍ଵାରା ଫସଲ ଉପରକୁ ଯାଏ , ପ୍ରାଥମିକ ସଂକ୍ରମଣ ହୁଏ ।ଗଛର କେବଳ ମୂଳ ଜାଗା କବକ ଦ୍ଵାରା ସଂକ୍ରମିତ ହୁଏ ।ଶରତ ଓ ବସନ୍ତରେ ମାନ୍ଦା ଓ ଆର୍ଦ୍ର ପାଣିପାଗ ଅବସ୍ଥାରେ ( କାକର , କୁହୁଡି ), ଏବଂ ବାରମ୍ବାର ବର୍ଷା କବକର ଜୀବନ ଚକ୍ର ଓ ସଂକ୍ରମଣ ପ୍ରକ୍ରିୟାକୁ ବଢାଏ । ଥରେ କ୍ଷତ ଚିହ୍ନ କାଣ୍ଡରେ ପଶିଲେ , ଉଚ୍ଚ ତାପମାତ୍ରା ରୋଗର ବିକାଶକୁ ଅନୁକୂଳ କରେ । ଅନ୍ୟ ଶସ୍ୟ ଫସଲ ଯଥା ରାଈ ଏବଂ ଯଅ ସହିତ ପର୍ଯ୍ୟାୟ ଏହାର ବଣ୍ଟନରେ ଉନ୍ନତି କରେ ଓ ସଂକ୍ରମଣର ବର୍ଦ୍ଧିତ ସମ୍ଭାବନା ସୃଷ୍ଟି କରେ ।


ସୁରକ୍ଷାତ୍ମକ ଉପାୟ

  • ସ୍ଥିର ଓ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଲଗାଇବା ସମୟରେ ବିହନ ଅଗଭୀର ବୁଣିବା ସୁନିଶ୍ଚିତ କରନ୍ତୁ । ସହଳ ବୁଣିବା ବାରଣ କରନ୍ତୁ । ପ୍ରାଥମିକ ସଂକ୍ରମଣ ବାରଣ କରିବାକୁ ଉତ୍ତମ ସିଆର କରନ୍ତୁ । ପୋଷକ ନଥିବା ଜାତି ସହିତ ଫସଲ ପର୍ଯ୍ୟାୟ ଯୋଜନା ଓ କାର୍ଯ୍ୟକାରୀ କରନ୍ତୁ । ଅମଳ ପରେ ଖୁଣ୍ଟା କାଢନ୍ତୁ ଓ ନଷ୍ଟ କରନ୍ତୁ । ଲଗାଇବା ସମୟରେ ଚଉଡା ଦୂରତା ଦେଇ ପତ୍ର ସମୂହକୁ ଉନ୍ନତି କରିବାକୁ ଚେଷ୍ଟା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ