Fusarium graminearum
ଫିମ୍ପି
ଲକ୍ଷଣର ମାତ୍ରା ଫସଲ ପ୍ରକାର ( ମୁଖ୍ୟ ପୋଷକଗୁଡିକ ହେଲା ଗହମ , ଯଅ ଏବଂ ବାର୍ଲି ), ସଂକ୍ରମଣର ସମୟ ଏବଂ ପରିବେଶର ପରିସ୍ଥିତି ଉପରେ ନିର୍ଭର କରେ । ଏହି ରୋଗ ଦୁଇ ପ୍ରକାର ଲକ୍ଷଣ ଦ୍ଵାରା ଚିହ୍ନିତ ହୁଏ , ଯଥା ; ଚାରା ପୋଡା ଏବଂ କେଣ୍ଡା ପୋଡା ।କାଣ୍ଡର ମୂଳରେ ଫିକା ବାଦାମୀ , ପାଣିଭିଜା କ୍ଷତ ଚିହ୍ନ ଏବଂ ଚାରା ବାହାରିବା ସମୟରେ ବିଗଳିତ ହୋଇଥାଏ । ଯେତେବେଳେ ସଂକ୍ରମିତ ବିହନ ଥଣ୍ଡା , ଆର୍ଦ୍ର ମାଟିରେ ବୁଣାଯାଏ , ଏହା ଅଧିକ ହୁଏ।ଗଛର ବିକାଶର ବିଳମ୍ବ ଅବସ୍ଥାରେ ଶୀର୍ଷ ଓ କାଣ୍ଡର ମୂଳ ପଚା ସାଧାରଣତଃ ଦେଖାଯାଏ । ପାଣିଭିଜା ଶୂଳିଆ ( spikelet ) ଏବଂ ରଙ୍ଗହୀନ ନଡା ବର୍ଣ୍ଣ ଆଦି କେଣ୍ଡା ପୋଡାର ଦୁଇଟି ମୁଖ୍ୟ ଲକ୍ଷଣ ଅଟେ । ଗରମ, ଆର୍ଦ୍ର ପାଣିପାଗରେ ପ୍ରଚୁର କବକ ବୃଦ୍ଧି ଯୋଗୁଁ ପିଙ୍କ ବା ଗୋଲାପୀ ଠାରୁ ଫିକା ବାଦାମୀ ରଙ୍ଗ ଏହା ଉପରେ ଦେଖାଯାଏ ।ଦାନାଗୁଡିକ ଶୁକୁଟିଯାଏ ଓ ଖଦଡିଆ ହୋଇଯାଏ । ସାଧାରଣତଃ ସଂକ୍ରମଣର ବିସ୍ତାର ଶୂଳିଆ ( spikelet ) ରୁ ଶୂଳିଆ ହୁଏ( ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରଭାବିତ ହେବ ) । କେତେକ ଫସଲରେ ଅମଳ କ୍ଷତି 70 % ପର୍ଯ୍ୟନ୍ତ ଆକଳନ ହୋଇଛି ।
ଫ୍ୟୁଜାରିୟମ ଗ୍ରାମିନିରମ ଦ୍ଵାରା ସଂକ୍ରମଣର ପ୍ରଭାବ କମାଇବାକୁ କେତେକ ଜୈବ ନିୟନ୍ତ୍ରଣ ଏଜେଣ୍ଟ ସଫଳ ଭାବେ ପରୀକ୍ଷା କରାଯାଇଛି । ଗହମରେ , ସୁଡୋମୋନାଶ ଫ୍ଲୁରେସେନ୍ସ , ବେଶିଲସ ମେଗାଥେରିଆମ ଓ ବେଶିଲସ ସବଟିଲିସ ଥିବା ବିଭିନ୍ନ ଦ୍ରବ୍ୟ ଫୁଲ ଅବସ୍ଥାରେ ରୋଗର ମାତ୍ରା ଓ ଅମଳ କମାଇବା ପାଇ ପ୍ରୟୋଗ କରାଯାଇଛି । ଅଧିକାଂଶ ପରୀକ୍ଷା ନିୟନ୍ତ୍ରିତ ପରିସ୍ଥିତିରେ ଜମିରେ କରାଯାଇଛି । ପ୍ରତିଦ୍ଵନ୍ଦୀ କବକ ଟ୍ରାଇକୋଡର୍ମା ହାର୍ଜାନିୟମ ଓ କ୍ଳୋନୋଷ୍ଟାଚିସ ରୋଜି ମଧ୍ୟ ସଫଳ ଭାବେ ବ୍ୟବହାର କରାଯାଇଛି ।70 ଡିଗ୍ରୀ C ର ଏକ ଶୁଷ୍କ ଗରମ ଉପଚାର 5 ମିନଟ ପାଇଁ ବିହନକୁ କବକ ପ୍ରଭାବରୁ ନିଷ୍କୃତି ଦିଏ ଏବଂ ଗହମ ଓ ଯଅ ବିହନରୁ ଅନ୍ୟ କବକ ନାସ କରେ ।
ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଫ୍ୟୁଜାରିଅମ କେଣ୍ଡା ପୋଡା ରୋଗ ନିୟନ୍ତ୍ରଣ ପାଇଁ କବକନାଶୀ ପ୍ରୟୋଗର ସମୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଫୁଲ ଅବସ୍ଥାରେ ଟ୍ରାୟାଜୋଲ ପରିବାରର କବକନାଶୀ ( ମେଟକୋନାଜୋଲ , ଟେବୁକୋନାଜୋଲ , ପ୍ରୋଥିୟକୋନାଜୋଲ ଓ ଥାୟାବେଣ୍ଡାଜୋଲ )ର ପତ୍ର ସିଂଚନ ଦାନାରେ ମାଇକୋଟକ୍ସିନ ପରିମାଣ ଓ ରୋଗର ମାତ୍ରା କମାଏ । ଜାଣି ରଖନ୍ତୁ ଯେ ଏହି ଦ୍ରବ୍ୟ ପାଇଁ ଅମଳ ନିଷେଧ ସମୟ ଥାଏ ।
ଫ୍ୟୁଜାରୀଅମ ଗ୍ରାମିନିରାମ କବକ ( ଯାହାକି ଦୁଇଟି ଋତୁ ମଝିରେ ବିକଳ୍ପ ପୋଷକ କିମ୍ବା ମାଟିରେ ଥିବା ଫସଲ ଅବଶେଷ ଏବଂ ଜୈବିକ ପଦରଠାରେ ବଞ୍ଚି ରହେ ) ଦ୍ଵାରା ଶସ୍ୟର କେଣ୍ଡା ପୋଡାର ଲକ୍ଷଣ ସୃଷ୍ଟି ହୁଏ । ଅନୁକୂଳ ପରିସ୍ଥିତିରେ , ଏହା ରେଣୁ ଉତ୍ପାଦନ ଆରମ୍ଭ କରେ ଯାହାକି ପବନ ସ୍ରୋତ ଦ୍ଵାରା ବହୁ ଦୂର ପରିବାହିତ ହୋଇପାରେ । ଏହା ମଧ୍ୟ ଅନୁମାନ କରାଯାଏ ଯେ ଏହାର ବିସ୍ତାର ଡାଆଁଶର କେତେକ ଜାତି ଦ୍ଵାରା ସୁବିଧା ହୁଏ । ପ୍ରାୟ ଫୁଲ ଅବସ୍ଥାରେ ଶସ୍ୟର ଏହି କବକ ପ୍ରବଣତା ସବୁଠାରୁ ଅଧିକ ହୁଏ । ଗଛ ଉପରେ ଠାରେ ଅଙ୍କୁରିତ ହେବା ପରେ , ଏହା ସିଧାସଳଖ ପ୍ରାକୃତିକ ରନ୍ଧ୍ର ଦେଇ ତ୍ବଚାବରଣ ( କିଉଟିକଲ ) ମଧ୍ୟରେ ପ୍ରବେଶ କରିବା ପାଇଁ ସମର୍ଥ ହୁଏ । ପରିବାହୀ ଟିସୁରେ ବଢିବା ବେଳେ , ଏହା ଫୁଲ ସ୍ତବକରେ ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରେ ଓ ନିର୍ଦ୍ଦିଷ୍ଟ ରଙ୍ଗ ଛଡା ଶୂଳିଆ ( bleached spikelet ) ଏବଂ ସୁକୁଟା ଦାନା ସୃଷ୍ଟି କରେ । ଅଧିକନ୍ତୁ , ବିଷାକ୍ତ ପଦାର୍ଥ ସୃଷ୍ଟି ଦାନାର ବଜାରଯୋଗ୍ୟତା କମାଏ । କେତେକ ପରିବେଶ ସମ୍ବନ୍ଧୀୟ କାରକ ଯଥା , ଆଲୋକର ତୀବ୍ରତା , ତାପମାତ୍ରା ,ଆର୍ଦ୍ରତା , ବର୍ଷାପାତ ଓ ପତ୍ର ଆର୍ଦ୍ରତା ଏହାର ଜୀବନ ଚକ୍ରକୁ ପ୍ରଭାବିତ କରିପାରେ । 20-32 ଡିଗ୍ରୀ C ତାପମାତ୍ରା ଓ ଦୀର୍ଘ ସମୟର ପତ୍ର ଆର୍ଦ୍ରତା ଅଧିକ ଅନୁକୁଳ ଅଟେ ।