ଗହମ

ସେପ୍ଟୋରିଆ ଟ୍ରିଟିସି ଧବଳୀ ଚିହ୍ନ

Zymoseptoria tritici

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ଫିକା ଧୂସର ଠାରୁ ଗାଢ ବାଦାମୀ ଧବଳୀ ଚିହ୍ନ । ଧବଳୀ ଚିହ୍ନ ମଧ୍ୟରେ କଳା ଫଳନ ଅଙ୍ଗ ଥାଏ । ଅତି ମାତ୍ରା କ୍ଷେତ୍ରରେ, ସଂପୂର୍ଣ୍ଣ ପତ୍ର ଏହି ଚିହ୍ନ ଦ୍ଵାରା ପ୍ରଭାବିତ ହୋଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ସେପ୍ଟୋରିଆ ଟ୍ରିଟିସି ଧବଳୀ ଚିହ୍ନର ପ୍ରାରମ୍ଭିକ ଲକ୍ଷଣ ହେଉଛି ତଳ ପତ୍ରରେ ଛୋଟ ପାଣ୍ଡୁର ଚିହ୍ନ ଯାହାକି ଚାରା ବାହାରିବା ଯଥା ଶୀଘ୍ର ଦେଖାଦିଏ । ସେମାନେ ବଢିବା ସମୟରେ ,ଅଣ୍ଡାକାର କିମ୍ବା ପଟ୍ଟୀ ଆକାରର ( ପତ୍ରର ଚଉଡା ଦିଗରେ ବିସ୍ତାର କରେ ) ସହିତ ଏହି ଚିହ୍ନ ଫିକା ଠାରୁ ଗାଢ ବାଦାମୀ ଧବଳୀ ଚିହ୍ନରେ ପରିଣତ ହୁଏ । ସେମାନେ ମଧ୍ୟ କାଣ୍ଡ ଓ କେଣ୍ଡାରେ ଦେଖାଯାନ୍ତି ( କମ ପରିମାଣରେ ) ।ଚିହ୍ନ ମଧ୍ୟରେ ଛୋଟ କଳା ଫଳନ ଅଙ୍ଗ ଏହାକୁ ଏକ ନିର୍ଦ୍ଦିଷ୍ଟ ଆକାର ଦିଏ । ପରେ , ସଂପୂର୍ଣ୍ଣ ପତ୍ର ବଡ , ବାଦାମୀ କଳଙ୍କି କ୍ଷତ ଚିହ୍ନ ଦ୍ଵାରା ଆବରିତ ହୁଏ ଏବଂ ଅଳ୍ପ କିଛି କିଛି ସବୁଜ ଜାଗା ହଳଦିଆ ବଳଯ ଦ୍ଵାରା ଘେରି ରହିଥାଏ । ଶେଷରେ , ପତ୍ର ଶୁଖିଯାଇ ମରିଯାଏ । କଳା ଫଳନ ଅଙ୍ଗର ଅନୁପସ୍ଥିତିରେ ସମାନ ଧବଳୀ ଚିହ୍ନ ଲକ୍ଷଣ ଅନ୍ୟ ରୋଗ କିମ୍ବା ପୋଷଣ ଅବ୍ୟବସ୍ଥା ଯଥା , ଆଲୁମିନିୟମ ବିଷାକ୍ତତା କିମ୍ବା ଜିଙ୍କ ଅଭାବ ଯୋଗୁଁ ହୋଇପାରେ । ଗଛ ବୃଦ୍ଧିର ବିଳମ୍ବ ଅବସ୍ଥାରେ( ସଂକ୍ରମଣର 2-3 ସପ୍ତାହ ପରେ ) ଲକ୍ଷଣ ପ୍ରଥମେ ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏମ ॰ ଗ୍ରାମିନିକୋଲା ପାଇଁ ସଫଳ ଭାବରେ ଜୈବନିୟନ୍ତ୍ରଣ ଏଜେଣ୍ଟ ବ୍ୟବହାର କରାଯାଇଅଛି । ଟ୍ରାଇକୋଡର୍ମା ଗ୍ରୁପର ଏବଂ ସୁଡୋମୋନାଶ ଓ ବେଶିଲସ ଜାତିର କବକ ଗହମ ଗଛକୁ ପତ୍ର ଦାଗ ରୋଗରୁ ସୁରକ୍ଷା କିମ୍ବା ରୋଗର ବିକାଶରେ ବାଧା ଦେଇଥିବା ଦେଖାଯାଇଅଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏମ ॰ ଗ୍ରାମିନିକୋଲାର ଅନେକ ଦ୍ରୁତ ଭାବରେ କବକ ପ୍ରତିରୋଧି ହୋଇଛନ୍ତି , ମୁଖ୍ୟତଃ ରସାୟନର ଷ୍ଟ୍ରୋବିଲୁରିନ ଶ୍ରେଣୀ ପ୍ରତି ।ପ୍ରତ୍ୟାଶିତ ଅମଳ କ୍ଷତି , ଗହମର ବଜାର ଦର ଏବଂ କବକନାଶୀ ପ୍ରୟୋଗର ଖର୍ଚ୍ଚ ଉପରେ ଅର୍ଥନୈତିକ ସୀମା ନିର୍ଭର କରେ । ଆଜୋଲସ ଶ୍ରେଣୀର କବକନାଶୀ ସାଧାରଣତଃ ପତ୍ର ସିଂଚନ ଭାବେ ବ୍ୟବହୃତ ହୁଏ । କାର୍ବୋକ୍ସାମାଇଡ କିମ୍ବା ବେଞ୍ଜୋଫେନୋନ କବକନାଶୀର ଏକାନ୍ତର ପ୍ରୟୋଗ ପ୍ରତିରୋଧକତାର ଉପଶମରେ ସାହାଯ୍ୟ କରେ ।

ଏହାର କାରଣ କଣ

ମାଇକୋସ୍ଫେରୋଲା ଗ୍ରାମିନିକୋଲା କବକ ଦ୍ଵାରା ଏହି ରୋଗ ହୁଏ । ଏହା ମାଟି ଉପରେ ଥିବା ଗଛ ଅବଶେଷ , ଘାସ ପୋଷକ , ସାହାଯ୍ୟକାରୀ ଗଛ ଏବଂ ଶରତ ବୁଣା ଫସଲରେ ଶୀତସୁପ୍ତି କରେ । ରେଣୁ ଦୂର ଜାଗାକୁ ପବନ ଓ ବର୍ଷା ଛିଟ ଦ୍ଵାରା ସଂଚାରିତ ହୁଏ । ପ୍ରଥମ ଲକ୍ଷଣ ପୁରୁଣା ପତ୍ରରେ ଦେଖାଯାଏ ଏବଂ ଯେତେବେଳେ ରେଣୁ ଉପର ଆଡକୁ ବିକ୍ଷିପ୍ତ ହୁଏ , ଏହି ଚିହ୍ନ ଉପର ପତ୍ରରେ ଦେଖାଯିବା ଆରମ୍ଭ ହୁଏ । ଯଦି ଶୀର୍ଷ ପତ୍ର ଓ ତାହାର ତଳ ଦୁଇଟି ପତ୍ର ପ୍ରଭାବିତ ହୁଏ , ଅମଳ କମେ । କବକର ଜୀବନ ଚକ୍ର ସଂପୂର୍ଣ୍ଣ ହେବାକୁ ତାପମାତ୍ରା ଅନୁସାରେ 15-18 ଦିନ ନିଏ ।ଅନୁକୂଳ ପରିସ୍ଥିତି ହେଉଛି ତାପମାତ୍ରା 15-25 ଡିଗ୍ରୀ C ଏବଂ ମୁକ୍ତ ଜଳ କିମ୍ବା ଦୀର୍ଘ କାଳ ଉଚ୍ଚ ଆର୍ଦ୍ରତା । ଜୀବନ ଚକ୍ର 4 ଡିଗ୍ରୀ Cରୁ ନିମ୍ନରେ ବନ୍ଦ ହୋଇଯାଏ । ସଫଳ ସଂକ୍ରମଣ ପାଇଁ , ଅତି କମରେ 20 ଘଣ୍ଟାର ଉଚ୍ଚ ଆର୍ଦ୍ରତା ଆବଶ୍ୟକ ଅଟେ । ଓଦା ବସନ୍ତ ଏବଂ ଗ୍ରୀଷ୍ମ ଆଦର୍ଶ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଅଞ୍ଚଳରେ ମିଳୁଥିବା ସହନୀୟ କିସମ ବ୍ୟବହାର କରନ୍ତୁ । ବିଳମ୍ବ ଋତୁ ରୋପଣ ଅନୁମୋଦନ କରାଯାଏ । ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରିବାକୁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ । ବୃଦ୍ଧି ନିୟାମକ ଏବଂ ଯବକ୍ଷାରଜାନ ମଧ୍ୟମ ସ୍ତରରେ ପ୍ରୟୋଗ କରନ୍ତୁ । ଜମି ନିୟମିତ ନିରୀକ୍ଷଣ କରନ୍ତୁ । ଅନାବନା ଘାସ ଓ ସାହାଯ୍ୟକାରୀ ଫସଲ ନିୟନ୍ତ୍ରଣ କରନ୍ତୁ । ଏକ ବା ଦୁଇ ବର୍ଷ ପାଇଁ ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ କରନ୍ତୁ । ମାଟି ତଳେ ଗଛ ଅବଶେଷ ପୋତିବା ପାଇଁ ଗଭୀର ହଳ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ