Microdochium sorghi
ଫିମ୍ପି
ପତ୍ର , ପତ୍ରାଛଦ ଓ କେଣ୍ଡାରେ ଏହି ରୋଗ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ । ପତ୍ର ଉପରେ ଲାଲ୍ ମାଟିଆ ଏବଂ ପାଣି ଭିଜା ଚିହ୍ନ ବିକାଶ ଲାଭ କରେ , ବେଳେବେଳେ ଏକ ଈଷତ ସବୁଜ ସରୁ ବଳୟ ସହିତ ଥାଏ । ସେଗୁଡିକ ଆକାରରେ ବଢିବା ସମୟରେ , ଲାଲ୍ ଧାର ଦ୍ଵାରା ଘେରି ରହିଥିବା ଏକ ହାଲୁକା ବାଦାମୀ କେନ୍ଦ୍ର ଥିବା ଚିହ୍ନରେ ବିକଶିତ ହୁଏ । ଏହା ଯଦି ପତ୍ର ଧାରରେ ଦେଖାଦିଏ , ଅର୍ଦ୍ଧ ବୃତ୍ତାକାର ଏବଂ ଯଦି ମଧ୍ୟ ଶିରା ନିକଟରେ ଦେଖାଦିଏ , ବୃତ୍ତାକାର ହୁଏ । ଏକ ନିର୍ଦ୍ଦିଷ୍ଟ ଏକାନ୍ତର କିମ୍ବା ମଣ୍ଡଳ ବା ଜୋନେଟ ଭଳି ହାଲୁକା ଓ ଗାଢ ବଳୟ ସ୍ପଷ୍ଟ ଭାବରେ ଦେଖାଯାଏ ।ଘଟଣାକ୍ରମେ , ଯେତେବେଳେ ସଂକ୍ରମଣର ମାତ୍ରା ଅଧିକ ହୁଏ ,ଚିହ୍ନଗୁଡିକ ପରସ୍ପର ମିଶି ସଂପୂର୍ଣ୍ଣ ପତ୍ରକୁ ଆବରି ନିଅନ୍ତି । ପତ୍ରାଛଦ ଉପରେ , ବିଭିନ୍ନ ଦୈର୍ଘ୍ୟ ,ଆକାର ଓ ଆକୃତିର ଗାଢ- ଲାଲ୍ ରୁ କଳା-ବାଇଗଣୀ କିମ୍ବା ବାଦାମୀ ଚିହ୍ନ ଦେଖାଯାଏ । ସଂକ୍ରମିତ ପତ୍ରାଛଦ ହଳଦିଆ ହୁଏ ,ଝାଉଁଳେ ଓ ମରିଯାଏ । କେତେକ କବକ ଶରୀର ( sclerotia ) ବିଗଳିତ ସ୍ଥାନରେ ଦେଖାଯାଇପାରେ । ସଂକ୍ରମିତ କେଣ୍ଡା ପୋଡିଯାଇପାରେ ।
ଏହି ଜୀବାଣୁ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ପ୍ରତୀତ ହେଉ ନାହିଁ । ଏହି ରୋଗ ଆବିର୍ଭାବ ଓ ମାତ୍ରା କମାଇବା ପାଇଁ ଯଦି କୌଣସି ପଦ୍ଧତି ଆପଣ ଜାଣିଛନ୍ତି , ଦୟାକରି ଆମକୁ ସମ୍ପର୍କ କରନ୍ତୁ ।
ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅଧିକ ଖର୍ଚ୍ଚ ଯୋଗୁଁ କବକନାଶୀ ଦ୍ଵାରା ରାସାୟନିକ ଉପଚାର ସୁପାରିସ କରାଯାଏ ନାହିଁ । ଅମଳ ପରେ ଅବଶେଷ ପରିଚାଳନା ଏବଂ ଫସଲ ପର୍ଯ୍ୟାୟ ହେଉଛି ସବୁଠାରୁ ସୁବିଧାଜନକ ରୋଗ ପରିଚାଳନା ବିକଳ୍ପ ।
ଗ୍ଲିଓସର୍କୋସ୍ପୋରା ସର୍ଘୀ କବକ ( ଯାହାକି ବିହନରେ କିମ୍ବା ମାଟିରେ କିଛି ବର୍ଷ ବଞ୍ଚିପାରେ ) ଦ୍ଵାରା ଏହି ଲକ୍ଷଣ ହୁଏ ।କବକର ଗୁପ୍ତ ଗଠନ ଯାହାକୁ ସ୍କ୍ଲେରୋଷିଆ କୁହାଯାଏ (ଚିହ୍ନରେ ଦେଖାଯାଉଥିବା ଛୋଟ ଗାଢ ବିନ୍ଦୁ ) ସଂକ୍ରମଣର ପ୍ରାଥମିକ ଉତ୍ସ ଅଟେ ଏବଂ ମହାମାରୀ ରୂପ ଦେଇପାରେ ,ଯେତେବେଳେ ଅନୁକୂଳ ପରିସ୍ଥିତି ରହେ ; ଉଦାହରଣ ସ୍ୱରୂପ - ଉଷ୍ମ ଓ ଆର୍ଦ୍ର ପାଣିପାଗ । ଜୀବାଣୁ ମାଟିରୁ ପୁରୁଣା ତଳ ପତ୍ରକୁ ପବନ କିମ୍ବା ପାଣି ଛିଟ ଦ୍ଵାରା ବିସ୍ତାର କରେ । ଜୋଆରରେ ଜୋନେଟ ପତ୍ର ଚିହ୍ନ ସୃଷ୍ଟି କରୁଥିବା ଜୀବାଣୁ ମକା ଓ କ୍ଷୁଦ୍ର ଶସ୍ୟ ସମେତ ଅନ୍ୟ ଘାସ ପ୍ରଜାତିକୁ ସଂକ୍ରମଣ କରେ । ଏହି ଅନ୍ୟ ପୋଷକ ଗଛ ପରବର୍ତ୍ତୀ ଋତୁ ପାଇଁ ରୋଗ ସୃଷ୍ଟିକାରୀ ଜୀବାଣୁର ଗଚ୍ଛିତ ସ୍ଥାନ ପାଲଟି ଯାଏ ।