ଅନ୍ୟ

ଅଙ୍ଗାରୁଆ କାଣ୍ଡ ପଚା

Macrophomina phaseolina

ଫିମ୍ପି

ସଂକ୍ଷେପରେ

  • କାଣ୍ଡର ଆଭ୍ୟନ୍ତରୀଣ କୋଷ ଗୁଡିକରେ କଳା ବର୍ଣହୀନତା ଦେଖାଯାଏ । ଅଙ୍ଗାରୁଆ ରଙ୍ଗ ଦେଖାଯାଏ । ଶକ୍ତ ତନ୍ତୁଳ ଟିସୂ ଦେଖାଯାଏ ଯାହାର ପବ ଭିତରେ କଳା ଦାଗ ଦେଖାଯାଏ । ଫସଲର ସମୟ ଆଗରୁ ପାଚି ଯିବା , ପତ୍ର ଗୁଡିକ ହଳଦିଆ ହୋଇଯିବା ଓ ଝାଉଁଳି ଯିବା ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ଏହି ମୃତ୍ତିକା ବାହିତ କବକ ଚାରାର ମୂଳକୁ ସଂକ୍ରମିତ କରି ଦେଇ ଥାଆନ୍ତି ଓ ପରେ ପରେ କିଛି ଲକ୍ଷଣ ନ ଦେଖାଇ କାଣ୍ଡ ଯାଏଁ ନିଜ ବାଟ ଖୋଜି ନିଅନ୍ତି । ପରେ ପରେ ବୟସ୍କ କାଣ୍ଡର ଆଭ୍ୟନ୍ତରୀଣ ଟିସୁରେ କଳା ବର୍ଣହୀନତା ଦେଖା ଯାଇଥାଏ ଯାହାଦ୍ୱାରା ଏମାନେ ଏକ ପାଉଁଶିଆ ବା ଅଙ୍ଗାରୁଆ ଦେଖାଯାନ୍ତି । ତେଣୁ ଏହାର ଏପରି ନାମ ହୋଇଥାଏ ଏହି ପଚା ଧିରେ ଧିରେ ପରିବାହୀ ଟିସୂ ଗୁଡିକୁ ଆକ୍ରାନ୍ତ କରେ ଓ ଶକ୍ତ ତନ୍ତୁଳ ଦେଖାଯାଏ ଯାହାର ପବ ଭିତରେ କଳା ଦାଗ ଦେଖାଯାଏ । ପରିବାହୀ ଟିସୂ ଗୁଡିକ ନଷ୍ଟ ହୋଇଯିବା ଦ୍ୱାରା ପାଣି ଅଭାବ ହେଲା ଭଳି ଲକ୍ଷଣ ଦେଖେଇଥାଏ । ଫସଲ ସମୟ ଆଗରୁ ପାଚି ଯାଏ ଓ ଏହାର ଦୂର୍ବଳ କାଣ୍ଡ ଥାଏ, ଯାହାଦ୍ୱାରା ଏହା ଭାଙ୍ଗିଯାଇପାରେ ବା ପଡିଯାଇପାରେ । ଉପର ପତ୍ର ଗୁଡିକ ପ୍ରଥମେ ହଳଦିଆ ହୋଇ ଯାଆନ୍ତି ଓ ପରେ ଶୁଖି ଯାଆନ୍ତି । ମୂଳ ଉପରେ ମାଟିଆ, ପାଣି ଭିଜା ଘା ସବୁ ଉପସ୍ଥିତ ଥାଏ । ମାରାତ୍ମକ ସଂକ୍ରମଣ କ୍ଷେତ୍ରରେ, 50% ରୁ ଅଧିକ ଗଛ ଭାଙ୍ଗିଯାଇ ପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କୃଷି ଫାର୍ମ ଖତ, ନିିମ ତେଲ ନିର୍ଯ୍ୟାସ ଓ ସୋରିଷ ପିଡିଆ ଭଳି ଜୈବୀକ ଉପଚାରକୁ ମାକ୍ରୋଫୋମିନା ରୋଗ ଗୁଡିକର ନିୟନ୍ତ୍ରଣ ପାଇଁ ବ୍ୟବହାର କରା ଯାଇପାରେ । ବାଜରା ଓ ଅନାବନା ଘାସ ଉପରେ ଆଧାରିତ କମ୍ପୋଷ୍ଟ ବ୍ୟବହାର କୁ ମାଟିରେ ମିଶେଇବା ଦ୍ୱାରା ମାଟିରେ କବକ ଗୁଡିକର ସଂଖ୍ୟା 20-40% କମି ଯାଏ । ଟ୍ରାଇକୋଡର୍ମା ଭିରିଡେ (ପ୍ରତି 250 କିଲୋ ଭର୍ମୀକମ୍ପୋଷ୍ଟ କିମ୍ବା ଏଫ୍.ୱାଏ.ଏମ୍ ରେ 5 କିଲୋ ହିସାବରେ) କୁ ମାଟିରେ ବିହନ ବୁଣିବା ସମୟରେ ପ୍ରୟୋଗ କରିବା ମଧ୍ୟ ଲାଭଦାୟକ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ଲକ୍ଷଣ ପ୍ରଥମେ ଦେଖା ଯିବା ସମଯରୁ ହିଁ କ୍ଷତି ହୋଇ ଯାଇଥାଏ, ତେଣୁ ପତ୍ର ଉପରେ କବକନାଶକ ପ୍ରୟୋଗ ଫଳପ୍ରସୂ ହୋଇ ନଥାଏ । କବକନାଶକ ଦ୍ୱାରା ଉପଚାରିତ ବିହନ (ଉଦାହରଣ ସ୍ୱରୂପ ମ୍ୟାଙ୍କୋଯେବ୍ ସହ) ଚାରା ବୃଦ୍ଧି ସମୟରେଏହାକୁ ସୁରକ୍ଷା ଦେଇଥାଏ । 80 କିଲୋ/ହେକ୍ଟର ଏମ୍.ଓ.ପି କୁ ଦୁଇ ଭାଗରେ ପ୍ରୟୋଗ କଲେ ଫସଲକୁ ସୁରକ୍ଷା ଦେବା ଓ ଏହି କବକ ପ୍ରତି ଆଉ ସହନଶୀଳ କରିବା ପାଇଁ ସହାୟକ ହୋଇଥାଏ.

ଏହାର କାରଣ କଣ

ଏହି ରୋଗଟି ମ୍ୟାକ୍ରୋଫୋମିନା ଫେଯ଼େଓଲିନା ନାମକ କବକ ଦ୍ୱାରା ହୋଇଥାଏ, ଯାହାକି ସଦାବେଳେ ଗରମ ଓ ଶୁଷ୍କ ପାଣିପାଗରେ ବଞ୍ଚେ । ଅନ୍ୟ ସମୟରେ ଏହା ପୋଷକ ଫସଲ ଅବଶେଷରେ କିମ୍ବା ମାଟି ମଧ୍ୟରେ ତିନି ବର୍ଷ ଯାଏଁ ବଂଚି ରହିପାରେ । ମୂଳ ଓ କାଣ୍ଡର ପରିବାହୀ ଟିସୂର ସଂକ୍ରମଣ ଦ୍ୱାରା ପାଣି ଓ ପୋଷଣ ପରିବହନ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଏ, ଫଳସ୍ୱରୂପ ଫସଲର ଉପର ଅଂଶ ସମୟ ଆଗରୁ ପାଚି ଯାଏ ଓ ଏହାର କାଣ୍ଡ ଦୂର୍ବଳ ହୋଇଯାଏ । କବକର ସଂକ୍ରମଣ ପାଇଁ ଅଧିକ ଅନୂକୁଳ ପରିବେଶ କୀଟପତଂଗ, କ୍ଷତ ଚେର ଓ ପତ୍ର ତଥା ଫସଲର ଅନ୍ୟ ରୋଗ ସୃଷ୍ଟି କରି ଥାଆନ୍ତି. ମରୁଡି ଅବସ୍ଥା, ଉଚ୍ଚ ମାଟି ତାପମାତ୍ରା (28°C ଉପରେ) ଓ ଫସଲର ପର ପର ସ୍ତରରେ ଅତ୍ୟଧୀକ ଉର୍ବରୀକରଣ ଦ୍ୱାରା ଲକ୍ଷଣ ଗୁଡିକ ଆହୁରି ମାରାତ୍ମକ ହୋଇ ଯାଆନ୍ତି.


ସୁରକ୍ଷାତ୍ମକ ଉପାୟ

  • ମରୁଡି ସହନଶୀଳ କିସମର ଫସଲ ଲଗାନ୍ତ । ନଇଁବା ବା ପଡିଯିବା ପ୍ରତିରୋଧୀୀ କିସମର ଫସଲ ବୁଣନ୍ତୁ । ବୁଣିବା ସମୟ ଏପରି ବ୍ୟବସ୍ଥା କରନ୍ତୁ ଯେପରି ଫୁଲ ଧାରଣର ପରବର୍ତ୍ତୀ ଅବସ୍ଥା ଋତୁର ଶୁଖିଲା ସମୟରେ ନ ରହେ । ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ। ଜଳସେତନ ମାଧ୍ୟମରେ ଉତ୍ତମ ମାଟି ଆର୍ଦ୍ରତା ବଜାୟ ରଖନ୍ତୁ, ମୂଖ୍ୟତଃ ଫୁଲ ଧାରଣର ପରବର୍ତ୍ତୀ ସମୟରେ । ସନ୍ତୁଳିତ ଉର୍ବରୀକରଣ ସୁନିଶ୍ଚିତ କରନ୍ତୁ ଓ ଅତ୍ୟଧୀକ ଯବକ୍ଷାରଜାନ ବ୍ୟବହାର କରନ୍ତୁ ନାହିଁ । ଅମଳଜନିତ ଅଧିକ କ୍ଷତିରୁ ବଂଚିବା ପାଇଁ ଶୀଘ୍ର ଅମଳ କରି ନିଅନ୍ତୁ । ପୋଷକ ନଥିବା ଫସଲ ଯେପରିକି ଛୋଟ ଗହମ, ଯଅ , ଧାନ , ବାର୍ଲି ଓ ରାଇ ଭଳି ଫସଲ ସହ ତିନି ବର୍ଷ ଧରି ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ । ମାଟିରେ ଜୀବାଣୁ ସଂକ୍ରମଣକୁ କମେଇବା ପାଇଁ ଗ୍ରୀଷ୍ନ ଋତୁ ବେଳେ ଗଭୀର ଭାବେ ହଳ କରିବାର ଯୋଜନା ବନାନ୍ତୁ । ଏହା ଦ୍ୱାରା ମାଟିରେ କବକ ଗୁଡିକର ସଂଖ୍ୟା କମା ଯାଇପାରେ । ମାଟିର ସୌର ଉପଚାର କିମ୍ବା ଅଧିକ ଦିନ ଜମି ପଡିଆ ପକାଇବା ମଧ୍ୟ ଫଳପ୍ରସୂ ହୋଇଥାଏ । ଅତ୍ୟଧୀକ ସଂକ୍ରମିତ ଜାଗାରେ ବିହନ ବୁଣିବା ପୂର୍ବରୁ ସବୁଜ ଖତକୁ ମାଟି ସହ ମିଶାଇ ଦେବା ପାଇଁ ଚାଷୀ ମାନଂକୁ ପରାମର୍ଶ ଦିଆ ଯାଇଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ