Colletotrichum graminicola
ଫିମ୍ପି
ଫସଲର ପ୍ରକାର, ପାଣିପାଗ ଅବସ୍ଥା ଓ ଜୀବାଣୁର କ୍ଷମତାକୁ ଆଧାର କରି ସଂକ୍ରମଣର ପ୍ରଭାବର ହିସାବ କରା ଯାଇ ପାରିବ. ସଂବେଦନଶୀଳ କିସମର ଫସଲରେ, ସଂକ୍ରମଣକୁ ସ୍ପଷ୍ଟ ଭାବେ ତିନୋଟି ଶ୍ରେଣୀରେ ଭାଗ କରାଯାଇ ପାରେ- ପତ୍ର ଧସା, ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା. ପ୍ରଥମେ ତଳ ପତ୍ରରେ, ପତ୍ର ଅଗରେ ବା ମଝି ଶିରା ଓ ପରେ ଉପର ଅଂଶରେ ଛୋଟ, ଅଣ୍ଡାକୃତି, ଓଦା ଘା ଦେଖା ଯାଇଥାଏ. ଏହି ଅର୍ଦ୍ଧସ୍ୱଚ୍ଛ ଦାଗ ଗୁଡି଼କ ର କେନ୍ଦ୍ର ବାଦାମୀ ରଙ୍ଗର ହୋଇଥାଏ ଓ ବାଇଗଣୀ ସୀମା ଥାଏ. ଏହି ଦାଗ ସବୁ ପରସ୍ପର ସହ ମିଶି ପୁରା ପତ୍ର ଉପରେ ଵ୍ୟାପିଥାନ୍ତି (ପତ୍ର ଧସା). ଫସଲ ବୃଦ୍ଧିର ପରବର୍ତ୍ତୀ ସମୟରେ ପାଣିପାଗ ଅନୂକୁଳ ଥିଲେ, ମୃତ କୋଷ ଉପରେ କଳା ଓ ଉଠି ହୋଇଥିବା ଦାନା ଦେଖା ଯାଇଥାଏ. କାଣ୍ଡ ଓ ଡାଳରେ ଥିବା କ୍ଷତଗୁଡିକ ଗଛ ଭିତରେ ଥିବା ଟିସୁରେ ରୋଗ ବ୍ୟାପିବା ପାଇଁ ସାହାଯ୍ୟ କରିଥାଏ ଯାହାକି ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା ଭଳି ଲକ୍ଷଣ ଦେଖେଇବା ଆରମ୍ଭ କରିଦେଇଥାଏ.
କୋଲେଟୋଟ୍ରିକମ୍ ଗ୍ରାମିନୀକୋଲା (Colletotrichum graminicola) ବିରୋଧରେ ଜୈବିକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ. ଯଦି ଆପଣ ଏହି ରୋଗର ନିୟନ୍ତ୍ରଣ ପାଇଁ ସହାୟକ ହେଉଥିବା କିଛି ଜୈବିକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.
ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଆଜି ଯାଏଁ ଏହି ରୋଗର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ କବକନାଶକ ଉପଲବ୍ଧ ନାହିଁ.
ଏହି କବକଟି ମାଟି ଉପରେ ଥିବା ଫସଲ ଅବଶେଷ ରେ ବଞ୍ଚି ରହିଥାଏ, ଯେଉଁଠାରୁ କି ଏହା ବସନ୍ତ ଋତୁ ବେଳେ ପବନ ଓ ପାଣି ଛାଟ ଦ୍ୱାରା ତଳେ ଥିବା ପତ୍ରରେ ବ୍ୟାପିଥାଏ. ପତ୍ର ଧାରରେ ଜନ୍ମିତ ଘା ଗୁଡିକ ପରବର୍ତ୍ତୀ ଭାବେ ଉପର ପତ୍ର ବା କାଣ୍ଡ ଉପରକୁ ସଂକ୍ରମିତ ହୋଇଥାଏ. କାଣ୍ଡ ଉପରେ ଆଘାତ ହେଲେ ଭିତରେ ଥିବା ଟିସୁରେ କବକର ବସା ବାନ୍ଧିବା ସମ୍ଭାବନା ବଢ଼ିଯାଇଥାଏ. ଯଦି ପାଣିପାଗ ଅବସ୍ଥା ଅନୂକୁଳ ହୋଇଥାଏ ତାହେଲେ ଅନ୍ୟ ଲକ୍ଷଣ ଯେପରିକି ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା ଭଳି ଲକ୍ଷଣ ଦେଖାଯିବା ଆରମ୍ଭ ହୋଇ ଯାଇଥାଏ. ଏହି କବକ(ଓ ରୋଗର) ଜୀଏଁ ଚକ୍ର ପାଇଁ ଅପେକ୍ଷାକୃତ ଉଚ୍ଚ ତାପମାତ୍ରା(20 ରୁ 30°C), ଦୀର୍ଘ କାଳ ଧରି ଆପେକ୍ଷିକ ଉଚ୍ଚ ଆର୍ଦ୍ରତା ଓ ନିୟମିତ ବର୍ଷା ଅନୂକୁଳ ହୋଇଥାଏ. ଏହି କବକଟି ଫସଲର ଚାରା ଅବସ୍ଥାରେ ସଂକ୍ରମିତ କରିପାରେ କିନ୍ତୁ ଯଦି ଜମି ଉପରେ ଉଚିତ୍ ଭାବେ ସାର ପ୍ରୟୋଗ କରାଯାଇଛି ତେବେ ଅମଳରେ ବହୁ ପରିମାଣର କ୍ଷତି ହୋଇ ନଥାଏ. ଶୀଘ୍ର ବଢୁଥିବା ପତ୍ର ଗୁଡିକରେ ରୋଗର ଲକ୍ଷଣ କମ ଦେଖାଦେଇଥାଏ.