ମକା

ମକା ଫସଲରେ ସାଧାରଣ କଳଙ୍କୀ

Puccinia sorghi

ଫିମ୍ପି

ସଂକ୍ଷେପରେ

  • କ୍ଷତ ଚିହ୍ନ ଛୋଟ ଛୋଟ ରଙ୍ଗୀନ ଚିହ୍ନ ଯାହାକି ଛୋଟ ତାମ୍ର ବର୍ଣ ଚିହ୍ନରେ ପରିଣତ ହୁଏ । ଉଭୟ ଉପର ଓ ତଳ ପତ୍ରର ପୃଷ୍ଠରେ ଏହା ବ୍ରଣ ଭଳି ଦେଖାଯାଏ ଯାହାକି ଋତୁର ବିଳମ୍ବ ଅବସ୍ଥାରେ ଗାଢ ମାଟିଆରୁ କଳା ରଂଗରେ ପରିଣତ ହୋଇଯାଏ ।.

ମଧ୍ୟ ଦେଖା ଯାଇପାରେ


ମକା

ଲକ୍ଷଣ

ପତ୍ରର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଦାଗ ସୃଷ୍ଟି ହୋଇଥାଏ ଓ ଏହା ଧିରେ ଧିରେ ଛୋଟ, ବାଦାମୀ ବହଳିଆ ଦାଗରେ ପରିଣତ ହୋଇଯାଏ. ଏଗୁଡିକ ମୁଖ୍ୟତଃ ଲମ୍ବାଳିଆ ଦାଗ ହୋଇଥାନ୍ତି ଯାହାକି ପରେ ପତ୍ରର ତଳ ଓ ଉପର ଉଭୟ ପାର୍ଶ୍ୱରେ ଗୁଣ୍ଡ ଭଳି, ସୁନେଲି-ମାଟିଆ ବ୍ରଣରେ ରେ ପରିଣତ ହୋଇ ବିଛେଇ ହୋଇଯାଏ. ଏହି ରଂଗ ବୟସ୍କ ଗଛରେ କଳା ରଂଗରେ ପରିଣତ ହୋଇ ଯାଇଥାଏ. ଅନ୍ୟ କଳଙ୍କୀ ରୋଗ ଅପେକ୍ଷା ଏହି ଲକ୍ଷଣ ଗୁଡିକ ସାଧାରଣତଃ ଫସଲର ଅନ୍ୟ ଅଂଶରେ ଯଥା କାଣ୍ଡ,ଛଦ ପତ୍ର କିମ୍ବା ଚୋପାରେ ଦେଖାଯାଇ ନଥାଏ । ଯାହାହେଲେବି , କାଣ୍ଡ ଗୁଡିକ ଦୂର୍ବଳ ଓ ନରମ ହୋଇଯାଏ ଓ ଉପୁଡିଯିବା ପାଇଁ ସଂବେଦନଶୀଳ ହୋଇଯାଏ. ପୁରୁଣା ପତ୍ର ଅପେକ୍ଷା କଅଁଳ ପତ୍ର କବକଜନିତ ସଂକ୍ରମଣ ପ୍ରତି ଅଧିକ ସଂବେଦନଶୀଳ ଅଟନ୍ତି । ସହଳ ଅବସ୍ଥାରେ ସଂକ୍ରମିତ ହୋଇଥିବା ଗଛରେ ପତ୍ରର ପାଣ୍ଡୁରତା ଦେଖାଯାଏ ଏବଂ ମରିଯାଇପାରେ , ଯଦି ଉପର ପତ୍ର ଗୁଡିକ ସଂକ୍ରମିତ ହୋଇଯାଇଥାଏ ଅମଳରେ ଅତ୍ୟଧୀକ କ୍ଷତି ହୋଇପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପୁକ୍ୟିନିଆ ସୋର୍ଗୀଃ (Puccinia Sorghi) ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ. ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ସଂବେଦନଶୀଳ କିସମର ଫସଲ ଉପରେ କବକନାଶକ ପ୍ରୟୋଗ କରିବା ଲାଭଦାୟକ ହୋଇଥାଏ. ଯଦି କଳଙ୍କୀ ଗୁଡିକ ପାଣିପାଗ ଅବସ୍ଥା ଯୋଗୁଁ ମାରାତ୍ମକ ଭାବେ ସଂକ୍ରମଣ ହେବା ଦେଖା ଦିଏ ତାହେଲେ ଋତୁ ଆରମ୍ଭରେ ପତ୍ର ସମୂହ ଉପରେ କବକନାଶକ ପ୍ରୟୋଗ କରନ୍ତୁ. କଳଙ୍କୀ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାରର କବକନାଶକ ଉପଲବ୍ଧ ଅଛି. ମ୍ୟାଂକୋଯ଼େବ୍, ପାଇରାକ୍ଲୋଷ୍ଟ୍ରୋବିନ୍, ପାଇରାକ୍ଲୋଷ୍ଟ୍ରୋବିନ୍ +ମେଟ୍କୋନାଯ଼ୋଲ୍, ପାଇରାକ୍ଲୋଷ୍ଟ୍ରୋବିନ୍ +ଫ୍ଲକ୍ସାପାଇରୋକ୍ସାଡ୍, ଆଯ଼ୋକ୍ସିଷ୍ଟ୍ରୋବିନ୍+ପ୍ରୋପିକୋନାଯୋଲ୍, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍+ପ୍ରୋଥିଓକୋନାଯୋଲ୍ ଥିବା ସାମଗ୍ରୀକୁ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ.ଉଦାହରଣ ସ୍ୱରୁପ- ମ୍ୟାଂକୋଯ଼େବ୍ @ 2.5 ଗ୍ରା ପ୍ରତି ଲି. ମିଶେଇ ଘା ଦେଖାଯିବା ସଂଗେ ସଂଗେ ଫୁଲ ଫୁଟିବା ଯାଏଁ 10 ଦିନରେ ଥରେ ପ୍ରୟୋଗ କରିବା.

ଏହାର କାରଣ କଣ

ଏହି ରୋଗଟି ପୁକ୍ୟିନିଆ ସୋର୍ଗୀଃ (Puccinia Sorghi) ନାମକ ଏକ କବକ ଯୋଗୁଁ ହୋଇଥାଏ. ଏହି କବକଟି ଶୀତ ଋତୁ ବେଳେ ବିକଳ୍ପ ପୋଷକ ଗଛରେ ବଂଚି ରହିଥାଏ ଓ ବସନ୍ତ ଋତୁ ବେଳେ ରେଣୁ ଛାଡି ଥାଏ. ଏହି ରେଣୁ ଗୁଡିକ ପବନ ଓ ବର୍ଷା ଦ୍ୱାରା ବହୁ ଦୁର ଯାଏଁ ପରିବାହିତ ହୋଇ ଯାଇଥାଏ. ପତ୍ର ଉପରେ ପଡିବା ପରେ ପରେ ସଂକ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇଯାଏ. ଫସଲ ଓ ଫସଲ ମଧ୍ୟରେ ଦ୍ଵିତୀୟକ ସଂକ୍ରମଣ ପବନ ଓ ବର୍ଷା ଦ୍ୱାରା ହୋଇ ଯାଇଥାଏ. ଏହି ରୋଗର ବିକାଶ ପ୍ରକ୍ରିୟା ଉଚ୍ଚ ଆପେକ୍ଷିକ ଆର୍ଦ୍ରତା (ପାଖାପାଖି 100%),କାକର,ବର୍ଷା ଓ 15 ରୁ 20°C ଥଣ୍ଡା ତାପମାତ୍ରା(ଜାଗା ଉପରେ ନିର୍ଭର କରି) ବହୁତ ଅନୂକୁଳ ହୋଇଥାଏ. ଗରମ, ଶୁଖା ପାଣିପାଗ କବକର ସଂକ୍ରମଣ ବିକାଶ ପ୍ରକ୍ରିୟା ଓ ରୋଗ ହେବା ଧୀମା କରି ଦେଇଥାଏ. ବିହନ ଉଦ୍ଦେଶ୍ୟରେ କରାଯାଉଥିବା ଓ ମିଠା ମକା ଗଛରେ ଏହା ବଡ ଅସୁବିଧା ହୋଇଥାଏ । ପଶୁ ସମ୍ପଦ ଖାଦ୍ୟ ,ଶିଳ୍ପ ପାଇଁ କିମ୍ବା ଖାଦ୍ୟ ପ୍ରକ୍ରିୟା କାରଣ ପାଇଁ କରାଯାଉଥିବା ଫସଲ ଏଥି ପାଇଁ ଉଦବେଗଜନକ ନୁହେ । ଫସଲର କମ୍ ଉତ୍ପାଦନ କ୍ଷମତା ଓ ପଡିଯିବା ଯୋଗୁଁ ଅମଳ କମ୍ ହୋiଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଆପଣଂକ ଜାଗାରେ ଯଦି ଉପଲବ୍ଧ ଅଛି ତାହେଲେ ପ୍ରତିରୋଧୀ ବା ସହିଷ୍ଣୁ କିସମର ଫସଲ ବୁଣନ୍ତୁ.ସଂକ୍ରମଣ ପାଇଁ ଅନୂକୁଳ ଅବସ୍ଥାରୁ ବଂଚିବା ପାଇଁ ଶୀଘ୍ର ବିହନ ବୁଣନ୍ତୁ.
  • ସହଳ କିସମର ଫସଲ ବୁଣନ୍ତୁ ଯାହାକି ଶୀଘ୍ର ପରିପକ୍ଵ ହୁଏ । ରୋଗର ଲକ୍ଷଣ ଜାଣିବା ପାଇଁ ଫସଲକୁ ନିୟମିତ ଭାବେ ନୀରିକ୍ଷଣ କରନ୍ତୁ, ମେଘୁଆ ପାଗ ହୋଇଥିଲେ ଆହୁରୁ ଭଲରେ ନୀରିକ୍ଷଣ କରନ୍ତୁ.
  • ଯବକ୍ଷାରଯାନର ଭାଗ ଭାଗ ପ୍ରୟୋଗ ଦ୍ୱାରା ମାଟିର ସନ୍ତୁଳିତ ଉର୍ବରୀକରଣ ସୁନିଶ୍ଚିତ କରନ୍ତୁ.
  • ଅସଂବେଦନଶୀଳ ଫସଲ ସହ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ