Rhizoctonia solani
ଫିମ୍ପି
ପ୍ରଥମ ଲକ୍ଷଣ ହିସାବରେ ଜମିର ପାଣି ସ୍ତର ଉପରକୁ ଥିବା ଗଛର ପତ୍ରଚ୍ଛାଦ ଉପରେ ଦାଗ ଦେଖା ଯାଏ. ଏହି ଦାଗ ସବୁ ଅଣ୍ଡାକୃତ, ସବୁଜ ରୁ ଧୂସର, 1-3 ସେମି ଲମ୍ବା ଓ ପାଣି ଭିଜା ହୋଇ ଥାନ୍ତି. ଏହି ଦାଗ ଗୁଡିକ ଅସମ ଭାବେ ବଢ଼ି ଚାଲେ ଓ ବାଦାମୀ ଧାର ସହିତ ଅସମ ଧୂସର ରୁ ଧଳା ରଙ୍ଗ ରେ ପରିଣତ ହୋଇଯାଏ. ଯେମିତି ଯେମିତି ରୋଗ ବଢ଼ି ବଢ଼ି ଚାଲେ, ଗଛର ଉପର ଅଂଶ ଗୁଡିକ ସଂକ୍ରମିତ ହୋଇ ଯାଆନ୍ତି. ଏହି ଅଂଶ ଗୁଡିକ ଉପରେ, ଦାଗ ଗୁଡିକ ଅତିଶୀଘ୍ର ବଢିଥାଏ ଓ ସମ୍ପୂର୍ଣ ପତ୍ର ଚମକିଥାଏ. ଏହା ଫଳ ରେ ପତ୍ର ଓ ପୁରା ଗଛ ମଧ୍ୟ ମରି ଯାଇପାରେ. ଏହା ସହ, ଫସଲ ପୃଷ୍ଠ ଉପରେ କବକଜନିତ ବୃଦ୍ଧି ସୃଷ୍ଟି ହୋଇଥାଏ.
ରାଇଜୋକ୍ଟୋନିଆ ସୋଲାନି (Rhizoctonia solani) ବିରୋଧରେ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ. ଯଦି ଆପଣ ଏହି ରୋଗକୁ ନିୟନ୍ତ୍ରଣ ପାଇଁ ସହାୟକ ହେଉଥିବା କିଛି ଜୈବିକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ସଂକ୍ରମଣ କୁ ରୋକିବା ପାଇଁ ନିମ୍ନଲିଖିତ କବକନାଶକ ସବୁକୁ ବ୍ୟବହାର କରାନ୍ତୁ: ହେକ୍ସଆକୋନଜୋଲ (hexaconazole)5ଇସି @ 2ମିଲି କିମ୍ବା ଭାଲିଡାମାଇସିନ (validamycin)3ଲି @ 2ମିଲି କିମ୍ବା ପ୍ରୋପିକୋନାଯ଼ୋଲ (propiconazole)25 ଇସି @ 1ମିଲି କିମ୍ବା ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ + ଟେବ୍ୟୁକୋନାଜୋଲ (trifloxystrobin + tebuconazole) @ 0.4 ଗ୍ରା ପ୍ରତି ଲି ପାଣି ସହ ( ସ୍ପ୍ରେ ଗୁଡିକୁ ଅଦଳବଦଳ କରି 15 ଦିନ ବ୍ୟବଧାନ ରେ ଦୁଇ ଥର ସ୍ପ୍ରେ କରନ୍ତୁ).
ଧାନ ର ପତ୍ରଚ୍ଛାଦ ପୋଡା ରୋଗ ପାଇଁ ସବୁଠାରୁ ଉତ୍ତମ ପାଣିପାଗ ହେଲା 28 -32°C ର ଉଚ୍ଚ ତାପମାତ୍ରା, ଯବକ୍ଷାରଜାନ ସାରର ଅଧିକ ମାତ୍ରା ଓ 85-100% ର ଉଚ୍ଚ ଆପେକ୍ଷିକ ଆର୍ଦ୍ରତା. ମୁଖ୍ୟତଃ ବର୍ଷା ଋତୁ ସମୟରେ, ସଂକ୍ରମିତ ହେବା ର ସମ୍ଭାବନା ସବୁଠାରୁ ଅଧିକ ହୋଇ ଥାଏ ଓ ବ୍ୟାପିବା ଆଶଙ୍କା ସର୍ବାଧିକ ହୋଇଥାଏ. ଗହଳିଆ ଗଛପତ୍ର ଥିଲେ ଆର୍ଦ୍ର ପରିବେଶ ହୋଇଥାଏ ଓ ସଂକ୍ରମଣ ପାଇଁ ସୁହେଇ ଥାଏ. ଏହି କବକ ଟି ମାଟି ରେ ବହୁତ ବର୍ଷ ଧରି ମାଟିରେ ନିଷ୍କ୍ରିୟ ସ୍କ୍ଲେରୋଟିଅମ (sclerotium) ରୂପେ ରହି ଥାଏ. ଥରେ ଏହା ଧାନ ଗଛର ସଂସ୍ପର୍ଶ ରେ ଆସିଲେ, କବକ ଟି ପତ୍ରଛାଦ ଭିତରକୁ ପ୍ରବେଶ କରେ, ଯାହା ଦ୍ୱାରା ସଂକ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ.