Colletotrichum musae
ଫିମ୍ପି
ଏହି କବକ ଚୋପା ଉପରେ ଘନ ବାଦାମୀ ଠାରୁ କଳା ରଙ୍ଗର ଖାଲୁଆ ଚିହ୍ନ ସୃଷ୍ଟି କରେ । ପ୍ରାରମ୍ଭିକ ଲକ୍ଷଣଗୁଡିକ କଞ୍ଚା ଫଳରେ ଦେଖାଯାଏ । ଏହି ଚୋପା ଉପରେ ଘନ ବାଦାମୀ ଠାରୁ କଳା ରଙ୍ଗର ବାତ ରନ୍ଧ୍ର ( lenticel)ରେ ଫିକା ଧାର ସହ ଖାଲୁଆ କ୍ଷତ ହୁଏ । ହଳଦିଆ ଫଳରେ ଏହି କ୍ଷତ ବିଭିନ୍ନ ଆକାରର ହୋଇଥାନ୍ତି ଓ ପରସ୍ପର ସହ ମିଶି ବଡ ଆକାର ଧାରଣ କରିପାରନ୍ତି । ଏହାର କେନ୍ଦ୍ରରେ କମଳା ରଙ୍ଗ ଠାରୁ ସାମନ ମାଛ ପିଙ୍କ ରଙ୍ଗର କବକ ସମୂହ ସୃଷ୍ଟି କରେ । ପୂର୍ବର ଫୁଲ ସଂକ୍ରମିତ ଥିଲେ ଏହି ଲକ୍ଷଣ ଫଳର ଅଗରେ ମଧ୍ୟ ଆରମ୍ଭ ହୋଇପାରେ । ପ୍ରଭାବିତ ଫଳ ଅକାଳରେ ପାଚିଯାଇପାରେ । ରସ କ୍ରମଶଃ ପଚିଯାଏ । ପ୍ରାରମ୍ଭିକ ଲକ୍ଷଣ ଅମଳର ବହୁଦିନ ପରେ ପରିବହନ ଓ ସାଇତିବା ସମୟରେ ମଧ୍ୟ ଦେଖାଦେଇପାରେ ।
10% ଆରବିକ ଅଠାର ଜୈବିକ କବକନାଶୀ ସହ 1.0%ଚିତୋସନ ଫଳ ଅମଳ ସମୟରେ ଉପଚାର କାଲେ ଭଣ୍ଡାର କରିବା ସମୟରେ ଏହି ରୋଗ କମ ହୁଏ ।କିଛି ସଫଳତାର ସହିତ ରୋଗକାରୀ ଜୀବାଣୁ ବୃଦ୍ଧି ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଗଛ ଭିତ୍ତିକ ମିଶ୍ରଣ ଯଥା ସାଇଟ୍ରିକ ରସ ,ଅଦା ରସ ଓ ଆକାଶିଆ ଅଳବିଦ ପଲିଆଲଠିଆ ଲାଞ୍ଜିଫଳିଆ ଏବଂ କ୍ଳେରୋଦେନ୍ଦ୍ରମ ଇନେର୍ମ ବ୍ୟବହାର କରାଯାଇଛି । ଏହି ତଥ୍ୟ କ୍ଷେତ୍ର ପରୀକ୍ଷଣରେ ସଫଳତା ଦେଖାଇବାର ଅଛି । କଞ୍ଚା ଫଳକୁ 55 ଡିଗ୍ରୀ ବିଶିଷ୍ଟ ଗରମ ଜଳରେ 2 ମିନଟ ବୁଡାଇଲେ ଏହହର ପ୍ରଭାବ କାମେ ।
ଯଦି ମିଳେ , ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଚାଷ ସମୟରେ କଦଳୀ କାନ୍ଧିକୁ ମଙ୍କୋଜେବ 0.25 %କିମ୍ବା ବେଞ୍ଜିମିଦେଜୋଲ 0.05%ରେ ସିଞ୍ଚନ କାଲେ ପରବର୍ତ୍ତୀ ସଂକ୍ରମଣରୁ ରକ୍ଷା ମିଳେ । ଅମଳ କରାଯାଇଥିବା ଫଳକୁ ବେଞ୍ଜିମାଦେଜୋଲ କବକନାଶୀରେ ବୁଡାଇଲେ ସୁଫଳ ମିଳେ । ଖାଦ୍ୟ ଗ୍ରେଡ ରାସାଯନିକ ବୁଟାଇଲେଟେଡ ହାଇଡ୍ରୋକ୍ସିଆନିସୋଲ ରେ ଫଳକୁ ଆବରଣ ଦେଲେ କବକନାଶୀର ପ୍ରଭାବ ବୃଦ୍ଧି ପାଏ ।
ଆନ୍ଥ୍ରାକ୍ନୋଜ ରୋଗ କୋଲେଟୋଟ୍ରାଇଚମ ମୁସେ ନାମକ କବକ ଯୋଗୁଁ ହୋଇଥାଏ । ଏହା ମୃତ କିମ୍ବା କ୍ଷୟଶୀଳପତ୍ର ଓ ଫଳରେ ବଞ୍ଚିରହେ । ଏହାର ରେଣୁ ପବନ, ପାଣି ,ପୋକ ଏବଂ କଦଳୀ ଖାଉଥିବା ପକ୍ଷୀ ଓ ମୂଷା ଦ୍ଵାରା ବିସ୍ତାର ଲାଭ କରେ । ଏମାନେ ଫଳର ଚୋପା ଉପରେ ଥିବା ଛୋଟ କଣା ଦେଇ ଫଳ ମଧ୍ୟରେ ପ୍ରବେଶ କରନ୍ତି ଏବଂ ପରେ ଅଙ୍କୁରିତ ହୋଇ ଲକ୍ଷଣ ଦେଖାନ୍ତି । ଅଧିକ ତାପମାତ୍ରା ,ଆର୍ଦ୍ରତା ,ଓ ବାରମ୍ବାର ବର୍ଷା ଏହାର ଅନୁକୂଳ ପରିବେଶ ଅଟେ । ଗଛରେ ପାଚିଲା ଫଳରେ କିମ୍ବା ଅମଳ ପରବର୍ତ୍ତୀ ଭଣ୍ଡାର ସମୟରେ ଏହି ଲକ୍ଷଣ ଦେଖାଯାଏ । ପରିବହନ ଓ ଭଣ୍ଡାର କରିବା ସମୟରେ କଦଳୀର ମାନକୁ ପ୍ରଭାବିତ କରୁଥିବା ଏହା ଏକ ମୁଖ୍ୟ ରୋଗ ।