Mycosphaerella sp.
ଫିମ୍ପି
ପ୍ରାରମ୍ଭିକ ଲକ୍ଷଣ ତୃତୀୟ ବା ଚତୁର୍ଥ ଖୋଲା ପତ୍ରରେ ଦେଖାଯାଏ । ପତ୍ରର ଉପର ପଟେ ଛୋଟ ଫିକା ହଳଦିଆ ଚିହ୍ନ (1-2 ମି.ମି )ଦ୍ଵିତୀୟକ ଶିରାର ସମାନ୍ତରାଳ ଭାବେ ଦେଖାଯାଏ । ଏହି ଚିହ୍ନ ପରେ ତୂରୀ ଆକାରର ସରୁ ,ବାଦାମୀ କିମ୍ବା ଘନ ସବୁଜ ଚିହ୍ନରେ ପରିଣତ ହୁଏ । ପରେ ଏହି କ୍ଷତ ଚିହ୍ନ ଗୁଡିକ ଶିରାର ସମାନ୍ତରାଳ ଭାବରେ ସମ୍ପ୍ରସାରିତ ହୁଅନ୍ତି ଓପାଣିଭିଜା କେନ୍ଦ୍ର ଓ ଜ୍ୟୋତି ମଣ୍ଡଳ ସହିତ କଳଙ୍କି ଲାଲ ଚାରିକୋଣିଆ ଚିହ୍ନରେ(4 ଠାରୁ 12 ମି ॰ମି ) ପରିଣତ ହୁଅନ୍ତି । ଏହି ବ୍ହିହଣର କେନ୍ଦ୍ର କ୍ରମଶଃ ଧୂସର ବାଦାମୀ ଠାରୁ ବାଦାମୀ ରଙ୍ଗରେ ବା ବିଗଳିତ ଚିହ୍ନରେ ପରିଣତ ହୁଏ । ପତ୍ର ଧାରରେ ସେମାନେ ପରସ୍ପର ମିଶାନ୍ତି ଓ ଚାରିପଟେ ହଳଦିଆ ଥିବା ବଡ , କଳା, କିମ୍ବା ମାଟିଆ ବିଗଳିତ ଚିହ୍ନରେ ପରିଣତ ହୁଅନ୍ତି । ପତ୍ରରେ ଥିବା ଫାଟ ଯୋଗୁଁ ଏହା ଛିଣ୍ଡା କନା ଭଳି ଦେଖାଯାଏ ।
ଜୈବ କବକନାଶୀ ଯଥା ଟ୍ରାଇକୋଡେର୍ମା ଅତ୍ରୋଭିରିଦେ ସହ ଜୈବିକ ଉପଚାର କାଲେ ଭଲ ଫଳ ମିଳିଥାଏ ଏବଂ ଏହା ସମ୍ଭାବ୍ୟ କ୍ଷେତ୍ର ପ୍ରୟୋଗ ପାଇଁ ପରୀକ୍ଷା କରାଯାଉଅଛି । କଟା ଯାଇଥିବା ସ୍ଥାନରେ ବୋର୍ଡୋକସ ସିଞ୍ଚନ କଲେ ଗଛର ଏହି ଅଂଶରେ ରୋଗ ବିସ୍ତାର ବନ୍ଦ କରି ହେବ ।
ଯଦି ସମ୍ଭବ ,ସର୍ବଦା ,ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ଉଚିତ । ମାଙ୍କୋଜେବ ,କାଳିକସିନ କିମ୍ବା କ୍ଳୋରୋଥାଲୋନୀଳ ଥିବା କବକନାଶୀ ,ଯେତେବେଳେ ରୋଗ ଅଧିକ ବିସ୍ତାର ଲାଭ କରିନଥାଏ , ପତ୍ର ଉପରେ ସିଞ୍ଚନ କରାଯାଏ । ପ୍ରୋପିକୋନାଜୋଲ ,ଫେନ୍ବୁକୋନାଜୋଲ କିମ୍ବା ଆଯୋକ୍ସିଷ୍ଟ୍ରବିନ ଆଦି କବକନାଶୀ ସହ ପର୍ଯ୍ୟାୟ ଭାବେ ପ୍ରୟୋଗ କରାଯାଇପାରେ । କବକ ମଧ୍ୟରେ ପ୍ରତିରୋଧ ଶକ୍ତି ନିବାରଣ କରିବା ପାଇଁ ଏହି ପର୍ଯ୍ୟାୟ ଆବଶ୍ୟକ ।
ଏହି ରୋଗ ମାଇକୋସ୍ଫେରେଳା ମୁଶିକୋଲା ନାମକ କବକ ଯୋଗୁଁ ହୋଇଥାଏ ଏବଂ ସାରା ପୃଥିବୀରେ ଦେଖାଦିଏ । ଏହା କଦଳୀର ଅଧିକ କ୍ଷତି ସୃଷ୍ଟି କରୁଥିବା ରୋଗ ମାନଙ୍କ ମଧ୍ୟରେ ଅନ୍ୟତମ । ଏହାବର୍ଷ ଦିନେ ଉଷୁମ ପରିବେଶ ଏବଂ ଉଚ୍ଚ ଆପେକ୍ଷିକ ଅର୍ଦ୍ରତା ଥିବା ଉପକ୍ରାନ୍ତୀୟ ଅଞ୍ଚଳରେ କିମ୍ବା ଉଚ୍ଚ ଜାଗା ଏବଂ ନିମ୍ନ ତାପମାତ୍ରା ଅଞ୍ଚଳରେ ବାରମ୍ବାର ଦେଖାଯାଏ । ଏହି କବକ ମରୁତ କିମ୍ବା ଜୀବିତ ଗଛ ଟିସୁରେ ଦେଖାଯାଏ ଓ ରେଣୁ ସୃଷ୍ଟି କରେ ଯାହା ପବନରେ କିମ୍ବା ବର୍ଷାର ପାଣିରେ ବିସ୍ତାର ଲାଭ କରିପାରେ । ଏହି କବକର ଅନୁକୂଳ ବୃଦ୍ଧି ତାପମାତ୍ରା 27 ଡିଗ୍ରୀ C ଅଟେ ଏବଂ ନୂଆଁ ପତ୍ର ଗୁଡିକ ଶୀଘ୍ର ସଂକ୍ରମିତ ହୁଅନ୍ତି । ଏହି ରୋଗ ଗଛର ଉତ୍ପାଦିକତା ହ୍ରାସ କରେ ଓ କାନ୍ଧିର ଆକାର କମାଇଦିଏ ଓ ଶୀଘ୍ର ପଚାଇଦିଏ ।