Peyronellaea glomerata
ଫିମ୍ପି
କେବଳ ପୁରୁଣା ପତ୍ରରେ ଫୋମା ପୋଡା ରୋଗର ଲକ୍ଷଣ ଦେଖାଯାଏ । ପ୍ରଭାବିତ ପତ୍ର କୋଣୀୟ , ହଳଦିଆ ଠାରୁ ବାଦାମୀ ଅନିୟମିତ କ୍ଷତ ଚିହ୍ନ ପୁରା ପତ୍ର ଫଳକ ଉପରେ ବିକ୍ଷିପ୍ତ ହୋଇଥାଏ । ରୋଗ ବଢିବା ସମୟରେ କ୍ଷତ ଚିହ୍ନ ବଢେ ଏବଂ ବଡ ଚିହ୍ନରେ ପରିଣତ ହୁଏ ଯାହାକି ପରେ ଧୂସର କେନ୍ଦ୍ର ଓ ଗାଢ ଧାର ସହିତ ମୃଦୁ ବିଗଳିତ ସ୍ଥାନରେ ପରିଣତ ହୁଏ । ଶେଷ ପର୍ଯ୍ୟାୟରେ ପତ୍ରଗୁଡ଼ିକ ମଉଳିବା ଆରମ୍ଭ କରନ୍ତି ଓ ତାପରେ ଝଡିଯାନ୍ତି । ସାଧାରଣ ଅଙ୍ଗୁର ( ଭିତିଶ ଭିନିଫେରା ) ଏବଂ କେଣ୍ଟୁକି ଘାସ ( ପୋଆ ପ୍ରାତେଂସିସ ) ଆଦି ବିକଳ୍ପ ପୋଷକ ଅଟନ୍ତି ।
ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାପରେ ପରେ କପର ଅକ୍ସିକ୍ଳୋରାଇଡ ( 0.3%) ଏବଂ ପ୍ରତି 20 ଦିନ ଅନ୍ତରରେ ପରବର୍ତ୍ତୀ ସିଞ୍ଚନ ଦ୍ଵାରା ଏହି ରୋଗ ନିୟନ୍ତ୍ରଣରେ ରଖାଯାଇପାରିବ । ନିମ୍ବ ପତ୍ର ନିର୍ଯ୍ୟାସରେ ଫଳର ଉପଚାର ଏବଂ ଏହା ସହିତ ଥଣ୍ଡା ଭଣ୍ଡାର ସୁବିଧା ଭଣ୍ଡାର ସମୟରେ ଏହି ଜୀବାଣୁ ବୃଦ୍ଧିକୁ ସଂପୂର୍ଣ୍ଣ ବାଧା ଦିଏ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାପରେ କବକନାଶୀ ସିଞ୍ଚନ ଏବଂ ତାପରେ 20 ଦିନ ଅନ୍ତରରେ 0.36 5 ମିଲ୍ତୋକ୍ସ ଭଲ କାମ କରେ ।
ଫୋମା ପୋଡା ରୋଗ ଏକ ନୂଆ ରୋଗ , କିନ୍ତୁ ବର୍ତ୍ତମାନ ଆମ୍ବ ହେଉଥିବା ଅଞ୍ଚଳରେ ଏହାର ଅର୍ଥନୈତିକ ଗୁରୁତ୍ଵ ବୃଦ୍ଧି ପାଉଛି । ପେଇରୋନେଲେ ଗ୍ଲୋମେରାଟା କବକ ( ପୂର୍ବରୁ ଫୋମା ଗ୍ଲୋମେରାଟା କୁହାଯାଉଥିଲା, ତେଣୁ ଏହାର ନାମ ଏପରି ହୋଇଛି ) ଦ୍ଵାରା ଏହି ଲକ୍ଷଣ ହୁଏ । ଏହି କବକ ସବୁଠାରେ ଓ ସାଧାରଣତଃ ଲକ୍ଷଣ ନଦେଖାଇ ମାଟିରେ ଏବଂ ମୃତ ଓ ଜୀବନ୍ତ ଗଛ ଅଂଶରେ ( ବିହନ, ଫଳ , ପରିବା ) ବଞ୍ଚିରହେ । ଏହା ଘର ଭିତରେ କାଠ , ସିମେଣ୍ଟ , ତୈଳ ଚିତ୍ରିତ ପୃଷ୍ଠ ଏବଂ କାଗଜରେ ମଧ୍ୟ ଦେଖାଯାଇପାରେ । ସାଧାରଣତଃ ଏହି କବକ ରୋଗା ଟିସୂର ଦ୍ଵିତୀୟକ ଆକ୍ରମକ ଭାବରେ ବିବେଚନା କରାଯାଏ । ଯାହାହେଲେବି , କେତେକ ପୋଷକରେ ଏବଂ ନିର୍ଦ୍ଦିଷ୍ଟ ପାରିପାର୍ଶ୍ଵିକ ପରିସ୍ଥିତିରେ ( ଆର୍ଦ୍ର ପାଗ ଏବଂ ବର୍ଦ୍ଧିତ ତାପମାତ୍ରା ) ଏହି ରୋଗ ବଢେ । 26 ରୁ 37 ଡିଗ୍ରୀ ତାପମାତ୍ରାରେ ଏହାର ଅନୁକୂଳତମ ବୃଦ୍ଧି ହୁଏ ।