ଆମ୍ବ

ଆମ୍ବର ଅଙ୍ଗମାରୀ ରୋଗ

Botryosphaeria rhodina

ଫିମ୍ପି

5 mins to read

ସଂକ୍ଷେପରେ

  • ବକଳ , ଛୋଟ ଡାଳ ଓ ପାତ୍ର କାଳପଡିଯାଏ ଓ ମଉଳି ଯାଏ । ପତ୍ର ଉପର ଆଡକୁ କୁଞ୍ଚିତ ହୋଇଯାଏ ଓ ଝଡିପଡେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ବୋଟରୀୟସଫେରିଆ ରୋଡିନା କବକ ଦ୍ଵାରା ଆମ୍ବ ଗଛର ସଂକ୍ରମଣ ଶୁଖିଲା ଡାଳ ସୃଷ୍ଟି କରେ ଓ ଯାହାକି ସମ୍ପୂର୍ଣ ପତ୍ରହୀନତା କରାଏ । ରୋଗର ପ୍ରାରମ୍ଭିକ ଅବସ୍ଥାରେ ବକଳ ବିବର୍ଣ୍ଣ ହୁଏ ଓ ଗାଢ ବର୍ଣ୍ଣରେ ପରିଣତ ହୁଏ । ପରବର୍ତ୍ତୀ ଅବସ୍ଥାରେ ନୂଆ ଡାଳ ମୂଳରୁ ମଉଳିବା ଆରମ୍ଭ କରେ ଓ ବାହାରକୁ ବଢାଏ ଯେ ପର୍ଯ୍ୟନ୍ତ ପତ୍ର ପ୍ରଭାବିତ ହୋଇଛି । ଶିରା ବାଦାମି ହୁଏ , ପତ୍ର ଉପର ଆଡକୁ କୁଞ୍ଚିତ ହୁଏ ଓ ଘଟଣାକ୍ରମେ ଗଛରୁ ଝଡିଯାଏ । ଅଙ୍ଗମାରୀର ଶେଷ ପର୍ଯ୍ୟାୟରେ ଛୋଟ ଡାଳ ଓ ଶାଖା ଅଠା ନିର୍ଗତ କରନ୍ତି । ପ୍ରାରମ୍ଭରେ ,ଛୋଟ ଅଠାବିନ୍ଦୁ ଦେଖାଯାଏ , କିନ୍ତୁ ରୋଗ ବଢିବା ସମୟରେ ସଂପୂର୍ଣ୍ଣ ଶାଖା କିମ୍ବା ଗଣ୍ଡି କବଳିତ ହୁଏ । ଅତ୍ୟଧିକ ମାତ୍ରା ହେଲେ ,ଗଛ ବକଳ କିମ୍ବା ସଂପୂର୍ଣ୍ଣ ଶାଖା ମରିଯାଏ ଓ ଫାଟିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମିତ ଗଛ ଅଂଶ ଶୀଘ୍ର କାଢି ନଷ୍ଟ କରନ୍ତୁ । ଜୀବାଣୁର ସଂପୂର୍ଣ୍ଣ ଦୂରୀକରଣ ପାଇଁ ଏହାର ଆଖପାଖରେ ଥିବା ସୁସ୍ଥ ଶାଖାକୁ ମଧ୍ୟ କାଟି କାଢନ୍ତୁ ।

ରାସାୟନିକ ନିୟନ୍ତ୍ରଣ

କାଟଛାଣ୍ଟ ପରେ , କପର ଅକ୍ସିକ୍ଳୋରାଇଡ 0.3 % ଗାଢତାରେ ଘା' ଉପରେ ପ୍ରୟୋଗ କରନ୍ତୁ । ଗଛରେ ସଂକ୍ରମଣ ହାର କମାଇବା ପାଇଁ ବର୍ଷକୁ 2 ଥର ବୋର୍ଡକ୍ସ ମିଶ୍ରଣ ପ୍ରୟୋଗ କରନ୍ତୁ । ଥାୟୋ ଫେନେଟ ମିଥାଇଲ ଥିବା ସିଞ୍ଚନ ଏହି ରୋଗ ପାଇଁ ଫଳପ୍ରସୂ ଭାବେ ପ୍ରମାଣିତ ହୋଇଛି । ବାଇଫେନ୍ଥ୍ରିନ ପ୍ରୟୋଗ କରି ବକଳ ଭୃଙ୍ଗ ଏବଂ ବିନ୍ଧା ସମ୍ବାଳୁଆ ନିୟନ୍ତ୍ରଣ କରନ୍ତୁ ।

ଏହାର କାରଣ କଣ

ବୋଟରୀୟସଫେରିଆ ରୋଡିନା ଗଛର ବିଗଳିତ ଟିସୁରେ ବହୁଦିନ ପର୍ଯ୍ୟନ୍ତ ବଞ୍ଚେ । ଗଛର ଗଣ୍ଡି ଓ ଶାଖାରେ ଘା' କରି ଏହା ପରିବାହୀ ବ୍ୟବସ୍ଥାକୁ ଆକ୍ରମଣ କରେ । ଏହି ସଂକ୍ରମଣର ଯଥାଯଥ କାରଣ ସଂପୂର୍ଣ୍ଣ ଜଣାପଡେ ନାହିଁ । ପୋକ ( ଭୃଙ୍ଗ ) ଦ୍ଵାରା ହୋଇଥିବା ଘା' କିମ୍ବା ଜମିରେ କାମ କରୁଥିବା ସମୟରେ ଯାନ୍ତ୍ରିକ ଆଘାତ ସ୍ଥାନ ହେଉଛି ଜୀବାଣୁର ସମ୍ଭାବ୍ୟ ପ୍ରବେଶ ପଥ । ଡାଳର ମୃତ ବକଳରେ ଥିବା ରେଣୁ ସଂକ୍ରମଣର ପ୍ରାଥମିକ ଉତ୍ସ ହୋଇପାରେ । ସେମାନେ ଗଛର ବୃଦ୍ଧି ଅବସ୍ଥାରେ ଗଛରେ ରହନ୍ତି ଓ ଅମଳ ସମୟରେ ବିସ୍ତାର କରନ୍ତି । ଲୌହ , ଦସ୍ତା ଓ ମାଙ୍ଗାନିଜ ରୋଗର ପ୍ରାଦୁର୍ଭାବକୁ ଅନୁକୂଳ କରେ । ଜଳ ଓ ହିମୀକରଣ ଜନିତ ଚାପ ମଧ୍ୟ ଏହି ରୋଗ ସହିତ ଜଡିତ ଅଟେ । ବର୍ଷର ଯେ କୌଣସି ସମୟରେ ରୋଗ ହୋଇପାରେ , କିନ୍ତୁ ବିଳମ୍ବ ବୃଦ୍ଧି ଅବସ୍ଥାରେ ଏହା ଅଧିକ ସ୍ପଷ୍ଟ ଜଣାପଡେ ।


ସୁରକ୍ଷାତ୍ମକ ଉପାୟ

  • ଗଛକୁ ସୁସ୍ଥ ରଖନ୍ତୁ ଓ ନିୟମିତ ପାଣି ଦିଅନ୍ତୁ । ହିମୀକରଣ ଜନିତ ଚାପ ପ୍ରବଣ କିମ୍ବା ପୋଷଣ ଅଭାବି ଅଞ୍ଚଳରେ ଗଛ ଲଗାନ୍ତୁ ନାହି । ସହଳ ଅବସ୍ଥାରେ ସମ୍ଭାବ୍ୟ ଲକ୍ଷଣ ଜାଣିବା ପାଇଁ ବଗିଚା ନିୟମିତ ନିରୀକ୍ଷଣ କରନ୍ତୁ । ଗଛକୁ ଆଘାତ ଓ କ୍ଷତ ଦିଅନ୍ତୁ ନାହି ଯାହାକି କବକର ମୁଖ୍ୟ ପ୍ରବେଶ ପଥ ହୁଏ । ଗଛର ମରୁତ ଅଂଶଗୁଡିକୁ ଶୀଘ୍ର କାଢିଦିଅନ୍ତୁ । ସମତୁଲ ଉର୍ବରୀକରଣ କାର୍ଯ୍ୟକ୍ରମ ନିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ