Oidium caricae-papayae
ଫିମ୍ପି
ଧଳା ପାଉଁଶିଆ କବକ ଚାଦରରେ ଆବୃତ୍ତ ପାଣି-ଭିଜା ଦାଗ ପ୍ରଥମେ ପତ୍ରର ତଳ ପଟେ, ଅନେକ ସମୟରେ ପତ୍ର ଶିରା ପାଖରେ, ପତ୍ର ଡେମ୍ଫ ଓ ଫୁଲ ମୂଳରେ ଦେଖାଯାଏ। ବେଳେବେଳେ, ଫିକା ସବୁଜରୁ ହଳଦିଆ ଦାଗ ପତ୍ରର ଉପର ପଟେ ଓ ବେଳେବେଳେ ଧଳା ଆବରଣ ସହିତ ଥାଏ। ଏହି ଦାଗ ବିଗଳିତ ମାଟିଆରେ ପରିଣତ ହୁଏ ଏବଂ ପରେ ଏକ ହଳଦିଆ ବଳୟ ଦ୍ଵାରା ଘେରି ରହିଥାଏ। ଅତ୍ୟଧିକ ସଂକ୍ରମିତ ପତ୍ର ପରେ ମଉଳି ଯାଏ ଏବଂ ଭିତର ପଟକୁ ଗୁଡେଇ ହୋଇଯାଏ। ଫଳରେ ବିଭିନ୍ନ ଆକାରର ଧଳା ପାଉଁଶିଆ ଚାଦର ଦେଖାଯାଏ। ଏହି ସଂକ୍ରମଣ ଫଳନ୍ତା ପୁରୁଣା ଗଛର କମ କ୍ଷତି କରିଥାଏ। ଯାହା ହେଲେବି, ନୂଆ ଗଛରେ ଏହା ବଢୁଥିବା ଟିସୂର ମୃତ୍ୟୁ, ପତ୍ରଝଡା, କାଣ୍ଡ ଓ ଫଳ ଦାଗ ଏବଂ ଗୁରୁତ୍ୱପୂର୍ଣ୍ଣ ଅମଳ କ୍ଷତି କରାଇ ଥାଏ।
ଆର୍ଦ୍ର ଯୋଗ୍ୟ ସଲଫର, ସଲଫର ଗୁଣ୍ଡ କିମ୍ବା ଲାଇମ ସଲଫର ଓ ପୋଟାସିୟମ ବାଇକାର୍ବୋନେଟ ଏହି ରୋଗ ନିୟନ୍ତ୍ରଣ କରିବାରେ ସହାୟକ ଭାବେ ପ୍ରମାଣିତ ହୋଇଛି। କିନ୍ତୁ ଉଷ୍ମ ପାଣିପାଗରେ ପ୍ରୟୋଗ କରିଲେ ଏହି ଉପଚାର ଗଛ ପ୍ରତି ବିଷାକ୍ତ ହୋଇପାରେ। କେତେକ କ୍ଷେତ୍ରରେ, ଖାଇବା ସୋଡା, ନିମ୍ବ ତେଲ ନିର୍ଯ୍ୟାସ ଏବଂ ସାବୁନ ଦ୍ରବଣ ମଧ୍ୟ ସହାୟକ ହୋଇଥାଏ। ସମସ୍ତ କ୍ଷେତ୍ରରେ, ଯଦି ରୋଗର ମାତ୍ରା ଅଧିକ ଥାଏ, ଏହି ଉପଚାର ଫଳପ୍ରସୂ ହୋଇ ନଥାଏ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆଜୋକ୍ସିଷ୍ଟ୍ରୋବିନ, ମାଙ୍କୋଜେବ ଭଳି କବକନାଶକ ଅମୃତଭଣ୍ଡାର ପାଉଁଶିଆ ରୋଗ ନିୟନ୍ତ୍ରଣ ପାଇଁ ପ୍ରୟୋଗ କରାଯାଇ ପାରେ।
ଓଡିଆମ କାରିକେ ନାମକ କବକ ଦ୍ଵାରା ଏହି ରୋଗ ସୃଷ୍ଟି ହୋଇଥାଏ। ଏହି କବକ କେବଳ ଅମୃତଭଣ୍ଡା ଗଛରେ ବଞ୍ଚିଥାଏ ଓ ବଂଶବୃଦ୍ଧି କରିଥାଏ। ଜମି ରୁ ଜମି ଏବଂ ଗଛ ରୁ ଗଛକୁ ପବନ ଦ୍ଵାରା ଏହି ରେଣୁ ବିସ୍ତାର ଲାଭ କରିଥାଏ। ସବୁ ଅବସ୍ଥାର ପତ୍ର ପ୍ରଭାବିତ ହୋଇପାରେ, କିନ୍ତୁ ପୁରୁଣା ପତ୍ର ଅଧିକ ସଂବେଦନଶୀଳ ଅଟେ। କୋଷର ବାହ୍ୟ ସ୍ତରରେ କବକ ବାସ କରିଥାଏ, ଯାହା ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ନିମ୍ନ ଆଲୋକ ସ୍ତର, ଉଚ୍ଚ ଆର୍ଦ୍ରତା, ମଧ୍ୟମ ତାପମାତ୍ରା (18 ରୁ 32°C) ଏବଂ ବାର୍ଷିକ 1500 ରୁ 2500 ମିମି ବର୍ଷା ଦ୍ଵାରା ରୋଗର ବିକାଶ ଓ ଲକ୍ଷଣର ମାତ୍ରା ପ୍ରଭାବିତ ହୋଇପାରେ।