ଆମ୍ବ

ଆମ୍ବର ପାଉଁଶିଆ ରୋଗ

Oidium mangiferae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ,ଫୁଲ ଓ ଫଳରେ ଧଳା ଗୁଣ୍ଡ ଭଳି ତାଳି ଦେଖାଯାଏ । ପତ୍ର ଓ ଫଳ ବିକୃତି ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ନିର୍ଦ୍ଦିଷ୍ଟ ଧଳା ଗୁଣ୍ଡ କବକ ବୃଦ୍ଧି ସଂକ୍ରମିତ ଗଛ ଅଂଶରେ ଦେଖାଯାଏ । ରୋଗର ବିଳମ୍ବ ଅବସ୍ଥାରେ , ଏହି ଉପି ( mildew ) ଟିସୂର ଅଧିକ ଅଂଶ ଆବରଣ କରେ । ପୁରୁଣା ପତ୍ର ଓ ଫଳରେ ଏକ ବାଇଗଣି ବାଦାମି ରଙ୍ଗ ଦେଖାଯାଏ । ନୂଆ ପତ୍ର ଓ ପୁଲ ଧଳା କବକ ରେଣୁ ଦ୍ଵାରା ସଂପୂର୍ଣ୍ଣ ଆବରଣ ହୋଇଥାଏ , ବାଦାମି ଏବଂ ଶୁଖିଲା ହୁଏ ଏବଂ ଘଟଣାକ୍ରମେ ମରିଯାଏ । ସେମାନେ ବିକୃତି ମଧ୍ୟ ଦେଖାଇପାରନ୍ତି , ଉଦାହରଣ ସ୍ୱରୂପ ତଳପଟକୁ କୁଞ୍ଚିତ ହେବା । ଫଳ ଧଳା ଗୁଣ୍ଡ ଦ୍ଵାରା ଆବରିତ ହୁଏ ଏବଂ ସହଳ ଅବସ୍ଥାରେ ସେମାନେ ଫାଟି ଯାଆନ୍ତି ଏବଂ ସୋଲ ପରି ଟିସୂ ଦେଖନ୍ତି । ସଂକ୍ରମିତ ଫଳ ଛୋଟ ଓ ବିକୃତ ହୁଏ ଏବଂ ପରିପକ୍ଵ ହୁଏ ନାହିଁ ।

Recommendations

ଜୈବିକ ନିୟନ୍ତ୍ରଣ

ବେଶିଲସ ଲିଚେନିଫର୍ମିସ ଥିବା ଜୈବ- କବକନାଶୀ ସିଞ୍ଚନ ପାଉଁଶିଆ ରୋଗ ସଂକ୍ରମଣ କମାଏ । ଆମ୍ପେଲୋମାଇସେସ କୁଇସ୍କାଲିସ ପରଜୀବୀ କବକ ଏହାର ବିକାଶ ଦମନ କରିବା ପ୍ରମାଣିତ ହୋଇଛି । ଗନ୍ଧକ , କାର୍ବୋନିକ ଏସିଡ , ନିମ୍ବ ତେଲ ,କୋଅନିନ ଏବଂ ଅସ୍କୋର୍ବିକ ଏସିଡ ଅତ୍ୟଧିକ ସଂକ୍ରମଣ କମାଇପାରେ । ଆହୁରି , କ୍ଷୀର ଏକ ପ୍ରାକୃତିକ କବକନାଶୀ ଅଟେ । ପାଉଁଶିଆ ରୋଗ ନିୟନ୍ତ୍ରଣ ପାଇଁ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ମୋନୋପୋଟାସିଆମ ଲୁଣ , ହାଇଡ୍ରୋଡ଼ିସଲ୍ଫରାଇଜେଡ କିରୋସିନ , ଆଲିଫେଟିକ ପେଟ୍ରୋଲିଆମ ଦ୍ରାବକ , ମାଙ୍କୋଜେବ ଏବଂ ମାଇକ୍ଳୋବୁଟାନୀଲ ଥିବା କବକନାଶୀ ଆମ୍ବର ପାଉଁଶିଆ ରୋଗ ଉପଚାର ପାଇଁ ବ୍ୟବହାର କରାଯାଇପାରେ । ଅନୁକୂଳତମ ପ୍ରଭାବ ପାଇଁ , ଫୁଲ ଅବସ୍ଥା ପୂର୍ବରୁ କିମ୍ବା ସହଳ ଫୁଲ ଅବସ୍ଥାରେ ଉପଚାର ଆରମ୍ଭ କରନ୍ତୁ । 7 - 14 ଦିନ ଅନ୍ତରରେ ନିୟମିତ ଲଗାତର ପ୍ରୟୋଗ ସୁପାରିସ କରାଯାଏ ।

ଏହାର କାରଣ କଣ

ଦୁଇଟି ଋତୁ ମଧ୍ୟରେ ଜୀବାଣୁ ପୁରୁଣା ପତ୍ର କିମ୍ବା ସୁପ୍ତ କଢ ମଧ୍ୟରେ ବଞ୍ଚି ରହେ । କାଣ୍ଡ ଓ ଚେର ବ୍ୟତୀତ ଗଛର ଅନ୍ୟ ସବୁ ନୂଆ ଟିସୂ ଏହି କବକ ରୋଗ ପ୍ରବଣ ଅଟେ । ଯେତେବେଳେ ଅନୁକୂଳ ପରିସ୍ଥିତି ମିଳେ , ପତ୍ର ତଳେ କିମ୍ବା କଢରେ ଗଚ୍ଛିତ ଜୀବାଣୁରୁ ରେଣୁ ବାହାରି ଅନ୍ୟ ଗଛକୁ ପବନ କିମ୍ବା ବର୍ଷା ଦ୍ଵାରା ବିସ୍ତାର ହୁଏ । 10 - 31 ଡିଗ୍ରୀ C ଉଷ୍ମ ଦିନ ତାପମାତ୍ରା ଏବଂ ନିମ୍ନ ରାତ୍ରି ତାପମାତ୍ରା ସହିତ 60 - 90 % ଆପେକ୍ଷିକ ଆର୍ଦ୍ରତା ଏହି ରୋଗ ପାଇଁ ଅନୁକୂଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ଅଧିକ ସହନୀୟ କିମ୍ବା ପ୍ରତିରୋଧି କିସମ ବାଛନ୍ତୁ । ଶୁଷ୍କ ଓ ଉତ୍ତମ ବାୟୁ ଚଳାଚଳ ସ୍ଥାନରେ ଗଛ ଲଗାନ୍ତୁ । କବକ ବୃଦ୍ଧି କମାଇବା ପାଇଁ ଗଛକୁ କାଟଛାଣ୍ଟ କରନ୍ତୁ ଓ ଉଚ୍ଚ ଘାସକୁ କାଢନ୍ତୁ । ଅନ୍ୟ ପୋଷକ ନଥିବା ଗଛ ସହ ଅନ୍ତଃ ଫସଲ କରନ୍ତୁ । ସମତୁଲ ପୋଷଣ ସୁନିଶ୍ଚିତ କରନ୍ତୁ ଏବଂ ଅଧିକ ଯବକ୍ଷରଜାନ ପ୍ରୟୋଗ କରନ୍ତୁ ନାହିଁ । ସଂକ୍ରମିତ ଗଛ ଅଂଶ କାଢନ୍ତୁ ଏବଂ ଯେ କୌଣସି ଗଛ ଅବଶେଷ ନଷ୍ଟ କରନ୍ତୁ । ପୋଟାସିୟମ ଫସଫେଟ ଥିବା ସାର ପ୍ରୟୋଗ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ