ଅମୃତଭଣ୍ଡା

ଅମୃତଭଣ୍ଡା ଓ ଆମ୍ବର ଆନଥ୍ରାକନୋଜ ରୋଗ

Colletotrichum gloeosporioides

ଫିମ୍ପି

ସଂକ୍ଷେପରେ

  • ଫଳରେ ବଡ , ଗାଢ ବାଦାମୀ କ୍ଷତ ଚିହ୍ନ । କ୍ଷତ ଚିହ୍ନ ମଧ୍ୟରେ ଗୋଲାପି ଠାରୁ କମଳା ରଙ୍ଗର ଛୋଟ ଚିହ୍ନ ଥାଏ । ଗାଢ ଧାର ଏବଂ ହଳଦିଆ ବଳୟ ସହିତ ଧୂସର ଠାରୁ ବାଦାମୀ ପତ୍ର ଚିହ୍ନ ଥାଏ ।.

ମଧ୍ୟ ଦେଖା ଯାଇପାରେ


ଅମୃତଭଣ୍ଡା

ଲକ୍ଷଣ

ପତ୍ର ଓ ଡେମ୍ଫରେ ଆନଥ୍ରାକନୋଜ ରୋଗ ଦେଖାଦେଇପାରେ , କିନ୍ତୁ ଏହା ମୁଖ୍ୟତଃ ଏକ ଫଳ ରୋଗ ।ପତ୍ରରେ ଏହାର ଲକ୍ଷଣ ହେଉଛି ଗାଢ ଧାର ଏବଂ ହଳଦିଆ ବଳୟ ସହିତ ଧୂସର ଠାରୁ ବାଦାମୀ ଚିହ୍ନ । ଏହି ଚିହ୍ନ ବଡ ହୁଏ ଓ ପରସ୍ପର ମିଶି ବଡ ବିଗଳିତ ସ୍ଥାନରେ ପରିଣତ ହୁଏ । ଫଳ ଚୋପାରେ ପ୍ରଥମେ ଛୋଟ , ଫିକା ବର୍ଣ୍ଣର ଚିହ୍ନ ଦେଖାଯାଏ । ପରିପକ୍ଵ ହେବା ସମୟରେ ,ଏହି ଚିହ୍ନ ଆକାରରେ( 5 ସେମି ପର୍ଯ୍ୟନ୍ତ ) ବଢେ ଓ ଗୋଲ , ଗାଢ ବାଦାମୀ କ୍ଷତ ଚିହ୍ନ , ଖାଲୁଆ ଚିହ୍ନ ( 2 ସେମି ପର୍ଯ୍ୟନ୍ତ ) ଯାହାକି "ଚକଲେଟ ଚିହ୍ନ " ଭାବେ ଜଣାଯାଏ, ଓ ଦେଖାଯାଏ । ଫଳର ଅକାଳରେ ପଡିବା ଅବସ୍ଥା ଆସିଯାଏ । ଏହି ଲକ୍ଷଣ ଗୁଡିକ , ନିର୍ଦ୍ଦିଷ୍ଟ ଭାବରେ ଫଳ ଥଣ୍ଡାରେ ରଖିଲା ପରେ , ସୃଷ୍ଟି ହୁଏ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବେଶିଲସ ସବଟିଲିସ କିମ୍ବା ବେଶିଲସ ମାଇଲୋଲିକୁଏଫାଶିନ୍ସ ଥିବା ଜୈବ କବକନାଶୀ ଯଦି ଅନୁକୂଳ ପାଣିପାଗ ପରିସ୍ଥିତିରେ ପ୍ରୟୋଗ କରାଯାଇପାରେ ଭଲ କାମ କରେ । ଜମିରେ କିମ୍ବା ପରିବହନ ସମୟରେ ବିହନ କିମ୍ବା ଫଳର ଗରମ ପାଣି ଉପଚାର ଯେ କୌଣସି କବକ ଅବଶେଷ ମାରିଦେଇପାରେ ଏବଂ ଏହି ରୋଗ ଅଧିକ ସଂକ୍ରମଣରେ ବାଧା ଦିଏ । ସଂକ୍ରମିତ ଛୋଟ ଡାଳ କାଢିବା ସମୟରେ , କାଟ ଅଂଶକୁ ବୋର୍ଡକ୍ସ ପେଷ୍ଟ ( କପର ସଲଫେଟ : ଚୂନ : ପାଣି , 1 : 2 : 6 )ରେ ଆବରଣ ସୁନିଶ୍ଚିତ କରନ୍ତୁ । 10 ରୁ 12 ଦିନ ଅନ୍ତରରେ 3ଟି କ୍ରମାଗତ ସିଞ୍ଚନ ଦିଅନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସଂକ୍ରମଣର ଶଙ୍କା କମାଇବା ପାଇଁ ଆଯୋକ୍ସିଷ୍ଟ୍ରୋବିନ , କ୍ଳୋରୋଥାଲୋନୀଲ କିମ୍ବା କପର ସଲଫେଟ ଥିବା କବକନାଶୀ 10 -12 ଦିନ ଅନ୍ତରରେ 3 ଥର ସିଂଚନ କରାଯାଇପାରେ । ଏହି ରାସାୟନିକ ସହିତ ବିହନ ଉପଚାର ବିଷୟ ମଧ୍ୟ ଚିନ୍ତାକରାଯାଇପାରେ । ଶେଷରେ , ଦେଶ ବାହାରକୁ ଯାଉଥିବା ଫଳରେ ଏହା କମାଇବା ପାଇଁ ଏକ ଖାଦ୍ୟ ମାନ ମହମ ସହିତ ଅମଳ ପରବର୍ତ୍ତୀ କବକନାଶୀ ମିଶାଇ ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

ପୃଥିବୀସାରା ଅନଥ୍ରାକନୋଜ ଏକ ପ୍ରଧାନ ରୋଗ ହୁଏ । କୋଲେତୋଟ୍ରାଇକମ ଗ୍ଲୋସ୍ପୋରୀୟଦିଶ ମୃତ୍ତିକା ବାହିତ କବକ ଦ୍ଵାରା ଏହି ରୋଗ ହୁଏ । ମାଟିରେ ଥିବା ଗଛ ଅବଶେଷରେ କିମ୍ବା ବିହନରେ ଏହି କବକ ବଞ୍ଚେ । ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ , ଏହା ଜମିରେ ଅକ୍ଷତ , ଅକ୍ଷୁର୍ଣ୍ଣ ,ଅପକ୍ଵ ସବୁଜ ଫଳକୁ ପବନ ଓ ବର୍ଷା ଛିଟ ଦ୍ଵାରା ବିସ୍ତାର କରେ । ଅନ୍ୟମାନଙ୍କ ମଧ୍ୟରେ ଆମ୍ବ , କଦଳୀ , ଏବଂ ଆଭୋକାଡୋ ଆଦି ବିକଳ୍ପ ପୋଷକ ଅଟନ୍ତି । ମଧ୍ୟମ ତାପମାତ୍ରା ( 18 ରୁ 28 ଡିଗ୍ରୀ ହେଉଛି ଅନୁକୂଳତମ ), ଅତି ଉଚ୍ଚ ଆର୍ଦ୍ରତା ( 97 % କିମ୍ବା ଅଧିକ ) ଏବଂ ନିମ୍ନ pH ( 5.8 ରୁ 6.5 ) ଜମିରେ ଏହି ରୋଗ ବଢିବାରେ ସାହାଯ୍ୟ କରେ । ଶୁଖିଲା ପାଗ , ଉଚ୍ଚ ସୌର ବିକୀରଣ କିମ୍ବା ଚରମ ତାପମାତ୍ରା ଏହାର ବୃଦ୍ଧିରେ ବାଧା ଦିଏ ।ଏହି କବକ ଜୀବନ ଚକ୍ର ସଂପୂର୍ଣ୍ଣ କରିବା ପାଇଁ , ଏହା ସଂକ୍ରମଣ କରିଥିବା ଫଳ ଏକ ନିର୍ଦ୍ଦିଷ୍ଟ ମାତ୍ରା ଯାଏଁ ପାଚିବା ଆବଶ୍ୟକ କରେ ।


ସୁରକ୍ଷାତ୍ମକ ଉପାୟ

  • ନିମ୍ନ ବର୍ଷାପାତ ଅଞ୍ଚଳ ବାଛନ୍ତୁ । ଉତ୍ତମ ନିଷ୍କାସନ ପ୍ରଣାଳୀ କାର୍ଯ୍ୟକ୍ଷମ କରନ୍ତୁ । ଖରାପ ଲକ୍ଷଣ ଦୂରେଇବାକୁ ସହଳ ଅମଳ କରନ୍ତୁ । ପ୍ରତିରୋଧି କିସମ ଏବଂ ସୁସ୍ଥ ବିହନ ଲଗାନ୍ତୁ । ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟାବଧାନ ରଖନ୍ତୁ । ଜମିରେ କିମ୍ବା ଜମି ଚାରିପଟେ ପୋଷକ ନଥିବା ଗଛ ଯଥା ଲେମ୍ବୁ ଜାତୀୟ କିମ୍ବା କଫି ଗଛ ଲଗାନ୍ତୁ । ବାୟୁ ଚଳାଚଳ ପାଇଁ ପ୍ରତି ବର୍ଷ କାଟଛାଣ୍ଟ କରନ୍ତୁ । ଜମିରୁ ପଡିଥିବା ଫଳ, ଶାଖା ଏବଂ ପତ୍ର କାଢନ୍ତୁ । ଜମି ଘାସ ଓ ବିକଳ୍ପ ପୋଷକ ମୁକ୍ତ ରଖନ୍ତୁ । ଉତ୍ତମ ବାୟୁ ଚଳାଚଳ ସ୍ଥାନରେ ଭଣ୍ଡାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ