ଅନ୍ୟ

ମକାର ପତ୍ର ପୋଡା ରୋଗ

Setosphaeria turcica

ଫିମ୍ପି

5 mins to read

ସଂକ୍ଷେପରେ

  • ଲକ୍ଷଣ ଗୁଡିକ ପ୍ରଥମେ ତଳ ପତ୍ର ଗୁଡିକରେ ଦେଖାଯାଇଥାଏ.
  • ପତ୍ର ଧାର ସହ ସମାନ୍ତରାଳ ଭାବେ କଳା ସୀମା ସହ 25-150 ମି.ମି ର ଲମ୍ବା ଓ ପତଳା ଦାଗ ଦେଖାଯାଇଥାଏ.
  • ଏହି ରୋଗଟି ପତ୍ରକୁ ସୁଖେଇ ଦେଇଥାଏ ଓ ମଉଳିବା ପରେ ମାରି ଦେଇଥାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ଲକ୍ଷଣ ଗୁଡିକ ପ୍ରଥମେ ଛୋଟ,ଅଣ୍ଡାକାର,ପାଣିଭିଜା ଦାଗ ଭଳି ତଳ ପତ୍ର ଗୁଡିକରେ ଦେଖାଯାଇଥାଏ. ରୋଗ ବଢିବା ଆରମ୍ଭ ଏମାନେ ଗଛର ଉପର ଭାଗରେ ମଧ୍ୟ ଦେଖାଯିବା ଆରମ୍ଭ କରିନିଅନ୍ତି. ପୁରୁଣା ଦାଗ ଗୁଡିକ ଧୀରେ ଧୀରେ ମାଟିଆ,କଳା ଓ ଫୀକା ସବୁଜ, ଓଦା ସୀମା ସହ ଲମ୍ବା ସିଗାର୍ ଭଳି ପରିଗଳିତ ଦାଗରେ ପରିଣତ ହୋଇଯାଆନ୍ତି. ଏହି ଦାଗ ଗୁଡିକ ପରେ ମିଶି ଯାଆନ୍ତି ଓ ପତ୍ରପୃଷ୍ଠ ବା ଡେମ୍ଫ ଭଳି ଅନ୍ୟ ଜାଗାକୁ ନିଜ କବଳରେ ନେଇଯାଆନ୍ତି, ଯାହାକି ବେଳେବେଳେ ଗଛକୁ ମାରି ବା ଭାଂଗି ଦେଇଥାଏ. ଯଦି ସଂକ୍ରମଣଟି ଶସର ବିକାଶ ସମୟରେ ଗଛର ଉପର ଭାଗକୁ ସଂକ୍ରମିତ କରିଦିଏ ତେବେ 70 ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିପାରେ.

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣରୁ ବଂଚିବା ପାଇଁ ଟ୍ରାଇକୋଡର୍ମା ହାର୍ଯ଼ିଆନମ୍ ବା ବ୍ୟାସିଲସ୍ ସବ୍ଟିଲିସ୍ ଭଳି ଜୈବ କବକ ନାଶକର ପ୍ରୟୋଗ ବିଭିନ୍ନ ଅବସ୍ଥାରେ କରାଯାଇପାରିବ. ସଲଫର୍ ଦ୍ରବଣର ପ୍ରୟୋଗ ମଧ୍ୟ ପ୍ରଭାବଶାଳୀ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ସର୍ବଦାସମନ୍ଵିତ ନିବାରଣ ଉପାୟ ସହ ଜାଗ୍ରତ ଭାବେ ଜୈବୀକ ଉପଚାରର ଭାବେ ପ୍ରୟୋଗର ଯୋଜନା କରିବା ପରାମର୍ଶନୀୟ. ଏହି ରୋଗର ନିୟନ୍ତ୍ରଣ ପାଇଁ ଜଲ୍ଦି ନିରୋଧୀ ଉପାୟ ଭାବେ କବକ ନାଶକର ପ୍ରୟୋଗ ପ୍ରଭାବଶାଳୀ ହୋଇଥାଏ. ଅନ୍ୟଥା,ଗଛର ତଳ ଭାଗରେ ଲକ୍ଷଣ ଦେଖାଯିବା ସମୟରେ ଉପର ପତ୍ର ଓ ଶସର ରକ୍ଷା ପାଇଁ କବକ ନାଶକର ପ୍ରୟୋଗ କରାଯାଇପାରେ. ଆଯ଼ୋକ୍ସିସ୍ଟ୍ରୋବିନ୍, ପାଇକୋକ୍ସିସ୍ଟ୍ରୋବିନ୍, ମାଂକୋଯ଼େବ୍, ପାଇରାକ୍ଲୋସ୍ଟ୍ରୋବିନ୍, ପ୍ରୋପିକୋନାଯ଼ୋଲ୍ ଓ ଟେଟ୍ରକୋନାଯ଼ୋଲ୍ ଆଧାରିତ ସ୍ପ୍ରେ ର ଉପଯୋଗ କରନ୍ତୁ. ପାଇକୋକ୍ସିସ୍ଟ୍ରୋବିନ୍, ସାଇପ୍ରୋକୋନାଯ଼ୋଲ୍,ପାଇରାକ୍ଲୋସ୍ଟ୍ରୋବିନ୍, ମେଟାକୋନାଯ଼ୋଲ୍, ପ୍ରୋପିକୋନାଯ଼ୋଲ୍,ପ୍ରୋଥିଓକୋନାଯ଼ୋଲ ଟ୍ରାଇଫ୍ଲୋକ୍ସିସ୍ଟ୍ରୋବିନ୍ ଆଧାରିତ ପଦାର୍ଥର ଉପଯୋଗ କରନ୍ତୁ. ବିହନ ଉପଚାର ପରାମର୍ଶନୀୟ ନୁହେଁ.

ଏହାର କାରଣ କଣ

କବକ ଗୁଡିକ ଶୀତ ଋତୁବେଳେ ମାଟିରେ ବା ଗଛ ଅବଶେଷରେ ବଂଚି ରହିଥାଏ. ବର୍ଷା,କୁହୁଡି,ଉଚ୍ଚ ଆର୍ଦ୍ରତା ଓ ସାମାନ୍ୟ ତାପମାତ୍ରା ଏହି କବକର ପ୍ରସାର ପାଇଁ ଅନୁକୂଳ ହୋଇଥାଏ. ଏହା ମାଟିରୁ ଛୋଟ ମକା ଶସ୍ୟର ତଳି ପତ୍ର ଉପରକୁ ପବନ ଓ ବର୍ଷା ପାଣି ଦ୍ୱାରା ପ୍ରସାରିତ ହୋଇଥାଏ. ବର୍ଷା ପାଗ ଓ ଖରାପ ଚାଷ ପ୍ରଣାଳୀ ଏହାକୁ ଜମି ଭିତରେ ଅନ୍ୟ ଗଛକୁ ପ୍ରସାରିତ ହେବାରେ ସହାୟକ ହୋଇଥାଏ. ଫସଲ ବଢୁୁଥିବା ସମୟରେ ସଂକ୍ରମଣ ପାଇଁ ଆଦର୍ଶ ତାପମାତ୍ରା ହେଉଛି 18 ରୁ 27 °C. 6 ରୁ 18 ଘଣ୍ଟା ଧରି ପତ୍ରର ଓଦାରହିବା ମଧ୍ୟ ଜରୁରୀ ଅଟେ. କବକର ଅନ୍ୟ ଏକ ପ୍ରିୟ ଧାରକ ଜୋଆର(sorghum) ଅଟେ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧୀ ବା ସହନଶୀଳ ପ୍ରଜାତିର କିସମ ଚାଷ କରନ୍ତୁ.
  • ସଂନ୍ତୁଳିତ ପୋଷକତତ୍ତ୍ୱ ସୁନିଶ୍ଚିତ କରନ୍ତୁ ଓ ଅତ୍ୟଧୀକ ଯବକ୍ଷାରଯାନ ସାର ପ୍ରୟୋଗ କରନ୍ତୁ ନାହିଁ.
  • ନିୟମିତ ଭାବେ ଜମିରୁ ଅନାବଶ୍ୟକ ଘାସ କାଢି ନିଅନ୍ତୁ.
  • ଅତ୍ୟଧୀକ ପ୍ରସାରଣରୁ ବଂଚିବା ପାଇଁ ସୋୟାବିନ୍, ବିନ୍ସ ଓ ସୂର୍ଯ୍ୟମୂଖୀ ଫୁଲ ଭଳି ଫସଲ ସହ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁୁ.
  • ଗଛ ଅବଶେଷ ଗୁଡିକ ପୋତି ଦେବା ପାଇଁ ଓ ମାଟିରେ ଜୀବାଣୁ ମାତ୍ରା କମେଇବା ପାଇଁ ଗଭୀର ଭାବେ ହଳ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ