Puccinia striiformis
ଫିମ୍ପି
ଗଛର ପ୍ରବଣତା ଉପରେ ରୋଗର ମାତ୍ରା ନିର୍ଭର କରେ । ରୋଗ ପ୍ରବଣ କିସମରେ କବକ ଛୋଟ , ହଳଦିଆ ଠାରୁ କମଳା ( କଳଙ୍କି ) ବ୍ରଣ ଯାହାକି ପତ୍ର ଶିରା ସମାନ୍ତରରେ ସାରୁ ପଟ୍ଟୀ ଆକାରରେ ଧାଡିରେ ସଜା ହୋଇଥାଏ । ଘଟଣାକ୍ରମେ , ସେମାନେ ପରସ୍ପର ମିଶି ପୁରା ପତ୍ରକୁ ମାଡି ଯାଆନ୍ତି , ଏକ ଲକ୍ଷଣ , ଯାହାକି ପୂର୍ବରୁ ନୂଆଁ ଗଛରେ ଦେଖାଯାଏ । ଏହି ବ୍ରଣ ( 0.5 ରୁ 1ମିମି ବ୍ୟାସ ) ବେଳେବେଳେ କାଣ୍ଡ ଓ କେଣ୍ଡା ଉପରେ ମଧ୍ୟ ଦେଖାଯାଏ । ରୋଗର ବିଳମ୍ବ ଅବସ୍ଥାରେ ଲମ୍ବା , ବିଗଳିତ ଫିକା ବାଦାମି ପଟ୍ଟୀ କିମ୍ବା ଦାଗ ପତ୍ରରେ ଦେଖାଯାଏ , ଅଧିକାଂଶ ସମୟରେ କଳଙ୍କି ବ୍ରଣ ଦ୍ଵାରା ଆବରିତ ହୋଇଥାଏ । ଅତ୍ୟଧିକ ସଂକ୍ରମଣ ମାତ୍ରାରେ , ଗଛର ବୃଦ୍ଧି ଭଲ ହୁଏ ନାହି ଓ ଟିସୂର କ୍ଷତି ହୁଏ । ପତ୍ର ପୃଷ୍ଠ କମିଥିବା ଯୋଗୁଁ ଉତ୍ପାଦିକତା କମିଯାଏ , ଗଛ ପିଛା ଅଳ୍ପ କେଣ୍ଡା ହୁଏ ଓ କେଣ୍ଡା ପିଛା କମ ଦାନାହୁଏ । ମୋଟାମୋଟି ଭାବରେ , ଏହି ରୋଗ ଯୋଗୁଁ ଅତି ମାତ୍ରାରେ ଫସଲ କ୍ଷତି ହୁଏ ।
ଅନେକ ଜୈବ କବକନାଶୀ ବଜାରରେ ମିଳୁଛି , ବେଶିଲସ ପମିଲସ ଥିବା ଦ୍ରବ୍ୟ 7-14 ଦିନ ଅନ୍ତରରେ ପ୍ରୟୋଗ କଲେ କବକ ପ୍ରତି ଫଳପ୍ରସୂ ଅଟେ ଏବଂ କାରଖାନାର ଅଧିକାଂଶ ସ୍ତରରେ ବିକ୍ରି ହହେଉଛି ।
ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଷ୍ଟ୍ରୋବିଲୁରିନ ଶ୍ରେଣୀର କବକନାଶୀର ପତ୍ର ସିଞ୍ଚନ ଯେତେବେଳେ ନିବାରଣାତ୍ମକ ଭାବେ ଦିଆଯାଏ , ଏହି ରୋଗ ପ୍ରତି ସୁରକ୍ଷା ଫଳପ୍ରଦ ଭାବେ ଦିଏ । ପୂର୍ବରୁ ସଂକ୍ରମିତ ହୋଇଥିବା ଜମିରେ , ଟ୍ରାୟାଜୋଲ ପରିବାରର ଦ୍ରବ୍ୟ କିମ୍ବା ଉଭୟ ମିଶାଇ ବ୍ୟବହାର କରାଯାଇପାରେ ।
ପକ୍ସିନିଆ ଷ୍ଟ୍ରିଫର୍ମିସ କବକ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହୁଏ । ଏହି କବକ ଏକ ଅବିକଳ୍ପି କବକ ଅଟେ ଯାହାକି ବଞ୍ଚିବା ପାଇଁ ଜୀବନ୍ତ ଗଛ ଟିସୂ ଆବଶ୍ୟକ କରେ । ପବନ ସ୍ରୋତ ଦ୍ଵାରା ରେଣୁ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇପାରେ ଓ ଋତୁ ସମ୍ବନ୍ଧୀୟ ମହାମାରୀ ରୋଗ ଆରମ୍ଭ କରିପାରେ । ଏହି କବକ ପ୍ରାକୃତିକ ରନ୍ଧ୍ର ଦେଇ ଗଛରେ ପ୍ରବେଶ କରେ ଓ ପତ୍ର ଟିସୁରେ ଧୀରେ ଧୀରେ ବସା ବାନ୍ଧେ । ଏହିରୋଗ ସାଧାରଣତଃ ସହଳ ବୃଦ୍ଧି ଋତୁରେ ହୁଏ । କବକ ଓ ରୋଗର ବିକାଶର ଅନୁକୂଳ ପରିସ୍ଥିତି ହେଉଛି ସମୁଦ୍ର ପତ୍ତନ ଠାରୁ ଅଧିକ ଉଚ୍ଚତା , ଉଚ୍ଚ ଆର୍ଦ୍ରତା ( କାକର ) , ବର୍ଷାପାତ ଏବଂ ଥଣ୍ଡା ତାପମାତ୍ରା ( 7-15 ଡିଗ୍ରୀ C ) । ତାପମାତ୍ରା 21-23 ଡିଗ୍ରୀରୁ ଅଧିକ ଲାଗି ରହିଲେ ସଂକ୍ରମଣ ବନ୍ଦ ହୁଏ , କାରଣ ଏହି ତାପମାତ୍ରାରେ କବକର ଜୀବନ ଚକ୍ର ବ୍ୟାଘାତ ହୁଏ ଗହମ , ଯଅ , ରାଈ ବିକଳ୍ପ ପୋଷକ ଅଟେ ।