ଗହମ

ଗହମ କାଣ୍ଡ କଳଙ୍କି

Puccinia graminis

ଫିମ୍ପି

5 mins to read

ସଂକ୍ଷେପରେ

  • କାଣ୍ଡ , ପତ୍ରାଛଦ ଏବଂ ବେଳେବେଳେ ପତ୍ର ଉପରେ ଲାଲ , ଅଣ୍ଡାକୃତି ଏବଂ ଗୁଣ୍ଡ ଭଳି ବ୍ରଣ ହୁଏ । ବ୍ରଣଗୁଡିକ ବଢନ୍ତି ଓ ବଡ ଜାଗା ଆବରଣ କରିବା ପାଇଁ ପରସ୍ପର ମିଶନ୍ତି ଏବଂ ଗଛର ବାହ୍ୟ ସ୍ତରକୁ ଖଦଡିଆ କରନ୍ତି । କାଣ୍ଡ ଦୁର୍ବଳ ହୋଇଯାଇପାରେ ଏବଂ ପ୍ରବଳ ପବନ ଓ ବର୍ଷାରେ ଗଛ ପଡିଯାଇପାରେ । ଦୁର୍ବଳ ହୋଇଥିବା ଗଛ ଅନ୍ୟ ଜୀବାଣୁ ସଂକ୍ରମଣ ପ୍ରବଣ ହୁଅନ୍ତି । ଦାନା ସଂପୂର୍ଣ୍ଣ ପୁରଣ ହେବା ପୂର୍ବରୁ ଯଦି ରୋଗ ମାରାତ୍ମକ ହୁଏ , ଅମଳ ଜନିତ ଯଥେଷ୍ଟ କ୍ଷତି ହେବ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଗହମ

ଲକ୍ଷଣ

ସଂକ୍ରମଣର 7 ରୁ 15 ଦିନ ପରେ ପ୍ରଥମ ଲକ୍ଷଣ ଦେଖାଯାଏ । କାଣ୍ଡ , ପତ୍ରାଛଦ, ପତ୍ର ଏବଂ ବେଳେବେଳେ ଫୁଲ ସ୍ତବକରେ ଲାଲ , ଅଣ୍ଡାକୃତି ଏବଂ ଗୁଣ୍ଡ ଭଳି ବ୍ରଣ ହୁଏ ।ମୁଖ୍ୟତଃ କାଣ୍ଡ ଓ ପତ୍ରାଛଦ ପ୍ରଭାବିତ ହୁଅନ୍ତି । ବ୍ରଣଗୁଡିକ ବଢନ୍ତି ଓ ବଡ ଜାଗା ଆବରଣ କରିବା ପାଇଁ ପରସ୍ପର ମିଶନ୍ତି ଏବଂ ଗଛର ପ୍ରଭାବିତ ବାହ୍ୟ ସ୍ତରକୁ ଖଦଡିଆ କରନ୍ତି ।ଯଦି ସଂକ୍ରମଣ ଅଧିକ ହୁଏ , କାଣ୍ଡ ଦୁର୍ବଳ ହୋଇପାରେ ଏବଂ ଗଛ ନଇଁ ଯାଏ କିମ୍ବା ପ୍ରବଳ ବର୍ଷା ଓ ପବନରେ ପଡିଯାଇପାରେ । ଏହି କବକ ପାଣି ଓ ପୋଷଣ ପରିବହନରେ ବାଧା ଦିଏ ଓ ଜଳାଭାବ , କମ ହୃଷ୍ଟପୁଷ୍ଟ ଏବଂ ଦାନାକୁ କମ ପୋଷଣ ପରିବହନ ହୁଏ । ଦାନାଗୁଡିକ ସୁକୁଟା ହୁଏ ଯାହାଫଳରେ ଅମଳ କାମେ । ପୁରା ଗଛ ଦୁର୍ବଳ ହୋଇଯାଏ ଓ ଅନ୍ୟ ଜୀବାଣୁ ପ୍ରତି ସଂକ୍ରମଣ ପ୍ରବଣ ହୁଏ । ଦାନା ସଂପୂର୍ଣ୍ଣ ପୁରଣ ହେବା ପୂର୍ବରୁ ଯଦି ରୋଗ ପୂର୍ଣ୍ଣ ବିକଶିତ ହୁଏ , ଅମଳ ଜନିତ ଯଥେଷ୍ଟ କ୍ଷତି ହେବ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ , ପକ୍ଶିନିଆ ତ୍ରିଟିସିନା ପାଇଁ କିଛି ବିକଳ୍ପ ଉପଚାର ଆମେ ଜାଣି ନାହୁଁ । ଯଦି ଆପଣ ଏହି ରୋଗ ନିୟନ୍ତ୍ରଣ ପାଇଁ କିଛି ଜାଣିଛନ୍ତି , ଆମ ସହ ସମ୍ପର୍କ କରନ୍ତୁ । ଏଥିପାଇଁ ଆମେ ଆଗ୍ରହୀ ଅଟୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଟେବୁକୋନାଜୋଲ କିମ୍ବା ପ୍ରୋଥିୟକୋନାଜୋଲ ଥିବା କବକନାଶୀ କବକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ । ପ୍ରତିଷେଧକ ଉପଚାର ପାଇଁ ଟ୍ରାଇଆଜୋଲ୍ସ ,ଏବଂ ଷ୍ଟ୍ରୋବିଲୁରିଂଶ ଥିବା କବକନାଶୀ ପ୍ରୟୋଗ କରାଯାଇପାରେ । ଷ୍ଟ୍ରୋବିଲୁରିଂଶ କ୍ଷେତ୍ରରେ କିଛି ପରିମାଣର ପ୍ରତିରୋଧ ଶକ୍ତି ଦେଖାଯାଇଅଛି ।

ଏହାର କାରଣ କଣ

ପକ୍ଶିନିଆ ଗ୍ରାମିନିସ ,କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ , ଯାହାକି ଅବିକଳ୍ପି ପରଜୀବୀ ଓ ବଞ୍ଚିବା ପାଇଁ ଜୀବନ୍ତ ଗଛ ଅଂଶ ଆବଶ୍ୟକ କରେ । ରେଣୁଗୁଡିକ ପବନ ଦ୍ଵାରା ବହୁ ଦୂରକୁ ବିକ୍ଷିପ୍ତ ହୁଅନ୍ତି ଓ ମୁକ୍ତ ଜଳ ସଂସ୍ପର୍ଶରେ ଆସିଲେ ଅଙ୍କୁରଣ ହୁଏ । ବିସ୍ତାରର ଅନ୍ୟ ମାଧ୍ୟମ ହେଲା ଗାଡି ଓ ଯନ୍ତ୍ରପାତି , ଉପକରଣ ,ପୋଷାକ ଓ ଚପଲ । ପତ୍ରର ପ୍ରାକୃତିକ ରନ୍ଧ୍ର ଦେଇ ଏହି କବକ ଗଛକୁ ସଂକ୍ରମଣ କରେ । ଏହି ପ୍ରକ୍ରିୟା ଆଲୋକର ନିମ୍ନ ତୀବ୍ରତା ( ସହଳ ସକାଳ ଓ ବିଳମ୍ବ ଅପରାହଣ ) ଏବଂ ବାରମ୍ବାର କାକର କିମ୍ବା ବର୍ଷା ଯୋଗୁଁ ଦୀର୍ଘ ସମୟ ପତ୍ର ଓଦା ରହିବା ଆଦି ଦ୍ଵାରା ଅନୁକୂଳିତ ହୁଏ । ଗରମ ଦିନ (25ରୁ30 ଡିଗ୍ରୀ C ) ଏବଂ ମୃଦୁ ରାତ୍ରି ( 15 ରୁ 20 ଡିଗ୍ରୀ C ) ଯାହାକି କାକର ସୃଷ୍ଟି କରିପାରେ ଆଦି ଦ୍ଵାରା କାଣ୍ଡ କଳଙ୍କି ଅନୁକୂଳିତ ହୁଏ । ସାଧାରଣତଃ ଏହି ରୋଗ ଗହମ ମଧ୍ୟରେ ସୀମିତ ରହେ , କିନ୍ତୁ ଅନ୍ୟ ଗଛ ବାହକ କାମ କରେ କିମ୍ବା ନିଜେ ପ୍ରଭାବିତ ହୋଇପାରେ ( ଅନ୍ୟ ଶସ୍ୟ , ଘାସ ଏବଂ ବେରବେରିଶ ବୁଦାର ଜାତି )


ସୁରକ୍ଷାତ୍ମକ ଉପାୟ

  • ରୋଗ ପ୍ରତିରୋଧି ଗହମ କିସମ ବ୍ୟବହାର କରନ୍ତୁ । ସହଳ ଅମଳକ୍ଷମ କିସମ ବ୍ୟବହାର କରନ୍ତୁ । ବସନ୍ତ ଋତୁରେ ଯେତେ ଶୀଘ୍ର ସମ୍ଭବ ଲଗାନ୍ତୁ । ପ୍ରତିକୂଳ ପରିସ୍ଥିତିକୁ ଦୂରେଇବା ପାଇଁ ଶରତ ଋତୁରେ ଯେତେ ବିଳମ୍ବ ସମ୍ଭବ ଲଗାନ୍ତୁ । ରୋଗର ଲକ୍ଷଣ ପାଇଁ ଜମି ନିୟମିତ ନିରୀକ୍ଷଣ କରନ୍ତୁ । ଏହି ଅଞ୍ଚଳରେ ବଢୁଥିବା , ଘାସ , ସହଯୋଗୀ ଗଛ ଏବଂ ବେରବେରିଶ ଜାତିର ବୁଦା ଆଦି କାଢନ୍ତୁ । ଅତ୍ୟଧିକ ଯବକ୍ଷରଜାନ ସାର ବାରଣ କରନ୍ତୁ । ଉତ୍ତମ ବାୟୁ ଚଳାଚଳ ସୁବିଧା ପାଇଁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ । ଜମିରେ କବକ ବଞ୍ଚିବାରେ ବାଧା ଦେବା ପାଇଁ ସବୁ ଗଛ ଅବଶେଷ କାଢନ୍ତୁ ଓ ନଷ୍ଟ କରନ୍ତୁ ।ଅନ୍ୟ ଜମିକୁ ପ୍ରବେଶ କରିବା ପୂର୍ବରୁ ଉପକରଣ ,ଚପଲ ,ହାତ ଏବଂ ପେଣ୍ଟ ଭଲଭାବରେ ସଫା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ