ଧାନ

ଧାନର ମହୀଷା ରୋଗ

Magnaporthe oryzae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଗୁଡିକ ଉପରେ କଳା ଧାର ସହିତ ଅଣ୍ଡାକାର ରୁ ଗୋଲାକାର ଧଳା ଦାଗ ଗୁଡିକ ଦେଖା ଯାଏ.
  • ଗଣ୍ଠି ଉପରେ ମଧ୍ୟ ଲକ୍ଷଣ ଦେଖା ଯାଇପାରେ.
  • ଚାରା ଓ ଯୁବ ଗଛ ଗୁଡିକର ମୃତ୍ୟୁ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଧାନ ମହୀଷା ରୋଗ ଫସଲ ର ସମସ୍ତ ଜମି ଉପରେ ଥୁବା ଅଂଶ କୁ ପ୍ରଭାବିତ କରିଥାଏ: ପତ୍ର, ସନ୍ଧି, ଗଣ୍ଠି, ବେକ, କେଣ୍ଡା ର କିଛି ଅଂଶ ଓ ବେଳେବେଳେ ପତ୍ର ପୃଷ୍ଠ ମଧ୍ୟ. ପତ୍ର ଗୁଡିକ ଉପରେ ହଳଦିଆ ରୁ ହାଲୁକା ସବୁଜ ରଙ୍ଗ ର ବର୍ଣ୍ଣହୀନ, କଣ୍ଟାକାର କିମ୍ବା ବୃତ୍ତାକାର ଦାଗ ଗୁଡିକ ଦେଖା ଯାଇଥାଏ. ଏହି ଦାଗ ଗୁଡିକର ସୀମା ସଢ଼ି ଯାଆନ୍ତି ଓ ଏହାର କେନ୍ଦ୍ର ଧୂସର ରୁ ଧଳା ରଙ୍ଗ ର ହୋଇଯାଏ. ଏହି ଦାଗ ଗୁଡିକର ଆକାର ଫସଲ ର ଆୟୁଷ, ଏହାର କିସମ ଓ ସଂକ୍ରମଣ ର ସମୟ ଉପରେ ନିର୍ଭର କରିଥାଏ. ଯେମିତି ଦାଗ ବଢିଚାଲେ, ପତ୍ର ଗୁଡିକ ଧୀରେ ଧୀରେ ଶୁଖି ଯାଆନ୍ତି. ଯଦି ପତ୍ର ଓ ପତ୍ର ପୃଷ୍ଠ ର ସଂଯୋଗ ସ୍ଥାନ ରେ ସଂକ୍ରମଣ ହୁଏ ତାହେଲେ ସନ୍ଧି ମଧ୍ୟ ସଢ଼ି ଯାଇଥାଏ ଓ ସଂଯୋଗ ସ୍ଥାନ ଉପରର ପତ୍ର ଗୁଡିକ ମରି ଯାଆନ୍ତି. ଗଣ୍ଠି ଗୁଡିକ ମଧ୍ୟ ପ୍ରଭାବିତ ହୋଇପାରନ୍ତି. ଏହା ଦ୍ୱାରା ମାଟିଆ ଗଣ୍ଠି ସୃଷ୍ଟି ହୋଇଥାଏ ଓ କାଣ୍ଡ ଭାଙ୍ଗି ଯାଏ, ବେଳେ ବେଳେ ଚାରାଓ କଅଁଳ ଫସଲ ଗୁଡିକ ର ସମ୍ପୂର୍ଣ ମୃତ୍ୟୁ ମଧ୍ୟ ହୋଇ ଯାଇପାରେ. ବିକାଶ ର ପର ସ୍ତର ଗୁଡିକରେ, ମାରାତ୍ମକ ଧାନ ମହିଷା ରୋଗ ପତ୍ର କ୍ଷେତ୍ର କୁ କମେଇ ଦେଇଥାଏ ଓ ଫଳସ୍ୱରୂପ ଶସ ଭରଣା ଓ ଅମଳ କମିଯାଏ. ଏହା ଧାନ ର ସବୁଠାରୁ ଧ୍ବଂସକାରୀ ରୋଗ ଗୁଡିକ ମଧ୍ୟରେ ଅନ୍ୟତମ ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ, ଏହି ରୋଗ କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଜୈବିକ ଉପାୟ ବଜାରରେ ଉପଲବ୍ଧ ହୋଇନାହିଁ. ସ୍ଟ୍ରେପ୍ଟୋମାଇସିନ କିମ୍ବା ସୁଡୋମୋନାଶ ଉପରେ ଆଧାରିତ ଉପାଦାନ ଗୁଡିକର କବକ ଗୁଡିକ ଉପରେ ଓ ରୋଗ ର ବୃଦ୍ଧି/ ବିକାଶ ଉପରେ ପକାଉଥିବା ପ୍ରଭାବ କୁ ପରୀକ୍ଷା କରିବା ପାଇଁ ଗବେଷଣା ଚାଲି ଅଛି.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଥିରାମ ସାହାଯ୍ୟ ରେ ବିହନ ର ଉପଚାର କରିବା ଏହି ରୋଗ ବିରୋଧ ରେ ପ୍ରଭାବଶାଳୀ ହୋଇଥାଏ. ଆଯ଼ୋକ୍ସିଷ୍ଟ୍ରୋବିନ ଥିବା କବକନାଶକ କିମ୍ବା, ଟ୍ରାଇଆଯ଼ୋଲ କିମ୍ବା ଷ୍ଟ୍ରୋବାଇଲୂରିନ ପରିବାରର ସକ୍ରିୟ ଉପାଦାନ ଗୁଡିକୁ ନର୍ସରୀରେ, ଶାଖା ଓ କେଣ୍ଡା ଆବିର୍ଭାବ ହେବା ସମୟରେ ଧାନ ମହିଷା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ସ୍ପ୍ରେ କରା ଯାଇ ପାରେ. ଶସ ବୃଦ୍ଧି ହେବା ସମୟରେ ଗୋଟିଏ କିମ୍ବା ଦୁଇଟି କବକନାଶକ ର ପ୍ରୟୋଗ ରୋଗ କୁ ନିୟନ୍ତ୍ରିତ କରିବାରେ ପ୍ରଭାବଶାଳୀ ହୋଇଥାଏ.

ଏହାର କାରଣ କଣ

ଧାନ ମହିଷା ରୋଗ ର ଲକ୍ଷଣ ଗୁଡିକ ମାଗନାପୋର୍ଥେ ଗ୍ରୀସିଏ ନାମକ କବକ ଦ୍ୱାରା ସୃଷ୍ଟି ହୋଇଥାଏ, ଯାହାକି ଅନ୍ୟ ପ୍ରଧାନ ଶସ୍ୟ ଗୁଡିକୁ ମଧ୍ୟ ସଂକ୍ରମିତ କରିଥାଏ, ଯେପରିକି ଗହମ, ରାଇ, ବାର୍ଲି, ମୋତି ମିଲେଟ. ଏହି କବକଟି ଅମଳ ପରେ ବଂଚିଥିବା ନଡା ରେ ବଞ୍ଚି ରହିପାରେ ଓ ଏଥି ପାଇଁ ପରବର୍ତ୍ତୀ ଋତୁ କୁ ଏହା ପରିବାହିତ ହୋଇ ଯାଇଥାଏ. ଫସଲ ଗୁଡିକ ସାଧାରଣତଃ ବଢିବା ସହିତ ଏହି ରୋଗ କାରକ ପ୍ରତି କମ ସମ୍ବେଦନଶୀଳ ହୋଇ ଯାଆନ୍ତି. ଏହି ରୋଗ ଟି ଥଣ୍ଡା ତାପମାତ୍ରା, ଲଗାତାର ବର୍ଷା ଓ କମ ମାଟି ଆର୍ଦ୍ରତା ଦ୍ୱାରା ଅନୁକୂଳ ହୋଇଥାଏ. ଲମ୍ବା ସମୟ ଧରି ପତ୍ର ଆର୍ଦ୍ରତା ମଧ୍ୟ ରୋଗ ସଂକ୍ରମଣ ପାଇଁ ଦରକାର ହୋଇଥାଏ. ଉପର ଅଂଚଳ ର ଧାନ ରେ, ଯେଉଁ ଜମି ଗୁଡିକ କାକର ତିଆରି ହେବା ପାଇଁ ସମ୍ବେଦନଶୀଳ ଅଟନ୍ତି (ଅଧିକ ଦିନ ଓ ରାତି ତାପମାତ୍ରା ରେ ଅନ୍ତର ଯୋଗୁଁ). ଶେଷରେ, ଅଧିକ ଯବକ୍ଷାରଜାନ ଥିବା କମ ସିଲିକନ ଥିବା ମାଟିରେ ବିହନ ବୁଣିବା ଦ୍ୱାରା ରୋଗର ବୃଦ୍ଧି ହେବାର ସମ୍ଭାବନା ଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ କିମ୍ବା ପ୍ର।ମାଣିକ ବିହନ ସାମଗ୍ରୀ ର ବ୍ୟବହାର କରନ୍ତୁ.
  • ନିଜ ଅଞ୍ଚଳ ରେ ଉପଲବ୍ଧ ଥିବା ପ୍ରତିରୋଧି କିସମର ବିହନ ବୁଣନ୍ତୁ.
  • ବର୍ଷା ଋତୁ ର ଆରମ୍ଭ ହେବା ପରେ ପରେ, ବିହନ ଗୁଡିକୁ ଶୀଘ୍ର ଲଗେଇ ଦିଅନ୍ତୁ.
  • ଅତ୍ୟଧିକ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହଁ ଓ ଉପଚାର କୁ ଦୁଇ କିମ୍ବା ଅଧିକ ଭାଗ ରେ ବିଭକ୍ତ କରି ଦିଅନ୍ତୁ.
  • ନିୟମିତ ଜଳସେଚନ କରି ଫସଲ ଗୁଡିକ ଉପରେ ମରୁଡି ଜନିତ ଚାପ ରୁ ବଞ୍ଚାନ୍ତୁ.
  • ଧାନର ଉପଯୁକ୍ତ ବୃଦ୍ଧି ପାଇଁ ଉପଯୁକ୍ତ ଜଳ ସ୍ତର ବଜାୟ ରଖନ୍ତୁ.
  • ଧାନ ଫସଲ ରେ ଲଗାତାର ପାଣି ଭରିଦେବା ବଜାୟ ରଖନ୍ତୁ ଓ ନିଷ୍କାସନ ରୁ ବଞ୍ଚନ୍ତୁ.
  • ଅନାବନା ଘାସ ଓ ବିକଳ୍ପ ପୋଷକ ଗୁଡିକର ନିୟନ୍ତ୍ରଣ ଠିକ ଠାକ ରଖନ୍ତୁ.
  • ଯଦି ମାଟିରେ ସିଲିକନ ଅଭାବ ଥିବା ଜଣା ଯାଇଅଛି ତାହେଲେ ସିଲିକନ ଉର୍ବରକ ପ୍ରୟୋଗ କରନ୍ତୁ.
  • ସିଲିକନ ଥିବା ଶସ୍ତା ସ୍ରୋତ ମଧ୍ୟରେ ଧାନ କିସମ ର ନଡା ଅନ୍ୟତମ ଅଟେ ଯେଉଁଥିରେ କି ସିଲିକନ ମାତ୍ରା ଅଧିକ ଥାଏ.
  • ଲକ୍ଷଣ ଗୁଡିକ ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଜମିରେ କବକ ଗୁଡିକର ପରିବହନ କୁ ରୋକିବା ପାଇଁ ସମସ୍ତ ସଂକ୍ରମିତ ଫସଲ ଅବଶେଷ କୁ ଧ୍ବଂସ କରିଦିଅନ୍ତୁ.
  • ଜୀବାଣୁ ସଂଖ୍ୟା କମେଇବାର ସବୁଠାରୁ ସରଳ ଓ ପ୍ରଭାବିତ ଉପାୟ ଭାବେ ଏକ ଫସଲ ଚକ୍ରୀକରଣ ର ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ