ଚିନାବାଦାମ

ଉଛର ଓ ସଅଳ ପତ୍ର ଦାଗ

Mycosphaerella

ଫିମ୍ପି

ସଂକ୍ଷେପରେ

  • ହଳଦିଆ ପ୍ରଭାମଣ୍ଡଳ ସହିତ ହାଲୁକା ବାଦାମୀ ଦାଗ (ସଅଳ).
  • ଗାଢ଼ ଦାଗ (ଉଛର).
  • ଦାଗ ଗୁଡିକ ଅଧିକ ଗାଢ଼ ଏବଂ ବଡ ହୋଇଯାଏ.
  • ସଅଳ - ରୂପେଲି ବାଳ ପରି ଫିମ୍ପି ପତ୍ରର ଟିପରେ ଦେଖାଯାଏ.
  • ପତ୍ରଝଡ଼ା କାଣ୍ଡ ଓ ଗୋଡ଼କୁ ଦୁର୍ବଳ କରିଦିଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ପତ୍ରର ଉଭୟ ପାର୍ଶ୍ୱରେ ଗୋଲାକାର ଦାଗ ଦେଖାଯାଏ. ସଅଳ ପତ୍ର ଦାଗ ରେ ହାଲୁକା ବାଦାମୀ ଚିକ୍କଣ ଘା ଚାରିପାଖରେ ହଳଦିଆ ପ୍ରଭାମଣ୍ଡଳ ଦେଖାଦେଇଥାଏ. ଉଛର ପତ୍ର ଦାଗରେ ରୁକ୍ଷ ଗାଢ଼ ବାଦାମୀ କିମ୍ବା କଳା ଦାଗ ଦେଖଃଯେ ଏବଂ ପ୍ରଭାମଣ୍ଡଳ କ୍ୱଚିତ ଦେଖାଦେଇଥାଏ. ରୋଗ ବଢି ଚାଲିଲେ ଦାଗ ଗୁଡିକ ଆହୁରି ଅଧିକ ଗାଢ଼ ହୋଇ ବଡ ହୋଇଯାଏ (10 ମିମି ପର୍ଯ୍ୟନ୍ତ) ଏବଂ ଉପର ପତ୍ର ଗୁଡିକରେ, କାଣ୍ଡରେ ଏବଂ ଗୋଡ଼ରେ ଦେଖାଯାଏ. ସଅଳ ପତ୍ର ଦାଗ କ୍ଷେତ୍ରରେ ରୂପେଲି ବାଳ ପରି ଫିମ୍ପି କେବେଳେବେ ପତ୍ରର ଟିପ ରେ ଦେଖାଦେଇଥାଏ. ଯଦି ବାତାବରଣ ସୁହାଏ ପତ୍ରଗୁଡ଼ିକ ଶେଷରେ ଝଡି ଯାଆନ୍ତି ଏବଂ କାଣ୍ଡ ଓ ଗୋଡ଼ ଦୁର୍ବଳ ହୋଇଯାଏ. ପତ୍ରଝଡ଼ା ଗଛକୁ ଦୁର୍ବଳ କରାଇଦିଏ ଏବଂ ଏହାର ଉତ୍ପାଦକତା କାମ ହୋଇଯାଏ. ଗୋଡ ଗୁଡିକ ଦୁର୍ବଳ ରହିବ ଯୋଗୁଁ ଅମଳ ବେଳେ କିମ୍ବା ଥ୍ରେସିଂଗ ବେଳେ ଭାଙ୍ଗିଯାଏ ଯଦ୍ୱାରା ଅମଳରେ କ୍ଷତି ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଉଛର ପତ୍ର ଦାଗ ର ସଂକ୍ରମଣ କମ କରିବା ପାଇଁ ଫିମ୍ପି ବିରୋଧୀ ବ୍ୟାକ୍ଟେରିଆ ବାସିଲସ୍ ସର୍କୁଲାନ୍ସ (Bacillus circulans) ଏବଂ ସେରାଟିଆ ମାର୍ସେସେନ୍ସ (Serratia marcescens) ପ୍ରୟୋଗ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କ୍ଲୋରୋଥାଲୋନିଲ (chlorothalonil), ଟେବୁକୋନାଜୋଲ (tebuconazole), ପ୍ରୋପିକୋନାଜୋଲ (propiconazole) ଆଜୋକ୍ସିଷ୍ଟ୍ରୋବିନ୍ (azoxystrobin), ପାଇରାକ୍ଲୋଷ୍ଟ୍ରୋବିନ୍ (pyraclostrobin), ଫ୍ଲୁକ୍ସାଷ୍ଟ୍ରୋବିନ୍ (fluoxastrobin) କିମ୍ବା ବସ୍କାଲିଡ୍ (boscalid) ଥିବା ଫିମ୍ପିନାଶକ ର ପତ୍ର ସିଞ୍ଚନ କରି ଉଭୟ ରୋଗକୁ ନିୟନ୍ତ୍ରଣ କରିହେବ. ଉଦାହରଣ ସ୍ୱରୂପ ଯେତେବେଳେ ଲକ୍ଷଣ ପ୍ରଥେମେ ଦେଖାଯାଏ ସେତେବେଳେ 3ଗ୍ରା/ଲି ମାଙ୍କୋଜେବ୍ (mancozeb) କିମ୍ବା 3ଗ୍ରା/ଲି କ୍ଲୋରୋଥାଲୋନିଲ (chlorothalonil) ସ୍ପ୍ରେ କରନ୍ତୁ ଏବଂ 15 ଦିନ ପରେ ପୁଣି ସ୍ପ୍ରେ କରନ୍ତୁ.

ଏହାର କାରଣ କଣ

ଉଛର ଓ ସଅଳ ପତ୍ର ଦାଗ ଦୁଇଟି ଭିନ୍ନ ରୋଗ ଯାହାର ସମାନ ପ୍ରକାରର ଲକ୍ଷଣ ଥାଏ ଯାହା ଫସଲ ବୃଦ୍ଧିର ବିଭିନ୍ନ ଅବସ୍ଥାରେ ଦେଖାଯାଏ ଏବଂ ସେଥିପାଇଁ ସମ୍ପୃକ୍ତ ନାମଗୁଡିକ ଦିଅ ଯାଇଛି. ଏହି ରୋଗ ଗୁଡିକ ମାଇକୋସ୍ଫାଏରେଲା ଆରାଚାଇଡିସ (Mycosphaerella arachidis) (ସଅଳ ପତ୍ର ଦାଗ) ଏବଂ ମାଇକୋସ୍ଫାଏରେଲା ବେର୍କେଲେଇ (Mycosphaerella berkeleyi) (ଉଛର ପତ୍ର ଦାଗ) ଦ୍ୱାରା ହୋଇଥାଏ. କେବଳ ଚିନାବାଦାମ ଫସଲ ଏହି ଫିମ୍ପି ମାନଙ୍କର ଜଣାଶୁଣା ପୋଷକ. ଏହି ରୋଗର ଇନୋକୁଲମ୍ ର ସ୍ତୋତ୍ର ହେଛି ପୂର୍ବ ସିଜନ ର ଚିନାବାଦାମ ଫସଲ. ଦୀର୍ଘ ସମୟ ଧରି ଅଧିକ ଆର୍ଦ୍ରତା (କାକର), ପ୍ରବଳ ବର୍ଷା (କିମ୍ବା ଓଭରହେଡ଼ ଜଳସେଚନ) ଏବଂ ଗରମ ତାପମାନ (20°C ରୁ ଅଧିକ) ଏହି ରୋଗର ସଂକ୍ରମଣ ଓ ବିସ୍ତାରକୁ ସାହାଯ୍ୟ କରିଥାଏ. ସାରା ବିଶ୍ୱରେ ଉଛର ଓ ସଅଳ ପତ୍ର ଦାଗ ହେଉଛି ଚିନାବାଦାମ ର ସବୁଠାରୁ ମାରାତ୍ମକ ରୋଗ ଏବଂ ଏହି ରୋଗ ଗୁଡିକ ଏକାକୀ କିମ୍ବା ଏକତ୍ର ହୋଇ ପ୍ରବଳ ମାତ୍ରାରେ ଛୁଇଁ ଉତ୍ପାଦନର କ୍ଷତି କରାଇଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ବଜ଼ାରରେ ମିଳୁଥିବା ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ନିଜେ ନିଜେ ଉଠିଥିବା ଚିନାବାଦାମ ଗଛ ଗୁଡିକୁ ଜମିରୁ ଏବଂ ଜମି ଚାରିପାଖରୁ ନଷ୍ଟ କରି ଦିଅନ୍ତୁ.
  • ଓଭରହେଡ଼ ଜଳସେଚନ ରୁ ବିରତ ରୁହନ୍ତୁ.
  • ଯେତେବେଳେ ଗଛଗୁଡ଼ିକ ଓଦା ଥାଏ ଜମି ଭିତରେ କାମ କରନ୍ତୁ ନାହିଁ.
  • ଯଥେଷ୍ଟ ପରିମାଣର ଜଳସେଚନ କରନ୍ତୁ ଏବଂ ଶୁଖିଲା ଡାଳପତ୍ର ଏବଂ ଶୁଖିଲା ଜମି ରଖିବା ପାଇଁ ବାରମ୍ବାର ଜଳସେଚନ କରନ୍ତୁ ନାହିଁ.
  • ଅଣ-ପୋଷକ ଫସଲ ସହିତ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ.
  • ଅମଳ ପରେ ସଂକ୍ରମିତ ଫସଲ ଅବଶେଷକୁ ବାହାର କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ