Claviceps fusiformis
ଫିମ୍ପି
କେଣ୍ଡାରେ, ଗୋଲାପି ରୁ ଲାଲ ତରଳ ପଦାର୍ଥ ସଂକ୍ରମିତ ଫୁଲରୁ ନିର୍ଗତ ହେଉଥାଏ (ମିଷ୍ଟମଳ)। ଏହା ପତ୍ରରେ ଓ ଭୂମିରେ ପଡିପାରେ। ଏହି ତରଳ ପଦାର୍ଥ ଅନେକ କନିଡିଆ (ବାହ୍ୟ ରେଣୁ) ଧାରଣ କରିଥାଏ। ସଂକ୍ରମିତ ଫୁଲ ଦାନା ସୃଷ୍ଟି କରେ ନାହିଁ। କଳା କବକ ସମୂହ ଦାନା ବଦଳରେ ଥାଏ।
କ୍ଷୁଦ୍ରଶସ୍ୟରେ କବକ ବିରୋଧୀ ଜୀବ (ଅଣ୍ଟାଗୋନିଷ୍ଟିକ) ଏରଗଟ ହ୍ରାସ କରିବାରେ ଭଲ ଫଳ ଦେଖାଏ। ଟ୍ରାଇକୋଡର୍ମା ହର୍ଜାନିଅମ, ଟ୍ରାଇକୋଡର୍ମା ଭିରିଡେ, ଆସ୍ପର୍ଜିଲସ ନାଇଜର, ଏପିକୋକମ ଆଣ୍ଡ୍ରୋପୋଗୋନିସ ଏବଂ ବେଶିଲସ ସବଟାଇଲିସ ଆଦି ଫୁଲ ଆସିଥିବା କ୍ଷୁଦ୍ରଶସ୍ୟର କେଣ୍ଡାରେ ସିଞ୍ଚନ କରାଯାଇ ପାରେ। ବିକଳ୍ପ ଭାବରେ ଅଶୋଧିତ ନିମ୍ବ ପଦାର୍ଥ ମଧ୍ୟ ବ୍ୟବହାର କରାଯାଇ ପାରେ।
ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫଳପ୍ରସୂତା ଓ ଅର୍ଥନୈତିକ ଲାଭକୁ ବିଚାର କରିଲେ, ରାସାୟନିକ ନିୟନ୍ତ୍ରଣ ପଦ୍ଧତି କ୍ଵଚିତ ଗ୍ରହଣଯୋଗ୍ୟ ଅଟେ। ଏରଗଟ ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜିରାମ କିମ୍ବା କାର୍ବେଣ୍ଡାଜିମ ଥିବା କବକନାଶକ ବ୍ୟବହାର କରାଯାଇ ପାରେ।
କ୍ଲାଭିଷେପ୍ସ ଫ୍ୟୁଜିଫର୍ମିସ ଦ୍ଵାରା ଏହି ଲକ୍ଷଣ ପ୍ରକାଶ ହୋଇଥାଏ। ସଂକ୍ରମଣର ପାଞ୍ଚ ରୁ ସାତ ଦିନ ପରେ ମିଷ୍ଟମଳ ନିର୍ଗତ ହୋଇଥାଏ। ମିଷ୍ଟ ମଳ ଦ୍ଵିତୀୟକ ସଂକ୍ରମଣକୁ ଅନୁକୂଳ କରିଥାଏ। ବର୍ଷା, ପବନ ଏବଂ କୀଟ ଦ୍ଵାରା ରେଣୁ ବିସ୍ତାର ଲାଭ କରିଥାଏ।ଯଦି ପଶୁ କିମ୍ବା ମନୁଷ୍ୟ ଏହି ଏରଗଟ ରୋଗ ଥିବା ଖାଦ୍ୟ ଖାଇଲେ ଅତ୍ୟଧିକ ସ୍ଵାସ୍ଥ୍ୟଗତ ସମସ୍ୟାରେ ପଡିଥାଏ। ଗଛ ଅବଶେଷରେ ସାରା ବର୍ଷ କବକ ବଞ୍ଚି ରହିଥାଏ। ଆପେକ୍ଷିକ ଆର୍ଦ୍ର ଜଳବାୟୁ ଏବଂ 20 ରୁ 39°C ତାପମାତ୍ରା ଏହା ପାଇଁ ଅନୁକୂଳ ଅଟେ।