Penicillium spp.
ଫିମ୍ପି
ଚଁଅରରେ ପେନିସିଲିୟମ୍ ସଢା ପ୍ରଥମେ ଅମଳ ପରେ ମକା ଚଁଅର ଦାନା ଉପରେ ଦେଖା ଯାଇଥାଏ, ତେଣୁ ଏପରି ନାମ ଦିଆଯାଇଅଛି । ଯେଉଁ ଗଛଗୁଡିକ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ସଂକ୍ରମିତ ହୋଇଯାଆନ୍ତି ସେଗୁଡିକରେ ରୁଗୁଡିଆ ବୃଦ୍ଧି ,ପତ୍ର ଝାଉଁଳି ଯିବା ଓ ପାଣ୍ଡୁରତା ଦେଖା ଦେଇଥାଏ । ଗଛର ଅନ୍ୟ ବୃଦ୍ଧି ଅବସ୍ଥାରେ, ଏହି କବକଟି ଚଁଅରକୁ ସଂକ୍ରମିତ କରିପାରେ, କୀଟ ପତଂଗ ଦ୍ୱାରା ହୋଇଥିବା ଘା କିମ୍ବା ଅମଳ ବେଳେ ହୋଇଥିବା ଆଘାତ ପ୍ରବେଶ ଦ୍ୱାର ଭଳି କାର୍ଯ୍ୟ କରିଥାଏ । କାମ କରିବା ସମୟରେ ଓ ଅମଳ ସମୟରେ ଫସଲକୁ ହାନି ପହଂଚି ପାରେ । ଉଚ୍ଚ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଚଁଅର ଓ ଦାନା ଉପରେ ଫିମ୍ପି ପରି ନିଳ-ସବୁଜ ରଂଗର ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ । ସଂକ୍ରମିତ ଦାନାଗୁଡିକ ରଂଗହୀନ ହୋଇ ଦାଗଦାଗ ଦେଖା ଯିବା ସହ ଭିତରୁ ପଚିଯାଆନ୍ତି(ଏହି ଲକ୍ଷଣକୁ ନୀଳ ଆଖି ବୋଲି କୁହାଯାଏ) । ବେଳେବେଳେ ଫିମ୍ପି ପରି ବୃଦ୍ଧି କେବଳ ଅମଳ ପରେ ବା ଭଣ୍ଡାରରେ ରଖିବା ସମୟରେ ଦେଖାଯାଇଥାଏ । ଏହି ଚଁଅର ସଢା ଅମଳ ଓ ଅମଳ ପରବର୍ତ୍ତୀ କ୍ଷତି ଦେଖାଇ ଥାଏ ।
ପେନିସିଲିୟମ୍ ପ୍ରଜାତି ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ଯଦି ଆପଣଂକୁ ଏହି ରୋଗକୁ ମୁକାବିଲା କରିବା କିମ୍ବା କମେଇବା ପାଇଁ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ ଅଛୁ ।
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । ଯଦି ଅତ୍ୟନ୍ତ ଜରୁରୀ ତାହେଲେ, ମ୍ୟାଂକୋଜେବ୍ ଓ କାପ୍ତାନ୍ ଥିବା କବକନାଶକର ଉପଯୋଗ କରନ୍ତୁ ।
ପେନିସିଲିୟମ୍ ପ୍ରଜାତି କବକଟି ପବନ ଦ୍ୱାରା ପରିବେଶରେ ସର୍ବତ୍ର ଥାଆନ୍ତି । ଏହା କମ୍ ପାଣି ଉପଲବ୍ଧ ଥିବା ସ୍ଥାନରେ ତଥା ମାଟି ଓ ଭଣ୍ଡାରରେ ଥିବା ସଂକ୍ରମିତ ଗଛର ଅବଶେଷରେ ବଂଚି ରହିବାରେ ସମର୍ଥ ହୋଇଥାଏ । ଏଗୁଡିକ ସାଧାରଣତଃ ପବନ,ବର୍ଷା ଛାଟ ଦ୍ୱାରା ପରିବାହିତ ହୁଅନ୍ତି ଓ କ୍ଷତ ସ୍ଥାନ ଦ୍ୱାରା ଚଁଅରକୁ ସଂକ୍ରମିତ କରିଥାଏ । ଏଗୁଡିକ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାରେ ବଞ୍ଚନ୍ତି । ଏହି ରୋଗଟି ଫୁଲ ଧାରଣ ଓ ଫଳ ଅବସ୍ଥାରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଭଣ୍ଡାରରେ ରଖିବା ସମୟରେ ଦେଖାଯାଇଥାଏ ।