Sphacelotheca reiliana
ଫିମ୍ପି
ଗଛ ବୃଦ୍ଧିର ବିଳମ୍ବ ଅବସ୍ଥାରେ ଯେତେବେଳେ କେଣ୍ଡା ଓ ଚଁଅର ଦେଖାଯାଏ , ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଦେଖା ଯାଇଥାଏ । ଚଁଅର ଗୁଡିକ ସମ୍ପୁର୍ଣ ଭାବେ କଳା, ଗୁଣ୍ଡ ଭଳି କବକଜନିତ ବୃଦ୍ଧି ଦ୍ୱାରା ଘୋଡେଇ ହୋଇ ରହିଥାଏ ।ଫୁଲ ଏବଂ ଚଁଅର ଉପରେ ଅସାଧାରଣ ପତ୍ର ଭଳି ଗଠନ ହୁଏ । ସଂକ୍ରମିତ ଚଁଅର ଗୁଡିକ ଅନ୍ୟ ସୁସ୍ଥ ଚଁଅର ଅପେକ୍ଷା ଅଧିକ ଗୋଲ ଆକାରର ହୋଇଥାଆନ୍ତି ଓ ସମ୍ପୁର୍ଣ ଭାବେ କଳା, ଗୁଣ୍ଡ ଭଳି ବୃଦ୍ଧି ଦ୍ୱାରା ଭର୍ତ୍ତି ହୋଇ ରହିଥାଏ । ଛନ୍ଦାଛନ୍ଦି ପରିବାହକ ସୂତ୍ରକ( ଯାହାକି ଗଛର କଠିନ ଟିସୂର ଅବଶେଷ) ରେଣୁ ସମୂହ ଭିତରେ ମିଶି ରହିଥାଏ । ସଂକ୍ରମିତ ଫସଲର ଚଁଅର ଉପରେ ସାଧାରଣତଃ କୌଣସି ଦାନା ବା ରେଶମ ଆବରଣ ଉପସ୍ଥିତ ନଥାଏ । ଅତ୍ୟଧୀକ ଡାଳ ମଧ୍ୟ ସଂକ୍ରମଣର ପର ଲକ୍ଷଣ ଭଳି ବର୍ଣନା କରା ଯାଇପାରେ ।
ଯେଉଁ ଭୃଙ୍ ଗୁଡିକ ଏହି କବକର ଶିକାର କରନ୍ତି (ଫାଲାକ୍ରୁସ୍ ଓବ୍ସ୍କ୍ରୁରୁସ୍ ଓ ଲାଇଷ୍ଟ୍ରୋନାୟକସ୍ କୋଏରୁଲେୟସ୍), ସେମାନେ ଜୈବୀକ ନିୟନ୍ତ୍ରଣ କାରକ ସାଜି ପାରନ୍ତି । ବ୍ୟାସିଲସ୍ ମେଗାଟେରିୟମ୍ ର ଜୀବାଣୁ ନିର୍ଯ୍ୟାସ ଉତ୍ପାଦ ଦ୍ୱାରା ମାଟିର ଉପଚାର କଲେ ରୋଗ ହେବା ଯଥେଷ୍ଟ କମି ଯାଇଥାଏ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ସର୍ବ ପ୍ରଥମେ କବକ ଗୁଡିକୁ ଫସଲ ସଂକ୍ରମଣ କରିବାରୁ ରୋକିବା ପାଇଁ ବିହନ ଗୁଡିକୁ ଶରୀରଚର କବକନାଶକ (କାର୍ବୋକ୍ସିନ୍) ଦ୍ୱାରା ଉପଚାର କରା ଯାଇପାରିବ କିନ୍ତୁ ଏହା କେବଳ ସୀମିତ ନିୟନ୍ତ୍ରଣ ପ୍ରଦାନ କରିଥାଏ । ଚାରା ଅବସ୍ଥାରେ ସିଆର ଭିତରେ କବକନାଶକ ଦ୍ୱାରା ଉପଚାର କରିବା କାମ କରିଥାଏ, କିନ୍ତୁୁ ଏହା ଅର୍ଥନୈତିକ ଭାବେ ଲାଭଦାୟକ ହୋଇନଥାଏ ।
ସ୍ଫେସେଲୋଥେକା ରେଲିୟାନା କବକ ଗୁଡିକ ରେଣୁ ଭାବେ ମାଟିରେ ବହୁ ବର୍ଷ ଧରି ବଂଚି ରହିପାରନ୍ତି ଓ ଚେର ମଧ୍ୟ ଦେଇ ବିଶେଷ ଭାବେ ସଂକ୍ରମିତ ହୋଇଯାଆନ୍ତି । ଏହା ଭାବେ ଜମିର କିଛି ଫସଲକୁ ବିକ୍ଷିପ୍ତ ଭାବେ ସଂକ୍ରମିତ କରିଦିଏ, ମୂଖ୍ୟତଃ ଚାରା ଅବସ୍ଥାରେ । କବକଟି ପରେ ପ୍ରସ୍ଫୁଟନ ( ଚଁଅର) ଓ ଚଁଅର ସହ ଫସଲର ସମସ୍ତ ଅଂଶରେ ବଢିବା ଆରମ୍ଭ କରିଦିଏ । ଏହା କଳା ଅଳନ୍ଧୁ ଫିମ୍ପି ବଢିଲା ଭଳି ପ୍ରତିଫଳିତ ହୋଇଥାଏ (ରେଣୁ ଦଳ) ଯାହାକି ସମ୍ପୂର୍ଣ ଚଁଅରକୁ ଖାଇ ଯାଏ ଓ ବେଳେବେଳେ ସମ୍ପୂର୍ଣ ଦାନାକୁ ପ୍ରତିସ୍ଥାପନ କରିଦିଏ । ଫସଲରୁ ଫସଲ ମଧ୍ୟରେ ସଂକ୍ରମଣ ସଂକ୍ରମିତ ଉପକରଣ ଯୋଗୁଁ ହୋଇଥାଏ । କମ୍ ମାଟି ଆର୍ଦ୍ରତା, ଉଚ୍ଚ ତାପମାତ୍ରା (21 ରୁ 27°C) ଓ ଖାଦ୍ୟସାରର ଅଭାବ ରୋଗ ସଂକ୍ରମଣ ଓ ରୋଗ ବ୍ୟାପିବା ପାଇଁ ଅନୂକୁଳ ହୋଇଥାଏ । ଥରେ ସଂକ୍ରମଣ ଆରମ୍ଭ ହେଲା ପରେ ସଂକ୍ରମିତ ଫସଲରେ କ୍ଷତି କମେଇବାର କୌଣସି ଫଳପ୍ରସୂ ଉପଚାର ଉପଲବ୍ଧ ନାହିଁ.