ପିଆଜ

ଲିକ୍ କଳଙ୍କି

Puccinia porri

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉଭୟ ପାର୍ଶ୍ୱରେ ଛୋଟ, ଧଳା ଦାଗ ଦେଖାଯାଏ। ଦାଗଗୁଡ଼ିକ ଉଜ୍ଜ୍ୱଳ କମଳା ରଙ୍ଗର କଳଙ୍କି ଫୋଟକା ଦାଗରେ ବିକଶିତ ହୁଏ। ପତ୍ରର ପୃଷ୍ଠ ସରୁଆ ଦେଖାଯାଏ। ଭାରି ସଂକ୍ରମଣ ଯୋଗୁଁ ଗଛ ହଳଦିଆ ଦେଖାଯାଏ, ଝାଉଁଳିଯାଏ ଏବଂ ଶୁଖିଯାଏ। ରସୁଣ ଗଛର ବଲ୍ବ/କନ୍ଦ ଗୁଡ଼ିକ ଛୋଟ ଏବଂ ନିମ୍ନ ମାନର ହୋଇପାରେ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ରସୁଣ
ପିଆଜ

ପିଆଜ

ଲକ୍ଷଣ

ସଂକ୍ରମଣ ଯେ କୌଣସି ଅଭିବୃଦ୍ଧି ପର୍ଯ୍ୟାୟରେ ହୋଇପାରେ ଏବଂ ପ୍ରଥମେ ପତ୍ରରେ ଦେଖାଯାଏ। ପ୍ରାରମ୍ଭିକ ଲକ୍ଷଣଗୁଡିକ ଛୋଟ, ଧଳା ଦାଗ ପରି ଦେଖାଯାଏ ଯାହା ଫଳକର ଉଭୟ ପାର୍ଶ୍ୱରେ ଦେଖାଯାଏ। ସମୟ କ୍ରମେ, ଏହି ଦାଗଗୁଡ଼ିକ ଉଜ୍ଜ୍ୱଳ କମଳା ରଙ୍ଗର ଦାଗରେ ବିକଶିତ ହୁଏ ଯାହା ସ୍ପୋର/ରେଣୁ ଉତ୍ପାଦନକାରୀ ସଂରଚନା ସହିତ ଅନୁରୂପ ଅଟେ। ଯେତେବେଳ ପୁଷ୍ଟୁଲ୍/ବ୍ରଣ ବଢିବାରେ ଲାଗିଥାଏ, ସେଗୁଡିକ ଭାଙ୍ଗି ଖୋଲି ଯାଏ ଓ ସେଥିରୁ ସ୍ପୋର/ରେଣୁ ବାହାରିଥାଏ। ପତ୍ରଗୁଡିକ ଶେଷରେ ବିଗଳିତ ହୋଇଯାଏ ଏବଂ ଫଳକରେ ଆନୁଦୈର୍ଘ୍ୟ ଭାବେ କ୍ଷତ ବିକଶିତ ହୋଇପାରେଏବଂ ବେଳେବେଳେ ସ୍ଲିଟ୍/ସରୁଆ ଆକାରରେ ଖୋଲିବା ଦେଖାଯାଏ। ଭାରି ସଂକ୍ରମଣ ହେଲେ ପୁରା ଗଛ ହଳଦିଆ ଏବଂ ଝାଉଁଳା ହୋଇଯାଏ, ଯାହା ଗଛଗୁଡିକୁ ଅକାଳରେ ମାରି ଦେଇପାରେ। ଯଦି ଗଛଗୁଡିକ ଶୀଘ୍ର ପ୍ରଭାବିତ ହୁଏ, କିମ୍ବା ଯଦି ଏକ ଭାରି ସଂକ୍ରମଣ ହୁଏ, ତେବେ ସ୍ୱଳ୍ପ ଗୁଣ ବିଶିଷ୍ଟ ଛୋଟ ଏବଂ ଶୁକୁଟା ବଲ୍ବ ଅମଳ ହେବ।

Recommendations

ଜୈବିକ ନିୟନ୍ତ୍ରଣ

ଦୀର୍ଘକାଳୀନରେ କଳଙ୍କି ମୁକାବିଲା ପାଇଁ ନିରାକରଣ ହେଉଛି ଏକମାତ୍ର ଉପାୟ। ସଲଫର ଥିବା କେତେକ ପଦାର୍ଥକୁ ଜୈବିକ ଭାବରେ ବିବେଚନା କରାଯାଏ ଏବଂ ସଂକ୍ରମଣ ବିପଦକୁ କମାଇବା ପାଇଁ ପ୍ରତିଷେଧକ/ନିରାକରଣ ଉପାୟରେ ବ୍ୟବହାର କରାଯାଇପାରେ। ପ୍ରୟୋଗର ବିଭିନ୍ନ ଉପାୟ ଅଛି, ଉଦାହରଣ ସ୍ୱରୂପ ସଲଫର ପାଉଡର ଗଛ ଉପରେ ଛିଞ୍ଚି କିମ୍ବା ଧୂଳି ପ୍ରୟୋଗ ଭଳି ବ୍ୟବହାର କରାଯାଇପାରେ। କିମ୍ବା ଜଳ ସହିତ ମିଶ୍ରିତ ସଲଫରକୁ ଫୋଲିୟର୍ ସ୍ପ୍ରେ (ପତ୍ର ସିଞ୍ଚନ) ପ୍ରୟୋଗ ଭାବରେ ବ୍ୟବହାର କରାଯାଇପାରେ କିମ୍ବା ଗଛ ମୂଳ ଚାରିପାଖରେ ମାଟିରେ ମନ୍ଦା କରା ଯାଇପାରେ। ଏକ ଉପଯୁକ୍ତ ପ୍ରୟୋଗ ପାଇଁ, ଦୟାକରି ସଂପୃକ୍ତ ଉତ୍ପାଦ ମାନୁଆଲକୁ ଅନୁସରଣ କରନ୍ତୁ କିମ୍ବା ଆପଣଙ୍କର ସ୍ଥାନୀୟ ବ୍ୟବସାୟୀଙ୍କୁ ପଚାରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆଜୋକ୍ସିଷ୍ଟ୍ରୋବିନ୍ କିମ୍ବା ମାନକୋଜେବ୍ ଥିବା ଉତ୍ପାଦଗୁଡିକ ସଂକ୍ରମଣ ବିପଦକୁ ରୋକିବା ପାଇଁ ପ୍ରତିଷେଧକ ଫୋଲିୟର୍/ପତ୍ର ସ୍ପ୍ରେ/ସିଞ୍ଚନ କିମ୍ବା ମୃତ୍ତିକା ପ୍ରୟୋଗ ଭାବରେ ବ୍ୟବହାର କରାଯାଇପାରିବ। ଦୟାକରି ସଚେତନ ରୁହନ୍ତୁ ଯେ ଏହି କବକ ରୋଗକୁ ଭଲ କରିବା ସମ୍ଭବ ନୁହେଁ ।

ଏହାର କାରଣ କଣ

ଏହି ରୋଗ ପକ୍ସିନିଆ ପୋରି ନାମକ କବକ ଦ୍ଵାରା ହୋଇଥାଏ, ଯାହା କେବଳ ଜୀବନ୍ତ ଗଛ ଟିସୁରେ ବଞ୍ଚିପାରେ। ଏହାକୁ ନିଶ୍ଚିତ ଭାବେ ଏକ ବିକଳ୍ପ ପୋଷକ (ବାଳୁଙ୍ଗା କିମ୍ବା ସ୍ବେଚ୍ଛାସେବୀ ଗଛ) ଉପରେ ଶୀତସୁପ୍ତି କରିବାକୁ ପଡିବ, କିମ୍ବା ସୁପ୍ତ ଋତୁ ଅତିକ୍ରମ କରିବାକୁ ସ୍ପୋର/ରେଣୁ ଉତ୍ପାଦନ କରିବାକୁ ପଡିବ। ଏହି କବକ ସ୍ପୋର/ରେଣୁଗୁଡିକ ପବନ ଏବଂ ବର୍ଷା ଛିଟ ଦ୍ଵାରା ଅନ୍ୟ ଗଛ କିମ୍ବା କ୍ଷେତକୁ ପରିବାହିତ ହୋଇଥାଏ। ଉଚ୍ଚ ଆର୍ଦ୍ରତା, କମ୍ ବୃଷ୍ଟିପାତ ଏବଂ 10-20 ° C ରୁ ତାପମାତ୍ରା କବକମାନଙ୍କର ଜୀବନଚକ୍ର ଏବଂ ରୋଗ ବିସ୍ତାର ପାଇଁ ସବୁଠାରୁ ଅନୁକୂଳ ଅବସ୍ଥା ଅଟେ। ଏହି ପରିସ୍ଥିତିରେ, ଥରେ କବକ ସ୍ପୋର/ରେଣୁ ପୋଷକ ଗଛରେ ପଡିଲା ପରେ, କବକ ବୃଦ୍ଧି ଏବଂ ବସତି ଆରମ୍ଭ ହୁଏ। ସଂକ୍ରମଣ ଏବଂ ରୋଗର ବିସ୍ତାର ମଧ୍ୟରେ ସମୟ 10-15 ଦିନ ମଧ୍ୟରେ ହୋଇଥାଏ ଓ ଏହା ତାପମାତ୍ରା ଏବଂ ଆର୍ଦ୍ରତା ସ୍ତର ଉପରେ ନିର୍ଭର କରେ। ବିସ୍ତାରର ମୁଖ୍ୟ ସମୟ ହେଉଛି ବିଳମ୍ବ ଗ୍ରୀଷ୍ମ। ଏହି ରୋଗ ଅଧିକ ଅମଳ କ୍ଷତି ଘଟାଇପାରେ ଏବଂ ବଲ୍ବ/କନ୍ଦବଗୁଡିକର ସଂରକ୍ଷଣ କ୍ଷମତା ହ୍ରାସ କରିପାରେ।


ସୁରକ୍ଷାତ୍ମକ ଉପାୟ

  • ଏକ ପ୍ରମାଣିତ ଉତ୍ସରୁ ସୁସ୍ଥ ମଞ୍ଜି କିମ୍ବା ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ। ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରିବା ଏବଂ ରୋଗର ବିସ୍ତାରକୁ ଏଡାଇବା ପାଇଁ ଧାଡି ରୋପଣ ପାଇଁ ଅନୁମୋଦିତ ବ୍ୟବଧାନ ଅନୁସରଣ କରନ୍ତୁ। ଭଲ ନିଷ୍କାସିତ ରୋପଣ ସ୍ଥାନ ବାଛନ୍ତୁ, କ୍ଷେତର ଭଲ ଜଳ ନିଷ୍କାସନ ନିଶ୍ଚିତ କରନ୍ତୁ ଏବଂ ଅଧିକ ଜଳ ଦିଅନ୍ତୁ ନାହିଁ। ବଲ୍ବ/ କନ୍ଦ ଗୁଡିକର କ୍ଷତି ନହେବା ପାଇଁ ଯତ୍ନର ସହ ବାଳୁଙ୍ଗା ପରିଚାଳନା ନିଶ୍ଚିତ କରନ୍ତୁ। ନାଇଟ୍ରୋଜେନ୍/ଯବକ୍ଷାରଜାନ ସମୃଦ୍ଧ ମାଟିରେ ଆଲିୟମ୍ ପରିବାରରୁ ଫସଲ ଚାଷ କରନ୍ତୁ ନାହିଁ। ପୋଟାସିୟମ ସମୃଦ୍ଧ ସାର ବ୍ୟବହାର କରନ୍ତୁ (ଉଦାହରଣ ସ୍ୱରୂପ ପୋଟାଶର ସଲଫେଟ୍)। ରାତିରେ ଆର୍ଦ୍ର ଅବସ୍ଥାକୁ ଏଡାଇବା ପାଇଁ ସକାଳେ ଜଳସେଚନ କରିବାକୁ ପରାମର୍ଶ ଦିଆଯାଇଛି। ରୋଗର କୌଣସି ଚିହ୍ନ ପାଇଁ ନିୟମିତ ଭାବରେ ଆପଣଙ୍କର ଫସଲ କିମ୍ବା କ୍ଷେତ୍ର ଯାଞ୍ଚ କରନ୍ତୁ। ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସଂକ୍ରମିତ ଗଛଗୁଡିକୁ ବାହାର କରନ୍ତୁ ଏବଂ ଉଦାହରଣ ସ୍ୱରୂପ ଜଳାଇ ନଷ୍ଟ କରନ୍ତୁ। ଅତିକମରେ 2-3 ବର୍ଷ ପାଇଁ ଅଣ-ପୋଷକ ଫସଲ ସହିତ ଏକ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ। ପାଥୋଜେନ/ଜୀବାଣୁ ମୁକ୍ତ ରୋପଣ ସ୍ଥାନ ନିଶ୍ଚିତ କରିବାକୁ ସେହି ସମୟ ମଧ୍ୟରେ ସ୍ୱେଚ୍ଛାସେବୀ ଆଲିୟମ୍ ଗଛଗୁଡିକ ନଷ୍ଟ କରନ୍ତୁ। ଆପଣଙ୍କର ଯନ୍ତ୍ରପାତି ଏବଂ ଉପକରଣଗୁଡ଼ିକୁ ବିଶୋଧନ କରନ୍ତୁ ଏବଂ କ୍ଷେତରୁ ରୋଗ ବିସ୍ତାର ନକରିବା ପାଇଁ ବାରମ୍ବାର ହାତ ଧୁଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ