ଟମାଟ

ଟମାଟୋର ବିଳମ୍ବ ପତ୍ର ପୋଡା ରୋଗ

Phytophthora infestans

ଫିମ୍ପି

5 mins to read

ସଂକ୍ଷେପରେ

  • ବାଦାମି ପତ୍ର ଚିହ୍ନ - ଧାରରୁ ଆରମ୍ଭ ହୁଏ । ପତ୍ର ତଳ ପଟେ ଧଳା ଆବରଣ ଥାଏ । ଧୂସର କିମ୍ବା ବାଦାମି କୁଞ୍ଚିତ ଚିହ୍ନ ଫଳରେ ଥାଏ । ଫଳ କଠିନ ହୁଏ ଓ ଏହାର ମାଂସରେ ଚିହ୍ନ ହୁଏ , ଫଳ ପଚେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ପତ୍ର ଅଗ ଓ ପତ୍ର ଧାରରେ ବାଦାମି - ସବୁଜ ଚିହ୍ନ ଦେଖାଯାଏ । ପରେ , ପତ୍ରର ଅଧିକାଂଶ ଭାଗ ସମ୍ପୂର୍ଣ ବାଦାମି ରଙ୍ଗରେ ପରିଣତ ହୁଏ ।ଓଦା ପାଗରେ ପତ୍ର ତଳ ପଟେ କ୍ଷତ ଚିହ୍ନ ଥାଏ ଓ ଧୂସର ଠାରୁ ଧଳା ଫିମ୍ପି ଏହାକୁ ଆବରଣ କରିପାରେ ଯାହାକି ମୃତ ପତ୍ର ଟିସୁକୁ ସୁସ୍ଥ ଠାରୁ ଅଲଗା କରିବା ପାଇଁ ସହଜ କରେ । ରୋଗ ବଢିବା ସମୟରେ ପତ୍ର ବାଦାମିରେ ପରିଣତ ହୁଏ ,କୁଞ୍ଚିତ ହୁଏ ଓ ଶୁଖିଯାଏ । କେତେକ କ୍ଷେତ୍ରରେ , କାଣ୍ଡ , ଶାଖା ଓ ଡେମ୍ଫରେ ସୂକ୍ଷ୍ମ ସୀମା ଥିବା ବାଦାମି ଚିହ୍ନ ଏବଂ ଧଳା ଆବରଣ ଦେଖାଯାଏ । ଧୂସର-ସବୁଜ ଠାରୁ ମଳିନ ବାଦାମି ଓ କୁଞ୍ଚିତ ଚିହ୍ନ ଫଳ ଉପରେ ଥାଏ ।ଏହି ଚିହ୍ନରେ ଫଳ ମାଂସ ଟାଣ ହୋଇଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ବର୍ତ୍ତମାନ ପାଇଁ, ବିଳମ୍ବ ପୋଡା ରୋଗ ପାଇଁ କିଛି ମଧ୍ୟ ଜୈବିକ ନିୟନ୍ତ୍ରଣ ନାହି । ବିସ୍ତାର ବନ୍ଦ କରିବା ପାଇଁ ସଂକ୍ରମିତ ସ୍ଥାନ ଚାରିପଟେ ଗଛ କାଢି ନଷ୍ଟ କରନ୍ତୁ ଓ ସଂକ୍ରମିତ ଗଛ ଅଂଶ କମ୍ପୋଷ୍ଟ କରନ୍ତୁ ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିଳମ୍ବ ପତ୍ର ପୋଡା ଦମନ କରିବା ପାଇଁ ମାଣ୍ଡିପ୍ରୋପାମିଡ , କ୍ଳୋରୋଥାଲୋନୀଳ , ଫ୍ଲୁଆଜିନାମ ,ମାଙ୍କୋଜେବ ଆଦି କବକନାଶୀ ବ୍ୟବହାର କରନ୍ତୁ । କବକନାଶୀ ସାଧାରଣତଃ ଦରକାର ହୁଏ ଯଦିଓ କେବଳ ରୋଗବର୍ଷର ଏପରି ସମୟରେ ଦେଖାଦିଏ ଯେତେବେଳେ ବର୍ଷା ହୋଇପାରେ ବା ସିଂଚନ ଜଳସେଚନ ଗ୍ରହଣ କରାଯାଏ ।

ଏହାର କାରଣ କଣ

ମଧ୍ୟ ଗ୍ରୀଷ୍ମ ଋତୁରେ ସଂକ୍ରମଣର ଶଙ୍କା ଅଧିକ ଥାଏ । ଏହି କବକ ଗଛ ମଧ୍ୟକୁ ଘା' ଏବଂ ଚୋପାରେ ଥିବା ଫାଟ ଦେଇ ପ୍ରବେଶ କରେ । ରୋଗର ବିକାଶ ପାଇଁ ତାପମାତ୍ରା ଓ ଆର୍ଦ୍ରତା ପ୍ରଧାନ ପରିବେଶଗତ କାରକ ଅଟେ । ବିଳମ୍ବ ପତ୍ର ପୋଡା କବକ 90 % ଆପେକ୍ଷିକ ଆର୍ଦ୍ରତା ଏବଂ 18 ରୁ 26 ଡିଗ୍ରୀ C ରେ ଭଲ ବଢେ । ଉଷ୍ମ ଓ ଶୁଖିଲା ଖରା ପାଗ ଏହି ରୋଗ ବିସ୍ତାର ବନ୍ଦ କରିଦେଇପାରେ ।


ସୁରକ୍ଷାତ୍ମକ ଉପାୟ

  • ବିଶ୍ଵସ୍ତ ଦୋକାନରୁ ସୁସ୍ଥ ବିହନ କିଣନ୍ତୁ । ଅଧିକ ସହନୀୟ କିସମ ଲଗାନ୍ତୁ । ଟମାଟୋ ଓ ଆଳୁ ପର୍ଯ୍ୟାୟ କରନ୍ତୁ ନାହି । ଉତ୍ତମ ନିଷ୍କାସନ ଓ ବାୟୁ ଚଳାଚଳ ସାହାଯ୍ୟରେ ଗଛ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ତାରପୋଲିନ ଓ କାଠ ଖୁଣ୍ଟ ସାହାଯ୍ୟରେ ସ୍ବଚ୍ଛ ବର୍ଷା ଆଶ୍ରୟ ସ୍ଥଳ ବନାନ୍ତୁ । ସିଲିକେଟ ଥିବା ସାର ଏହି କବକକୁ ପ୍ରତିରୋଧ , ମୁଖ୍ୟତଃ ଚାରା ଅବସ୍ଥାରେ , କରିପାରେ । ଦିନର ବିଳମ୍ବ ସମୟରେ ଜଳସେଚନ ଦିଅନ୍ତୁ ନାହି ଏବଂ ଗଛକୁ ଭୂମି ସ୍ତରରେ ଜଳସେଚନ ଦିଅନ୍ତୁ । ଜମି ଯନ୍ତ୍ରପାତି ଓ ଉପକରଣ ବିଶୋଧନ କରନ୍ତୁ । ଗଛର ସାଧାରଣ ଶକ୍ତି ବୃଦ୍ଧି କରିବା ପାଇଁ ଗଛ ସୁରକ୍ଷାତ୍ମକ ପଦାର୍ଥ ବ୍ୟବହାର କରନ୍ତୁ । ପୋଷକ ନଥିବା ଫସଲ ସହ 2 ରୁ 3 ବର୍ଷ ପାଇଁ ପର୍ଯ୍ୟାୟ ସୁପାରିସ କରାଯାଏ । ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ