କାକୁଡି

କାକୁଡ଼ିର ଚର୍ମ ରୋଗ

Cladosporium cucumerinum

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ଛୋଟ ପାଣିଭିଜା କିମ୍ବା ମଳିନ ସବୁଜ ରଙ୍ଗର ଦାଗ ଦେଖାଯାଏ.
  • ପରେ ଶୁଖି ଯାଏ ଓ ଖଣ୍ଡିଆ କଣା ହୋଇଯାଏ.
  • ଫଳ ଉପରେ ଛୋଟ ପାଉଁଶିଆ ଅଠା ବାହାରୁଥିବା ଦାଗ ଦେଖାଯାଏ ଯାହା ପରେ ପାଣିଆ ଗାତ ପରି ହୋଇଯାଏ.
  • ଅତିରିକ୍ତ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ଫଳ ସଢ଼ି ଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କାକୁଡି

ଲକ୍ଷଣ

ପତ୍ରରେ ଅସଂଖ୍ୟ ଛୋଟ ଛୋଟ ପାଣିଭିଜା କିମ୍ବା ମଳିନ ସବୁଜ ରଙ୍ଗର ଦାଗ ଦେଖାଯାଏ. ଏହି ଦାଗ ଧୀରେ ଧୀରେ ଶୁଖିଯାଇ ନଷ୍ଟ ହୋଇଯାଏ ଯାହା ଫଳରେ ଏହା ଧଳା ରୁ ପାଉଁଶିଆ ରଙ୍ଗ ଓ କୋଣାକୃତି ହୋଇଯାଏ. ବହୁତ ସମୟରେ ଏହି ଦାଗ ଚାରିପାଖରେ ହଳଦିଆ ବଳୟ ଥାଏ. ଏହାର ମଝି ଭାଗ ଝଡି ଯାଇ ପତ୍ରରେ ଚିରାଫଟା ପରି କଣା ହୋଇଯାଏ. ଫଳରେ ସଂକ୍ରମଣର ମାତ୍ରା ଗମ୍ଭୀର ହୋଇଥାଏ ଓ ସେଥିରେ ପୋକ ଖାଇଲା ପରିକା କଣା ସୃଷ୍ଟି ହୁଏ. ଛୋଟ (3 ମିମି), ପାଉଁଶିଆ, ଅଳ୍ପ ପାଣିଭିଜା, ଅଠା ବାହାରୁଥିବା, ଦାଗ ପ୍ରଥମେ ଦେଖାଯାଏ. ପରେ ଏହି ଦାଗ ବବଢି ବଢି ସ୍ପଷ୍ଟ ଭାବେ ପାଣିଭିଜା କଣା ବା ଯାଦୁ ରେ ପରିଣତ ହୋଇଯାଏ. ସଂକ୍ରମିତ ଫଳ ରେ ଅଧିକାଂଶ ସମୟରେ ଅବସରଵାଦୀ ବ୍ୟାକ୍ଟେରିଆ ଆକ୍ରମଣ କରିଥାଏ ଯଦ୍ୱାରା ଫଳ ସଢ଼ିଯାଏ ଓ ସେଥିରୁ ଦୁର୍ଗନ୍ଧ ବାହାରେ. ଅତ୍ୟନ୍ତ ପ୍ରତିରୋଧି କିସମ ର ଫଳ ବିଶେଷ କରି କିଛି ସ୍କ୍ୱାଶ ଓ କାହାରି ରେ ଅସମ ଆକାରର ଗଣ୍ଠି ପରି ଗଠନ ଦେଖାଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କାକୁଡିରେ ଚର୍ମ ରୋଗ ପାଇଁ କୌଣସି ସିଧାସଳଖ ଜୈବିକ ଉପଚାର ସମ୍ଭବ ନୁହଁ. କପର-ଏମୋନିଅମ ଉପରେ ଆଧାରିତ ମିଶ୍ରଣ ଥିବା କବକ ନାଶକ ଯାହା ଅନୁମୋଦିତ ଜୈବିକ ର ବ୍ୟବହାର କଲେ ଏହି କବକ ର ବିକାଶକୁ ମନ୍ଥର କରିଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. କ୍ଲୋରୋଥାଲୋନିଲ କିମ୍ବା କପର ଏମୋନିଅମ ଥିବା କବକ ନାଶକ ପ୍ରୟୋଗ କରନ୍ତୁ. ସୋଡ଼ିଅମ ହାଇପୋ କ୍ଲୋରାଇଡ (0.5%) ରେ 10 ମିନିଟ ରଖି ବିଜ ଉପରେ ଉପଚାର କଲେ ଏହି କବକ ନଷ୍ଟ ହୋଇଯାଆନ୍ତି. ଡାଇଥିଓକାର୍ବାମେଟସ୍, ମ୍ୟାନେବ୍, ମ୍ୟାନ୍କୋଯେବ୍, ମେଟିରାମ କ୍ଲୋରୋଥାଲୋନିଲ ଏବଂ ଆନିଲାଯ଼ାଇନ୍ ଉପରେ ଆଧାରିତ କବକ ନାଶକ ମଧ୍ୟ ଏହି କବକ ସି.କୁକୁମେରିନମ୍ ର ପ୍ରଭାବିତ ରୂପରେ ନିୟନ୍ତ୍ରଣ କରା ଯାଇପାରେ.

ଏହାର କାରଣ କଣ

ଏହି ରୋଗ କ୍ଲାଡୋସ୍ପୋରିୟମ୍ କୁକୁମେରିନମ୍ ନାମକ ଏକ କବକ ଦ୍ୱାରା ସୃଷ୍ଟି ହୋଇଥାଏ. ଏହି ଫିମ୍ପି ଗଛର ଅବଶେଷ, ମାଟିରେ ଥିବା ଫାଟ କିମ୍ବା ସଂକ୍ରମିତ ବିହନ ରେ ଶୀତ ଦିନରେ ନିଷ୍କ୍ରିୟ ଅବସ୍ଥା ରେ ବଞ୍ଚି ଯାଇ ଥାଏ. ବସନ୍ତ ଋତୁର ପ୍ରାରମ୍ଭିକ ସମୟରେ ଏହି ସବୁ ଜାଗାରୁ ସଂକ୍ରମଣ ଆରମ୍ଭ ହୋଇଥାଏ. ଏହା କବକର ରେଣୁ ସୃଷ୍ଟି କରୁଥିବା ସଂରଚନ ତିଆରି କରେ ଯେଉଁଥିରୁ କବକର ରେଣୁ ବାହାରିଥାଏ. ଏହି ରେଣୁ ସବୁ ପୋକ, ପୋଷାକ କିମ୍ବା ଉପକରଣ ଦ୍ୱାରା କିମ୍ବା ଓଦାଳିଆ ପବନ ଦ୍ୱାରା ଦୂର ଜାଗାକୁ ବ୍ୟାପିଥାଏ. ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଏବଂ ମଧ୍ୟମ ତାପମାନ ଏହି ରୋଗର ସଂକ୍ରମଣର ଆଶଙ୍କା ଅଧିକ ଅଟେ. ତାପମାନ ପ୍ରାୟ 17 °C କିମ୍ବା 12-25°C ସହିତ ଓଦା ପାଗ, ବାରମ୍ବାର କୁହୁଡି, କାକର କିମ୍ବା ଅଳ୍ପ ବର୍ଷା ଏହି କବକର ବିକାଶ ପାଇଁ ଉତ୍ତମ ପରିବେଶ ଯୋଗାଇଥାଏ. ଗଛ ଟିସୁରେ ପ୍ରବେଶ କରିବାର 3-5 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଜାଗାରୁ ସୁସ୍ଥ ଗଛର ବିହନ ଲଗାନ୍ତୁ.
  • ପ୍ରତିରୋଧି କିସମ ର ବିହନ ମିଳୁଥିଲେ ତାହା ଲଗାନ୍ତୁ.
  • ବସନ୍ତ ଶେଷ, ଖରା ଦିନ ଓ ଶୀତ ଋତୁ ପୂର୍ବରୁ କୁକୁରବିଟ ଫସଲ ଲଗାନ୍ତୁ କାରଣ ଗରମ ପାଣିପାଗ ଯାଦୁରା ରୋଗ ପାଇଁ ଅନୁକୂଳ ନୁହଁ.
  • ରୋଗ ଲାଗୁ ନଥିବା ଅନ୍ୟ ଫସଲ ଯେମିତିକି ମକା ସହ ଅତି କମରେ 2 ବର୍ଷ ର ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ଆପେ ଆପେ ଉଠିଥିବା କୁକୁରବିଟ ଗଛ ତଥା ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ.
  • ବର୍ଷା ଓ କାକର ଦ୍ୱାରା ଗଛ ଓଦା ଥିଲା ବେଳେ ଜମିରେ କାମ କରନ୍ତୁ ନାହିଁ.
  • ଫସଲ ମଧ୍ୟରେ ଉପଯୁକ୍ତ ଖାଲି ଜାଗା ରଖନ୍ତୁ ଯାହା ଫଳରେ ପବନ ଯିବା ଆସିବା ଭଲ ଭାବେ ହେବ ଓ ଆର୍ଦ୍ରତା କାମ ରହିପାରିବ.
  • ଅଧିକ ଜଳସେଚନ କରନ୍ତୁ ନାହିଁ.
  • ସ୍ପ୍ରିଙ୍କଲର ଜଳସେଚନ କରନ୍ତୁ ନାହିଁ.
  • ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ସଂକ୍ରମିତ ଗଛ ଓ ଗଛ ଅବଶେଷ କୁ ବାହାର କରି ପୋତିଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ.
  • କୁକୁରବିଟ ଫସଲ ର ରକ୍ଷଣାବେକ୍ଷଣ ତଥା ଅମ୍ଳ ପାଇଁ ବ୍ୟବହୃତ ଉପକରଣ ସବୁ ଭଲ ଭାବେ ସଫା ଓ ଜୀବାଣୁ ମୁକ୍ତ କରି ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ