ଫୁଲକୋବି

ଅଲ୍ଟାର୍ନାରିଆ ଦାଗ

Alternaria brassicae

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ହଳଦିଆ ବଳୟ ସହିତ ଧୂସର-ମାଟିଆ ଦାଗ। ପତଳା ପତ୍ରର କେନ୍ଦ୍ରରେ ସଟ-ହୋଲ ପ୍ରଭାବ (କଣା) ଦେଖାଯାଏ। ଝାଉଁଳା ଓ ପତ୍ରଝଡା ଦେଖାଯାଏ। ତଳି ସଢା ରୋଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ଫୁଲକୋବି

ଲକ୍ଷଣ

ଗଛର ଭୂମି ଉପରେ ଥିବା ସବୁ ଅଂଶ ଆକ୍ରାନ୍ତ ହୋଇପାରେ ଏବଂ ବିଭିନ୍ନ ଫସଲରେ ଏହା ଭିନ୍ନ ଭିନ୍ନ ମାତ୍ରା ଦେଖାଯାଏ। ସାଧାରଣତଃ ପ୍ରଥମେ ପୁରୁଣା ପତ୍ରରେ ଧୂସର-ମାଟିଆ, ଗୋଲାକାର ଦାଗ ସୃଷ୍ଟି ହୋଇଥାଏ। ଏହା ଛୋଟ କଳା ଦାଗ ଠାରୁ ଆରମ୍ଭ ହୋଇ 12 ମିମି ବ୍ୟାସ ପର୍ଯ୍ୟନ୍ତ ମାଟିଆ କେନ୍ଦ୍ର ସହିତ ବଡ ଜୋନେଟ କ୍ଷତ ଦାଗ ମଧ୍ୟ ହୋଇଥାଏ। ଏହି କ୍ଷତ ଦାଗରେ ଏକ ବର୍ଣ୍ଣହୀନ ବଳୟ ଘେରି ରହିଥିବା କେନ୍ଦ୍ରରେ କଳା ରେଣୁ ଗୁଣ୍ଡ ଲାଗି ରହିଥାଏ। ସମୟ କ୍ରମେ, କେନ୍ଦ୍ରଟି କାଗଜ ଭଳି ପତଳା ହୋଇ ପତ୍ର ଫଳକରୁ ଝଡିପଡେ ଯାହା ଗୁଳି ବିନ୍ଧା କଣା (ସଟ ହୋଲ) ପରି ଦେଖାଯାଏ। ପତ୍ରଟି ପାଣ୍ଡୁରା ହୋଇଯାଏ ଏବଂ ଅତିମାତ୍ରା କ୍ଷେତ୍ରରେ ପତ୍ରଝଡା ଦେଇପାରେ। ସାଧାରଣତଃ, ସଂକ୍ରମିତ ବିହନରୁ ବାହାରି ଥିବା ଚାରାରେ ଜୀବାଣୁ ତଳି ସଢା ରୋଗ ସୃଷ୍ଟି କରିଥାଏ। ଛୁଇଁ କିମ୍ବା କାଣ୍ଡର ନିମ୍ନ ଭାଗରେ ମଧ୍ୟ ଦାଗ ଦେଖା ଦେଇପାରେ, ଯାହାକି 'କଳଗୋଡ' ଭଳି ଲକ୍ଷଣ ସୃଷ୍ଟି କରିଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ। ଯଦି ଆପଣ କିଛି ଜାଣିଛନ୍ତି, ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କବକନାଶୀ ପ୍ରୟୋଗର ଆବଶ୍ୟକତା ବୁଝିବା ପାଇଁ ନିରୀକ୍ଷଣ ଓ ସଠିକ ନିଦାନ ଜରୁରୀ ଅଟେ। ବିହନ ଉପଚାର ଦୃଢତା ଭାବେ ଅନୁମୋଦନ କରାଯାଏ। ରୋଗ ନିୟନ୍ତ୍ରଣ ପାଇଁ ଅନ୍ୟ ଏକ ଉପାୟ ହେଉଛି ପ୍ରାରମ୍ଭିକ ଲକ୍ଷଣ ଦେଖାଗଲେ ଜମିରେ ପତ୍ର ସିଂଚନ କରିବା। ସାଥି ରଖିବା ସମୟରେ ରୋଗର ବିକାଶ ଏଡାଇବା ପାଇଁ ନିର୍ଦ୍ଦିଷ୍ଟ ଦ୍ରବଣରେ ସାଇତିବା ପୂର୍ବରୁ ବୁଡାଯାଇ ପାରେ। ଉପଚାର ସୁବିଧା, ଫସଲ ଏବଂ ପରିବେଶ ଅବସ୍ଥା ଅନୁସାରେ ବ୍ୟବହାର କରିବା ପାଇଁ ଅନେକ ପ୍ରକାର ରସାୟନିକ ପଦାର୍ଥ ରହିଛି। ସେଗୁଡିକ ହେଉଛି ଆନିଲାଜିନ, କ୍ଲୋରଥାଲୋନୀଲ, ଡାଇଫେନୋକୋନାଜୋଲ, ଆଇପ୍ରୋଡିଓନ, ମାଙ୍କୋଜେବ ଓ ମାନେବ।

ଏହାର କାରଣ କଣ

ବନ୍ଧାକୋବି ଓ ବ୍ରାସିକା ପରିବାରର ଅନ୍ୟ ଜାତିର ଏକ ସାଧାରଣ ଜୀବାଣୁ ଅଲ୍ଟର୍ନାରିଆ ବ୍ରାସିକା ନାମକ ବିହନ-ବାହିତ କବକ ଦ୍ଵାରା ଫସଲ ପ୍ରକାର ଅନୁସାରେ ଭିନ୍ନ ଭିନ୍ନ ଲକ୍ଷଣ ସୃଷ୍ଟି ହୋଇଥାଏ। ଏହା ସମ୍ବନ୍ଧୀୟ ଆଉ ଏକ କବକ, ଅଲ୍ଟାର୍ନାରିଆ ବ୍ରାସିକୋଲା, ମଧ୍ୟ କିଛି ଫସଲରେ ଦେଖାଯାଇ ପାରେ। ଏହି ଜୀବାଣୁର ବିସ୍ତାର ଲାଭର ମୁଖ୍ୟ ସୂତ୍ର ହେଉଛି ସଂକ୍ରମିତ ବିହନ। ଗଛ ଭିତର ଟିସୁରେ ମଧ୍ୟ କବକ ସୂତା କିମ୍ବା ରେଣୁ ଥାଇପାରେ। ଉଭୟ କ୍ଷେତ୍ରରେ, ବଢୁଥିବା ଗଛରେ କବକ କ୍ରମଶଃ ବସା ବାନ୍ଧେ ଓ ଲକ୍ଷଣ ସୃଷ୍ଟି କରାଏ। ସମ୍ବେଦନଶୀଳ ବାଳୁଙ୍ଗା କିମ୍ବା ସଢି ନଥିବା ଫସଲ ଅବଶେଷରେ କବକ ଶୀତସୁପ୍ତି କରିପାରେ। ଏହି କ୍ଷେତ୍ରରେ, ପତ୍ରର ପ୍ରାକୃତିକ କଣା କିମ୍ବା କ୍ଷତ ଦେଇ ସୁସ୍ଥ ଗଛ ମଧ୍ୟକୁ ରୋଗ ସୃଷ୍ଟିକାରୀ ରେଣୁ ପଶିଥାନ୍ତି। ଯେ କୌଣସି କ୍ଷେତ୍ରରେ, ଆର୍ଦ୍ର ପରିବେଶ, ପବନ ସହିତ ବର୍ଷା ଏବଂ ଉଷ୍ମ ତାପମାତ୍ରା ( 20-24°C) ସଂକ୍ରମଣ ପ୍ରକ୍ରିୟାକୁ ଅନୁକୂଳ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ବ୍ୟବହାର ସୁନିଶ୍ଚିତ କରନ୍ତୁ। ସାଲଗମରେ କିଛି କିସମରେ, ଜୀବାଣୁ ପ୍ରତି ପ୍ରତିରୋଧକତା ରହିଥାଏ। ଉତ୍ତମ ବାୟୁ ଚଳାଚଳ ପାଇଁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ। ରୋଗର ଲକ୍ଷଣ ଜାଣିବା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ। ମାଟି ସଂସ୍ପର୍ଶରେ ଥିବା ପୁରୁଣା ପତ୍ରଗୁଡ଼ିକୁ କାଢି ସଂଗ୍ରହ କରନ୍ତୁ। ଅମଳ ପରେ ସଂକ୍ରମିତ ଅବଶେଷ କାଢି ଦିଅନ୍ତୁ। ଜମିରୁ ଓ ଜମି ଚାରିପଟରୁ ବାଳୁଙ୍ଗାଗୁଡିକୁ (ମୁଖ୍ୟତଃ ବ୍ରାସିକା ପରିବାରର) କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ