ବନ୍ଧାକୋବି

ଗଦା ମୂଳ

Plasmodiophora brassicae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଝାଉଁଳା ଏବଂ ହଳଦିଆ ପଡିବା ଦେଖାଯାଏ। ଚେରରେ ଗଣ୍ଠି ଭଳି ଫୁଲା ଥାଏ। ରୁଗୁଡିଆ ବୃଦ୍ଧି, ଅମଳରେ ହ୍ରାସ ହୋଇଥାଏ। ଗଛ ସଢିଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ଉଭୟ ଭୂମି ଉପରେ ଓ ଭୂମି ତଳେ ଲକ୍ଷଣ ଦେଖାଯାଏ। ମୋଟାମୋଟି ଭାବରେ ଗଛ ଦୁର୍ବଳ ହୋଇ ହୋଇ ଯାଏ ଓ ପତ୍ର ହଳଦିଆ ହୋଇଯାଏ ଓ ରୁଗୁଡିଆ ବୃଦ୍ଧି ଦେଖାଏ। ଗଛ ଶୁଖିଲା ପାଗରେ ଝାଉଁଳିବା ଦେଖାଏ, କିନ୍ତୁ ଆର୍ଦ୍ର ପାଗରେ ପୁନଃ ସୁସ୍ଥ ହୋଇଥାଏ। ପତ୍ର ବାଇଗଣୀ ବର୍ଣ୍ଣର ମଧ୍ୟ ହୋଇପାରେ। ଭୂମି ତଳ ଲକ୍ଷଣ ମଧ୍ୟରେ ଚେରରେ ଗଣ୍ଠି ଭଳି ଫୁଲା ଓ ଛୋଟ ଚେର (ମୂଳ ଲୋମ) ନଷ୍ଟ ହୋଇଥାଏ। ସମୟ କ୍ରମେ, ଫୁଲା ଅତ୍ୟଧିକ କ୍ଷତି କରିଥାଏ, ଯାହାକି ମୂଳର ସାଧାରଣ ସୂକ୍ଷ୍ମ ଜାଲ ପରିବର୍ତ୍ତେ ଗଦା ଆକାରର ମୂଳ ସୃଷ୍ଟି କରିଥାଏ (ଏହି ରୋଗର ନାମ ଏହା ଆଧାରରେ ହୋଇଛି)। ବୃଦ୍ଧି ଓ ଅମଳ ଅତିମାତ୍ରାରେ ହ୍ରାସ ହୋଇଥାଏ ଓ ଅତ୍ୟଧିକ ସଂକ୍ରମିତ ଗଛ ମରିଯାଇ ପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଏକମାତ୍ର ଉପଲବ୍ଧ ଜୈବିକ ନିୟନ୍ତ୍ରଣ ହେଉଛି ଶାମୁକା ଖୋଳ କିମ୍ବା ଚୂନପଥର ମାଟିରେ ମିଶାଇ ପିଏଚ ବୃଦ୍ଧି କରିବା। ମାଟିର ପିଏଚ ବାରମ୍ବାର ଯାଞ୍ଚ କରିବା ପାଇଁ ସରଳ ଓ ସମର୍ଥ ଭିତ୍ତିକ ପରୀକ୍ଷା କିଟ ଉପଲବ୍ଧ ଅଛି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମୃତ୍ତିକା ଧୂମକ (ଫ୍ୟୁମିଗେସନ) ସୁପାରିସ କରାଯାଏ ନାହିଁ, କାରଣ ଏହା 100% ଫଳପ୍ରସୂ ନୁହେଁ। ଏହି ରୋଗ ହ୍ରାସ କରିବାର ଏକ ଉପାୟ ହେଉଛି ଚୂନ ପଥର (କ୍ୟାଲସିୟମ କାର୍ବୋନେଟ CaC03) ଏବଂ ଜଳ ଯୁକ୍ତ ଚୂନ (କ୍ୟାଲସିୟମ ହାଇଡ୍ରୋକ୍ସୋଆଇଡ Ca(OH)2) ଗଛ ଲଗାଇବା ପୂର୍ବରୁ ମାଟିରେ ପ୍ରୟୋଗ କରି ପିଏଚ (7.2) ବଢାଇବା।

ଏହାର କାରଣ କଣ

ମାଟିରେ ବାସ କରୁଥିବା ପ୍ଲାସ୍ମୋଡାଇଓଫୋରା ବ୍ରାସିକେ ନାମକ ଜୀବାଣୁ ଦ୍ଵାରା ମୂଳ ସଂକ୍ରମିତ ହୋଇ ରୋଗର ଏହି ଲକ୍ଷଣ ହୋଇଥାଏ। ଏହା ଏକ ଅବିକଳ୍ପି ପରଜୀବୀ ଯାହାକି ଅନ୍ୟ ଫସଲ, କେତୋଟି ମୁଖ୍ୟ ଫସଲ ଯଥା ବ୍ରସେଲ୍ସ ସ୍ପ୍ରାଉଟ, ବନ୍ଧାକୋବି, ଫୁଲକୋବି, ସାଲଗମ ଏବଂ ମୂଳା ଆଦିକୁ ପ୍ରଭାବିତ କରିଥାଏ। କବକ ସୁପ୍ତ ରେଣୁ ସୃଷ୍ଟି କରିଥାଏ, ଯାହାକି 20 ବର୍ଷ ପର୍ଯ୍ୟନ୍ତ ମାଟିକୁ ପ୍ରଦୂଷିତ କରିପାରେ। ସମ୍ବେଦନଶୀଳ ଗଛ ମୂଳର ଉପସ୍ଥିତିରେ ଏହି ରେଣୁ ଅଙ୍କୁରିତ ହୋଇ ଚେର ଲୋମକୁ ସଂକ୍ରମିତ କରିଥାଏ ଯାହାକି ଚେରରେ ଫୁଲା ସୃଷ୍ଟି କରିଥାଏ ଓ ଏହି ରୋଗକୁ ନାମିତ କରିଥାଏ। ତା'ପରେ, ଏହି ଫୁଲା ମାଟିରେ ଅଧିକ ରେଣୁ ନିର୍ଗମନ କରେ ଓ ପର୍ଯ୍ୟାୟ ସଂପୂର୍ଣ୍ଣ କରିଥାଏ। ଏହି ରୋଗ ଆର୍ଦ୍ର ଓ ଉଷ୍ମ ମାଟି ଦ୍ଵାରା ଅନୁକୂଳିତ ହୋଇଥାଏ। ଚୂନ ପ୍ରୟୋଗ କରି ମାଟିର ପିଏଚ ବଢାଇଲେ ଗଦା ମୂଳ ହ୍ରାସ ହୁଏ (କିନ୍ତୁ ଦୂର ହୁଏନାହିଁ)।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ଗଛରୁ ବିହନ ବ୍ୟବହାର କରନ୍ତୁ। ଯଦି ମିଳେ, ଅଧିକ ସହନଶୀଳ କିସମ ବ୍ୟବହାର କରନ୍ତୁ। ଅତ୍ୟଧିକ ଜଳ ଜମିବା ଏଡାଇବା ପାଇଁ ଉଚ୍ଚ ଶଯ୍ୟାରେ ଲଗାନ୍ତୁ। ଉତ୍ତମ ନିଷ୍କାସନ ବ୍ୟବସ୍ଥା କରନ୍ତୁ ଓ ଅଧିକ ପାଣି ଦିଅନ୍ତୁ ନାହିଁ। ସମ୍ଭାବ୍ୟ ଦୂଷିତ ଉତ୍ସରୁ ଜଳସେଚନ ଦିଅନ୍ତୁ ନାହିଁ। କିଛି ବର୍ଷ ପାଇଁ ବିବିଧ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ। ପୂର୍ବରୁ ରୋଗ ଥିବା ଜମିରେ ଲଗାନ୍ତୁ ନାହିଁ। ଉତ୍ତମ ମୃତ୍ତିକା ଗଠନ ଏବଂ ଉଚ୍ଚ ମୃତ୍ତିକା ପିଏଚ(7.2) ପାଇଁ ବ୍ୟବସ୍ଥା କରନ୍ତୁ (ଉଦାହରଣ ସ୍ୱରୂପ ଚୂନ ପ୍ରୟୋଗ)। ଉପକରଣ ଓ ପାଦରେ ପ୍ରଦୂଷିତ ମାଟି ବିସ୍ତାର କରିବା ବିଷୟରେ ସତର୍କ ରୁହନ୍ତୁ। ଜମିରେ ଓ ଚାରିପଟେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ଜୀବାଣୁ ସ୍ତର କମାଇବା ପାଇଁ ଅମଳ ପରେ ମାଟିର ସୌରୀକରଣ କରନ୍ତୁ। ଜମିରୁ ସଂକ୍ରମିତ ଚେର କାଢି ଓ ନଷ୍ଟ କରି ଜୀବାଣୁ ସଂଖ୍ୟା ହ୍ରାସ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ