Verticillium spp.
ଫିମ୍ପି
ବିଭିନ୍ନ ଫସଲ ରେ ଏହି ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ. ସାଧାରଣତଃ ପ୍ରଥମେ ପୁରୁଣା ପତ୍ର ଗୁଡିକର ଧାରରେ ଶିରା ପ୍ରଶିରା ରେ ସବୁଜ ରଙ୍ଗ କାମ ହୋଇଥାଏ. ଧୀରେ ଧୀରେ ଏହା ବଢିଥାଏ ଏବଂ ବହୁତ ସମୟରେ ପତ୍ର ର ଗୋଟିଏ ପାଖରେ ହିଁ ଝାଉଁଳି ଥାଏ. ଏହି ଲକ୍ଷଣ କୁ ଏକ ପକ୍ଷ ଝାଉଁଳା ବା ସେକଟୋରାଲ ବର୍ଣହୀନତା (Sectoral Chlorosis) କୁହାଯାଏ. ଗରମ ଖରାଟିଆ ପାଗରେ ଏହାର ପ୍ରଭାବ ବହୁତ ବଢି ଯାଇଥାଏ. କାଣ୍ଡ ରେ କଳା କଳା ପଟ୍ଟା ସୃଷ୍ଟି ହେଇଥାଏ ଏବଂ ଏହା ଗଛର ନିମ୍ନ ଭାଗରୁ ଉପର ଆଡକୁ ବଢି ଚାଲେ ଯାହାକି ପରେ ଝାଉଁଳି ଯାଏ. ବଡ ବଡ ଗଛରେ ବୃଦ୍ଧି କମ, ଶୀଘ୍ର ପତ୍ର ଝଡା, ଶାଖା ଛୋଟ ହେଇଯାଇ ମରିଯିବା ହେଉଛି ଏହାର ଲକ୍ଷଣ. ଅନ୍ୟ ଏକ ଲକ୍ଷଣ ହେଲା କାଣ୍ଡରେ ଗୋଳାକୃତି ଦାଗ ଦେଖାଯିବା. ବେଳେ ବେଳେ ବହୁତ ପାଖରୁ ଜବକାଚ ଦ୍ୱାରା ନିରୀକ୍ଷଣ କଲେ ଗଛ ଜୀବନ୍ତ କିମ୍ୱା ମୃତ ଟିସୁ ରେ ଛୋଟ ଛୋଟ କଳା ବିନ୍ଦୁ ଦେଖାଯାଏ.
ଷ୍ଟ୍ରେପ୍ଟୋମାଇସେସ୍ ଲାୟଡିକସ୍ (Streptomyces Lydicus) ଆଧାରିତ ଜୈବିକ କବକନାଶକ ଏହି କବକର ଜୀବନଚକ୍ର ରେ ବାଧା ସୃଷ୍ଟି କରିଥାଏ ଏବଂ ଏହି ରୋଗର ସଂକ୍ରମଣ କୁ ଓ ବିସ୍ତାରକୁ ନିୟନ୍ତ୍ରଣ କରିପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯେତେବେଳେ ଫସଲ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଏ ଏହି ରୋଗକୁ ନିୟନ୍ତ୍ରଣ ଓ ଏହାର ଉପଚାର କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ. ମୃତ୍ତିକା ଜନିତ ଫୁମିଗାଣ୍ଟ ପ୍ରୟୋଗ ଏକ ପ୍ରଭାବଶାଳୀ ଉପାୟ ଅଟେ, କିନ୍ତୁ ଏହା ମହଂଗା ତଥା କଷ୍ଟକର ହୋଇଥାଏ. ଏହାର ପ୍ରଭାବ, କେଉଁ ରସାୟନ କେତେ ପରିମାଣରେ ବ୍ୟବହାର କରାଯାଇଛି ଏବଂ ପରିପାର୍ଶ୍ଵିକ ପରିସ୍ଥିତି ଉପରେ ନିର୍ଭର କରେ. ସଂକ୍ରମିତ ହେଇଥିବା ଡାଳ ପତ୍ର କୁ ମଧ୍ୟ କୀଟନାଶକ ପ୍ରୟୋଗ କରାଯାଇପାରେ.
ମୃତ୍ତିକା ଜନିତ କବକ ସମୂହ ଏହି ରୋଗ ଲକ୍ଷଣ ଗୁଡିକର କାରଣ. ମୁଖ୍ୟତଃ ଭର୍ଟିସିଲିଅମ ଡାଃଲିୟେ (Verticillium Dahliae) ଯାହାକି କୌଣସି ପୋଷକ ଗଛର ଅନୁପସ୍ଥିତିରେ ଗଛ ଅବଶେଷରେ ମାଟିରେ ବହୁତ ସମୟ ବଂଚି ରହିଥାଏ. ମୂଳ ଦ୍ୱାରା କିମ୍ବା ଖଣ୍ଡିଆ ଟିସୁ ମଧ୍ୟ ଦେଇ ଏହି କବକ ବାହକ କୋଷ ମାନଂକୁ ସଂକ୍ରମଣ କରି ଥାଏ. ଥରେ ଏହା ଗଛ ମଧ୍ୟରେ ପଶିଲା ପରେ ତୀବ୍ର ଗତିରେ ବଢିଥାଏ ଏବଂ ପାଣି ଆଉ ଖାଦ୍ୟସାର ର ଯାତାୟାତ କୁ ବନ୍ଦ କରିଦେଇଥାଏ, ଯଦ୍ୱାରା ପତ୍ର ଆଉ କାଣ୍ଡ ଝାଉଁଳି ନଷ୍ଟ ହେଇଯାଇଥାଏ ଓ ଫସଲର ବାୟୁବୀୟ ଅଂଶ(ପତ୍ର ଓ କାଣ୍ଡ ସବୁ) ସବୁ ଧ୍ୱଂସ ହୋଇଯାଏ. ପର ସ୍ତରରେ ଏହି କବକ ମୃତ ଟିସୁରେ ବଢି ବଢି କଳା ଦେଖାଯାଏ ଏବଂ ଜବକାଚ ଦ୍ୱାରା ଏହା ପର୍ଯ୍ୟବେକ୍ଷଣ କରା ଯାଇପାରେ. ଗୋଟିଏ ଜାଗାରେ ଏହି କବକ ବହୁତ ବର୍ଷ ଧରି ବଞ୍ଚିପାରେ.