ବାଦାମ

ଗୁଳିଫୁଟା ଛିଦ୍ର ରୋଗ

Wilsonomyces carpophilus

ଫିମ୍ପି

ସଂକ୍ଷେପରେ

  • ଛୋଟ ବାଇଗଣୀ କଳା ଦାଗ ଥାଏ। ଏହା ବଢିବା ସହିତ କେନ୍ଦ୍ର ବାଇଗଣୀ ମାଟିଆ ରଙ୍ଗରେ ପରିଣତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ
ବାଦାମ
ଆପ୍ରିକଟ
ଚେରୀ
ପିଚ

ବାଦାମ

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣ ବସନ୍ତ ଋତୁରେ ଦେଖାଯାଏ ଏବଂ ନୂତନ ପତ୍ର ଓ ବେଳେବେଳେ ଡାଳ ଓ କଢରେ ବାଇଗଣୀ କିମ୍ବା ଲାଲ ଦାଗ ସୃଷ୍ଟି ହୋଇଥାଏ। ଏହି ଦାଗ ଅନେକ ସମୟରେ ଏକ ଇଷତ ସବୁଜ କିମ୍ବା ହଳଦିଆ ଧାର ଦ୍ଵାରା ଘେରି ରହିଥାଏ। ଏହା ପ୍ରସାରିତ ହେବା ସମୟରେ, ସେମାନଙ୍କ କେନ୍ଦ୍ର ପ୍ରଥମେ ମାଟିଆ କିମ୍ବା କଳଙ୍କି ବର୍ଣ୍ଣର ହୋଇଥାଏ ଏବଂ ଘଟଣାକ୍ରମେ ଝଡିଯାଏ ଓ ଏକ ନିର୍ଦ୍ଧିଷ୍ଟ ଗୁଳିଫୁଟା ଛିଦ୍ର ଲକ୍ଷଣ ଦେଖା ଯାଇଥାଏ, ଯାହାଦ୍ୱାରା ଏହି ରୋଗ ନାମିତ ହୋଇଥାଏ। ଅକାଳ ପତ୍ରଝଡା ଦେଖା ଦେଇପାରେ। ଛୋଟ ଡାଳରେ ମୃତ କଢ, କ୍ଷତ ଦାଗ କିମ୍ବା ଅଠା ନିର୍ଗତ କରୁଥିବା ଯାଦୁରା ଦେଖାଯାଇ ପାରେ। ଫଳରେ, ସାଧାରଣତଃ ଉପର ପୃଷ୍ଠରେ, ବାଇଗଣୀ ଧାର ଥିବା ଖଦଡ ଓ ସୋଲ ଭଳି କ୍ଷତ ଦାଗ ଦେଖାଯାଏ। ଏହା ଫଳକୁ ଆକର୍ଷଣହୀନ ଓ ବଜାର ପାଇଁ ଅନୁପଯୋଗୀ କରିଥାଏ। ଦାଗର ମଧ୍ୟ ଅଂଶକୁ ଜବ କାଚରେ ଦେଖିଲେ ଛୋଟ ଛୋଟ କଳା ଦାଗ ଦେଖାଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ସହଳ ଶୀତ ଋତୁରେ କପର ଭିତ୍ତିକ କବକନାଶୀ ଏହି ରୋଗ ଦମନ ପାଇଁ ସିଞ୍ଚନ କରାଯାଇ ପାରେ। ଘରେ ତିଆରି ବୋର୍ଡକ୍ସ ମିଶ୍ରଣ କିମ୍ବା ବ୍ୟବସାୟ ଭିତ୍ତିକ କପର କବକନାଶୀ କ୍ରୟ କରାଯାଇ ପାରେ। ବିଳମ୍ବ ଶରଦରେ ପତ୍ର ଝଡା ତ୍ୱରାନ୍ୱିତ କରିବା ଓ ନୂଆ ଋତୁ ଆରମ୍ଭ ହେବା ପୂର୍ବରୁ କବକର ଉପସ୍ଥିତି କମାଇବା ପାଇଁ ଜିଙ୍କ ସଲଫେଟ ପତ୍ରରେ ସିଞ୍ଚନ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫଳକୁ ସୁରକ୍ଷା ଦେବା ପାଇଁ କବକନାଶୀ ଫୁଲ ଅବସ୍ଥାର ପୂର୍ବରୁ ଓ ପରେ, କଢ ଆରମ୍ଭ ହେବା ଠାରୁ ପାଖୁଡା ଝଡିବା ପର୍ଯ୍ୟନ୍ତ ସିଞ୍ଚନ ଲାରାଯାଇ ପାରେ। ଫଳକୁ ସୁରକ୍ଷା ଦେବା ପାଇଁ ସିଞ୍ଚନ ଆବଶ୍ୟକ ନା ନାହିଁ ଫୁଲ ଅବସ୍ଥାରେ ପାଣିପାଗ ତଥ୍ୟରୁ ଜଣା ପଡିଥାଏ। ଯେହେତୁ ଏହି ଅବସ୍ଥାରେ କପର ଅନୁମୋଦନ କରାଯାଏ ନାହିଁ, ଥିରାମ, ଜିରାମ, ଆଜୋକ୍ସିଷ୍ଟ୍ରୋବିନ, କ୍ଳୋରୋଥାଲୋନିଲ, ଆଇପ୍ରୋଡାଅନ ଆଦି କବକନାଶୀ ସୁପାରିସ କରାଯାଏ।

ଏହାର କାରଣ କଣ

ୱିଲ୍ସୋନୋମାଇସେସ କାର୍ପୋଫାଇଲସ ନାମକ କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ, ଯାହାକି ଅନେକ ଫଳ (ପିଚ, ଆଲମଣ୍ଡ, ଚେରୀ ଏବଂ ଏପ୍ରିକଟ) କୁ ସଂକ୍ରମଣ କରିଥାଏ। ଇଂରାଜୀ ଲରେଲ ଏବଂ ନେକ୍ଟାରାଇନ ଆଦି ବିକଳ୍ପ ପୋଷକ ଅଟନ୍ତି। କବକ କଢ, ଡାଳ ଓ ଶୁଖିଲା ଫଳର କ୍ଷତ ଦାଗରେ, ଶୀତସୁପ୍ତି କରିଥାଏ। ଯେତେବେଳେ ପାଣିପାଗ ପରିସ୍ଥିତି ଅନୁକୂଳ ହୋଇଥାଏ, ଏହା ବୃଦ୍ଧି କରିଥାଏ ଓ ରେଣୁ ଉତ୍ପନ୍ନ କରିଥାଏ ଯାହାକି ବର୍ଷା ଛିଟ ଦ୍ଵାରା ସୁସ୍ଥ ଟିସୂ ଉପରକୁ ଯାଇଥାଏ। ପତ୍ର ଆର୍ଦ୍ରତାର ଦୀର୍ଘ ଅବଧି (14 - 24 ଘଣ୍ଟା କିମ୍ବା ଅଧିକ) ଏବଂ ପ୍ରାୟ 22 °C ତାପମାନ କବକର ଜୀବନ ଚକ୍ର ଓ ସୁସ୍ଥ ଗଛକୁ ସଂକ୍ରମଣ କରିବାର ସମ୍ଭାବନାକୁ ଅନୁକୂଳ କରିଥାଏ। ଉଷ୍ଣ, କୁହୁଡିଆ କିମ୍ବା ବର୍ଷା ହେଉଥିବା ଶୀତ ଋତୁ ଏବଂ ବସନ୍ତର ପ୍ରବଳ ବର୍ଷା ରେଣୁର ସୃଷ୍ଟି ହେବା ଓ ବିସ୍ତାର କରିବାକୁ ଅନୁକୂଳ କରିଥାଏ। କେବଳ ବସନ୍ତର ଅସାଧାରଣ ଆର୍ଦ୍ର ପାଣିପାଗ ସମୟରେ ଷ୍ଟୋନ ଫଳରେ ଏହି ରୋଗ ବିକଶିତ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଜଳସେଚନ ସମୟରେ ତଳ ପତ୍ରରେ ପାଣି ଛିଟ ବାରଣ କରନ୍ତୁ। ରୋଗର ଲକ୍ଷଣ ପାଇଁ ନିୟମିତ ବଗିଚା ନିରୀକ୍ଷଣ କରନ୍ତୁ। ପତ୍ର ସମୂହରେ ଉତ୍ତମ ବାୟୁ ଚଳାଚଳ ପାଇଁ କାଟଛାଣ୍ଟ କରନ୍ତୁ। ସଂକ୍ରମଣ ଚିହ୍ନିତ ହେବା ମାତ୍ରେ ରୋଗାକ୍ରାନ୍ତ ଡାଳକୁ ସୁସ୍ଥ ଟିସୂର କିଛି ସେମି ତଳୁ କାଟି କାଢି ଦିଅନ୍ତୁ। ଜମି କାର୍ଯ୍ୟ ପରେ କାଟିବା ଯନ୍ତ୍ରପାତି ଓ ଅନ୍ୟ ପାତ୍ର ବିଶୋଧନ କରନ୍ତୁ। ଜମିରୁ କଟା ଯାଇଥିବା ଡାଳ ଓ କାଠ କାଢି ନଷ୍ଟ କରି ଦିଅନ୍ତୁ। ଗଛ ପାଖରେ ବିକର୍ଷକ ଭାବରେ ରସୁଣ ଓ ପିଆଜ ଲଗାନ୍ତୁ। ବିକଳ୍ପ ଭାବରେ, ଗଣ୍ଡି ଚାରିପଟେ ଜୈବିକ ଛାଦି ବିଛାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ