Gymnosporangium sabinae
ଫିମ୍ପି
ଛୋଟ, ମାଟିଆ ଗୋଲାକାର ଦାଗ ପ୍ରଥମେ ପତ୍ରର ଉପର ପଟେ ବିକଶିତ ହୋଇଥାଏ। ବଢିବା ସମୟରେ, ତାହା ଏକ ଗାଢ ମାଟିଆ କେନ୍ଦ୍ର ସହିତ ଉଜ୍ଜ୍ଵଳ କମଳା-ଲାଲ ରଙ୍ଗରେ ପରିଣତ ହୋଇଥାଏ। ବିଳମ୍ବ ଗ୍ରୀଷ୍ମରେ, ଦାନା ଆକାରର, ମାଟିଆ ଏବଂ ଗଣ୍ଠି ଭଳି ବାହ୍ୟ-ବୃଦ୍ଧି ପତ୍ରର ତଳପଟେ ପରିଲକ୍ଷିତ ହୋଇଥାଏ। ବେଳେବେଳେ, ଖାଲୁଆ, ଯାଦୁରା କ୍ଷତ ଦାଗ ଶାଖାର ବକଳରେ ଏବଂ ନୂଆ ଗଛର ଗଣ୍ଡିରେ ଦେଖାଯାଏ। ଯଦିଓ ଫଳ ସିଧାସଳଖ ପ୍ରଭାବିତ ହୁଏନାହିଁ, ସାଂଘାତିକ ସଂକ୍ରମଣ ପତ୍ରହୀନତା ଓ ଫସଲ କ୍ଷତି କରିଥାଏ।
ଆଜି ପର୍ଯ୍ୟନ୍ତ, ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ଉପଲବ୍ଧ ନାହିଁ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସାଧାରଣତଃ କମ ମାତ୍ରାରେ ସଂକ୍ରମଣ ଏକ ସମସ୍ୟା ନୁହେଁ, ଏହାକୁ ଗୁରୁତ୍ଵ ଦିଆଯାଇ ନ ପାରେ। ଡାଇଫେନୋକୋନାଜଲ ଭିତ୍ତିକ କବକନାଶୀ ଏହି ରୋଗ ନିୟନ୍ତ୍ରଣ କରିବାକୁ ପ୍ରୟୋଗ କରାଯାଇ ପାରେ। ଘରୋଇ ବଗିଚା ପାଇଁ, ଟେବୁକୋନାଜଲ, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ ସହିତ ଟେବୁକୋନାଜଲ ଏବଂ ତ୍ରିଟିକୋନାଜଲ କବକନାଶୀ କଳଙ୍କି ରାଗ ନିୟନ୍ତ୍ରଣ ପାଇଁ ସୁପାରିସ କରାଯାଏ।
ଉଭୟ ପିଅର ଗଛ ଜୁନିପରକୁ ଆକ୍ରମଣ କରୁଥିବା ଜିମ୍ନୋସ୍ପୋରାଞ୍ଜିଆମ ସାବିନେ ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ପିଅର ଏହି ଜୀବାଣୁ ପାଇଁ କେବଳ ଏକ ମଧ୍ୟବର୍ତ୍ତୀ ପୋଷକ ଅଟେ ଏବଂ ଏହାର ଜୀବନ ଚକ୍ର ସଂପୂର୍ଣ୍ଣ କରିବା ପାଇଁ ବାସ୍ତବରେ ଉଭୟ ଗଛ ଆବଶ୍ୟକ ହୋଇଥାଏ। ଏହା ଗଛର ମୃତ ଅଂଶରେ ବଞ୍ଚି ରହିବା ପାଇଁ ସମର୍ଥ ନୁହେଁ, ତେଣୁ ଏହା ପୋଷକ ଗଛ ବଦଳାଇ ଥାଏ। କବକ ଜୁନିପରରେ ସୁପ୍ତ ଭାବରେ ରହିଥାଏ, ଯାହାକି ତାହାର ପ୍ରାଥମିକ ପୋଷକ ଅଟେ। ବସନ୍ତରେ, ଜୁନିପରରୁ ରେଣୁ ବିସ୍ତାର ଲାଭ କରି ନିକଟରେ ଥିବା ପିଅର ଗଛକୁ ସଂକ୍ରମିତ କରିଥାଏ। ବାସ୍ତବରେ, ପିଅର ଗଛର ପତ୍ର ତଳପଟେ ଥିବା ଦାଗ ହେଉଛି କବକ ରେଣୁ ସୃଷ୍ଟି କରୁଥିବା ଗଠନ। ଏହି ରେଣୁ ପିଅର ଗଛକୁ ପୁନଃ ସଂକ୍ରମଣ କରି ପାରିବ ନାହିଁ, ତେଣୁ ଗ୍ରୀଷ୍ମ ଶେଷରେ ନୂଆ ଜୁନିପରକୁ ସଂକ୍ରମଣ କରିବା ପାଇଁ ଏହା ଦୂର ସ୍ଥାନକୁ (500 ମିଟର ପର୍ଯ୍ୟନ୍ତ) ବିସ୍ତାର କରିଥାଏ। ସେଠାରେ, ସେମାନେ ଶାଖାରେ ବହୁବର୍ଷିୟ ଶିଙ୍ଘ ଭଳି ଫୁଲା ସୃଷ୍ଟି କରିଥାନ୍ତି। ଏହି ବାହ୍ୟ ବୃଦ୍ଧି ନିର୍ଦ୍ଧିଷ୍ଟ ଭାବରେ ବସନ୍ତରେ ଓ ଉଚ୍ଚ ଆର୍ଦ୍ରତା ଥିବା ସମୟରେ ସ୍ପଷ୍ଟ ଦେଖାଯାଏ