ଆପେଲ

ଆପଲ୍ ଯାଦୁରା ରୋଗ

Venturia inaequalis

ଫିମ୍ପି

ସଂକ୍ଷେପରେ

  • ପତ୍ରରେ ଛୋଟ, ଅଲିଭ-ସବୁଜ କିମ୍ବା ବାଦାମୀ ଦାଗ ଦେଖାଯାଏ। ପରେ ଏହା ବଡ ବାଦାମୀ ପ୍ୟାଚ୍ ରେ ପରିଣତ ହୋଇଥାଏ। ପତ୍ର ବିକୃତି ଓ ଅକାଳ ପତ୍ରଝଡା ଦେଖାଯାଏ। ଗାଢ ବାଦାମୀ, ବହଳିଆ, କଠିନ ଦାଗ ଫଳରେ ଦେଖାଯାଏ। ଫଳ ବିକୃତ ହୁଏ ଓ ଫାଟିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆପେଲ

ଲକ୍ଷଣ

ଆପଲ୍ ସ୍କାବ/ଯାଦୁରାର ପ୍ରଥମ ଦୃଶ୍ୟମାନ ଲକ୍ଷଣ ବସନ୍ତରେ ଛୋଟ, ବୃତ୍ତାକାର, ଅଲିଭ୍-ସବୁଜ ଦାଗ ଆକାରରେ ଦେଖାଯାଏ, ପ୍ରାୟତଃ ଏହା ଏକ ମୁଖ୍ୟ ଶିରାରେ ଦେଖାଯାଏ। ଏହା ବଢିବା ସହିତ, ବାଦାମୀ-କଳା ହୋଇଯାଏ ଏବଂ ଶେଷରେ ଏକାଠି ହୋଇ ବିଗଳିତ ଟିସୁର ବଡ଼ ପ୍ୟାଚ୍ ଗଠନ କରିଥାଏ। ପ୍ରଭାବିତ ପତ୍ରଗୁଡିକ ପ୍ରାୟତଃ ବିକୃତ ହୋଇ ଅକାଳରେ ଝଡିଯାଏ, ଯାହା ଫଳରେ ଭାରି ସଂକ୍ରମଣରେ ପତ୍ରହୀନତା ହୋଇଥାଏ। ଡାଳ ଉପରେ, ସଂକ୍ରମଣ ଫୁଲା ଏବଂ ଫାଟ ସୃଷ୍ଟି କରିଥାଏ, ଯାହା ପରେ ସୁବିଧାବାଦୀ ଜୀବାଣୁକୁ ପାଇଁ ପ୍ରବେଶ ପ୍ରଦାନ କରିପାରେ। ଫଳଗୁଡ଼ିକ ଉପରେ, ବାଦାମୀରୁ ଗାଢ ବାଦାମୀ ବୃତ୍ତାକାର କ୍ଷେତ୍ରଗୁଡ଼ିକ ପୃଷ୍ଠରେ ଦେଖାଯାଏ, ଏହା ବଢିବା ସମୟରେ, ସେମାନେ ଏକାଠି ହୋଇ ମିଶିଥାନ୍ତି ଓ ବହଳିଆ, କଠିନ ଓ ସୋଲ ଭଳି ହୋଇଥାନ୍ତି। ଏହା ଫଳର ବୃଦ୍ଧିକୁ ସୀମିତ କରିଥାଏ ଏବଂ ଚୋପାର ବିକୃତି ଏବଂ ଫାଟ ସୃଷ୍ଟି କରିଥାଏ ଯାହା ଫଳର ଶସକୁ ଦୃଶ୍ୟ କରାଇ ଥାଏ। ହାଲୁକା ସଂକ୍ରମଣ ଫଳର ଗୁଣକୁ ବିଶେଷ ପ୍ରଭାବିତ କରେ ନାହିଁ। କିନ୍ତୁ, ସ୍କାବ/ଯାଦୁରା ଗୁଡିକ ଫଳଗୁଡିକୁ ସୁବିଧାବାଦୀ ଜୀବାଣୁ ଏବଂ ସଢା ସଂସ୍ପର୍ଶରେ ଆଣିଥାଏ, ସଂରକ୍ଷଣ କ୍ଷମତା ଏବଂ ଗୁଣବତ୍ତା ହ୍ରାସ କରିଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପୂର୍ବ ଋତୁରେ ଯଦି ରୋଗ ସ୍ତର ଅଧିକ ଥାଏ, ତେବେ ଶୀତ ଋତୁରେ ଗଛରେ କବକ ବୃଦ୍ଧିରେ ବାଧା ସୃଷ୍ଟି କରିବା ପାଇଁ ତରଳ କପର କବକନାଶୀ ସ୍ପ୍ରେ କରାଯାଇପାରେ। ସଲଫର୍/ଗନ୍ଧକ ସ୍ପ୍ରେ କେବଳ ଆପଲ୍ ସ୍କାବ୍ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଅଟେ। ଅବଶ୍ୟ, ସଲଫର ଏବଂ ପାଇରେଥ୍ରିନ୍ ଥିବା କରିଥିବା ଦ୍ରବଣ ଗୁଡିକ ବୃଦ୍ଧି ଋତୁରେ ବଢୁଥିବା ରୋଗର ଜୈବିକ ନିୟନ୍ତ୍ରଣ ପାଇଁ ଉପଲବ୍ଧ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ରୋଗରୁ ରକ୍ଷା ପାଇବା ପାଇଁ ଡୋଡାଇନ୍, କ୍ୟାପଟନ୍ କିମ୍ବା ଡାଇନାଥିଅନ୍ ଭଳି ସୁରକ୍ଷାତ୍ମକ କବକନାଶୀ ସ୍ପ୍ରେ କରାଯାଇପାରେ। ଥରେ ସ୍କାବ ଚିହ୍ନଟ ହୋଇଗଲେ, ଡିଫେନୋକୋନାଜୋଲ, ମାଇକ୍ଲୋବୁଟାନିଲ କିମ୍ବା ସଲଫର ଉପରେ ଆଧାରିତ କବକନାଶୀ ବ୍ୟବହାର କରାଯାଇ କନକର ବିକାଶକୁ ନିୟନ୍ତ୍ରଣ କରାଯାଇପାରିବ। କବକରେ ପ୍ରତିରୋଧର ବିକାଶକୁ ଏଡାଇବା ପାଇଁ ବିଭିନ୍ନ ରାସାୟନିକ ଗ୍ରୁପରୁ ସ୍କାବ୍ କବକନାଶୀ ବ୍ୟବହାର କରାଯିବା ନିଶ୍ଚିତ କରନ୍ତୁ।

ଏହାର କାରଣ କଣ

ଆପଲ୍ ଯାଦୁରା ହେଉଛି କବକ ଭେଣ୍ଟୁରିଆ ଇନକ୍ୱାଲିସ୍ ଦ୍ଵାରା ସୃଷ୍ଟି ହୋଇଥିବା ଏକ ରୋଗ। ଏହା ମୁଖ୍ୟତଃ ଭୂମିରେ ସଂକ୍ରମିତ ପତ୍ର ଉପରେ କିନ୍ତୁ କାଠରେ କ୍ଷତ କିମ୍ବା କଢ କାତିରେ ମଧ୍ୟ ଶୀତଦିନେ ବଞ୍ଚି ରହିଥାଏ। ବସନ୍ତ ଆରମ୍ଭରେ, କବକ ପୁନର୍ବାର ଅଭିବୃଦ୍ଧି ଆରମ୍ଭ କରେ ଏବଂ ସ୍ପୋରସ୍/ରେଣୁ ଉତ୍ପାଦନ ଆରମ୍ଭ କରିଥାଏ, ଯାହା ପରେ ମୁକ୍ତ ହୋଇ ପବନ ଦ୍ୱାରା ଦୀର୍ଘ ଦୂର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥାଏ। ଏହି ସ୍ପୋରସ୍ ବଢୁଥିବା ପତ୍ର ଏବଂ ଫଳରେ ପଡିଥାଏ ଏବଂ ଏକ ନୂତନ ସଂକ୍ରମଣ ଆରମ୍ଭ କରିଥାଏ। ଫୁଟି ନ ଥିବା ଫଳ କଢର ବାହ୍ୟ ଅଂଶଗୁଡିକ ସ୍କାବ/ଯାଦୁରାରେ ଅତ୍ୟଧିକ ସଂକ୍ରମିତ ହୋଇଥାଏ। ତଥାପି, ଫଳ ପରିପକ୍ୱ ହେବା ସହିତ ଏହା ବହୁତ କମ ସଂକ୍ରମିତ ହୋଇଥାଏ। ସଂକ୍ରମଣ ପାଇଁ ଆର୍ଦ୍ର ପରିବେଶ, ପତ୍ର କିମ୍ବା ଫଳର ଓଦା ସମୟ ଅତ୍ୟନ୍ତ ଜରୁରୀ। ବିକଳ୍ପ ପୋଷକଗୁଡ଼ିକରେ କୋଟୋନାଷ୍ଟର, ପିରାକାନ୍ଥା ଏବଂ ସୋରବସ୍ ବଂଶର ବୁଦା ଅନ୍ତର୍ଭୁକ୍ତ ଅଟେ। ସମସ୍ତ ଆପଲ୍ କିସମଗୁଡିକ ସ୍କାବରେ ସଂକ୍ରମିତ ହୋଇଥାଏ, ଗାଲା କିସମ ଅଧିକ ସଂବେଦନଶୀଳ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ସହନଶୀଳ କିମ୍ବା ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ। ରୋଗର ଲକ୍ଷଣ ପାଇଁ ବଗିଚା ଉପରେ ନଜର ରଖନ୍ତୁ। ପ୍ରଭାବିତ ପତ୍ର, କାଣ୍ଡ ଏବଂ ଫଳ କାଢି ଦିଅନ୍ତୁ। ଅମଳ ପରେ ଆପଣଙ୍କ ଗଛର ଚାରିପାଖରୁ ପଡ଼ିଥିବା ସମସ୍ତ ପତ୍ରକୁ କାଢନ୍ତୁ। ବୈକଳ୍ପିକ ଭାବରେ, ତଳେ ପଡିଥିବା ପତ୍ର ଗୁଡିକର ସଢ଼ିବା ବଢାଇବା ଓ କବକର ଜୀବନ ଚକ୍ରରେ ବାଧା ଦେବା ପାଇଁ ଶରତ ଋତୁରେ ପତ୍ରରେ 5% ୟୁରିଆ ପ୍ରୟୋଗ କରନ୍ତୁ। ତଳେ ପଡିଥିବା ଅତ୍ୟଧିକ ପତ୍ରର ଆବର୍ଜନା କୁ କାଟି କାଢି ଏହାର ଟିସୁ ସଢ଼ିବା ତ୍ୱରାନ୍ୱିତ କରାଯାଇପାରେ। ଏକ କାଟଛାଣ୍ଟ ନିଶ୍ଚିତ କରନ୍ତୁ ଯାହା ଅଧିକ ବାୟୁ ପ୍ରବାହ ପାଇଁ ସୁବିଧା ଦେଇଥାଏ। ସନ୍ଧ୍ୟାରେ କିମ୍ବା ସକାଳେ ପାଣି ଦିଅନ୍ତୁ ଏବଂ ଓଭରହେଡ୍/ସିଞ୍ଚନ ଜଳସେଚନରୁ ଦୂରେଇ ରୁହନ୍ତୁ। ପାଣି ଦେବା ସମୟରେ ପତ୍ରକୁ ଓଦା ହେବା ଠାରୁ ଦୂରେଇ ରୁହନ୍ତୁ। ମାଟିର ଅମ୍ଳତା ବୃଦ୍ଧି ପାଇଁ ପତ୍ରଝଡା ପରେ ଚୂନ ପ୍ରୟୋଗ କରନ୍ତୁ। ଗଛ ତଳେ ଏକ ଛାଦି ବିସ୍ତାର କରନ୍ତୁ, ଏହାକୁ ଗଣ୍ଡିଠାରୁ ଦୂରରେ ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ