ଯତ୍ନ
ବିକାଶ ଏବଂ ଫଳ ଧରିବା ଅବସ୍ଥାରେ ନିୟମିତ ଏବଂ ଯୁକ୍ତିଯୁକ୍ତ ଜଳସେଚନର ପ୍ରୟୋଗ ଶାରୀରିକ ସମସ୍ଯା ଯେମିତିକି କଢ ସଢା ସମସ୍ଯା କୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ବିଶେଷ କରି ଫଳ ଧରିବା ସମୟରେ ଗଛ ଗୁଡିକ ଅଧିକ ପରିମାଣର ଜଳ ଆବଶ୍ୟକ କରିଥାନ୍ତି। କିନ୍ତୁ, ଲମ୍ବା ସମୟ ପର୍ଯ୍ୟନ୍ତ ପତ୍ର ଓଦା ରହିବାକୁ ଦିଅନ୍ତୁ ନାହିଁ କାରଣ ଏହା କବକ ବୃଦ୍ଧି କୁ ସାହାଯ୍ୟ କରିଥାଏ। ଗଛ ଲଗାଇବା ସମୟରେ ମାଟିରେ ରଞ୍ଜା ପୋତି ରଖିଲେ ପରେ ଟମାଟ ଜମି ଉପରେ ଫଳିବା ରେ ସହାୟକ ହେବ। ଗ୍ରୀନହାଉସ ରେ ମଧ୍ୟ ସୁତୁଲି କିମ୍ବା ସ୍ଵତନ୍ତ୍ର ଯନ୍ତା ଲଗାଇ ହେବ।
ମାଟି
ଉତ୍ତମ ଜଳ ନିଷ୍କାସିତ, ଦୋରସା ମାଟି ଯାହାର pH 6 ରୁ 6.8 ମଧ୍ୟରେ ଥାଇ ଅଳ୍ପ ଅମ୍ଳ ହୋଇଥିବ ସେପରି ମାଟି ପାଇଁ ଟମାଟ ଫସଲ ଉପଯୋଜନିତ ହୋଇଛି। ମୂଳ ଅଞ୍ଚଳ କୁ ଓଦା ରଖାଯିବା ଉଚିତ କିନ୍ତୁ ସନ୍ତସନ୍ତିଆ ନୁହଁ। ଟମାଟ ର ଚେର ଭଲ ପରିସ୍ଥିତିରେ 3 ମିଟର ଗଭୀର ପର୍ଯ୍ୟନ୍ତ ବଢି ପାରିବ। ତେଣୁ, ମାଟି ଫୁସ୍ଫୁସିଆ ରହିବା ଆବଶ୍ୟକ ଏବଂ ପାଣି ଠିକ ଭାବେ ବୋହି ପାରିବ। କଠିନ ଜମି ଏବଂ ଭାରି ମଟାଳ ମାଟି ବୃଦ୍ଧି କୁ ମୂଳ ଅଞ୍ଚଳରେ ସୀମିତ କରି ଦେଇ ପାରେ ଏବଂ ଗଛ ଅସୁସ୍ଥ ହୋଇ ବାଙ୍ଗରା ହୋଇଯାଏ ଏବଂ ଉତ୍ପାଦନ କମିଯାଇଥାଏ।
ଜଳବାୟୁ
ଟମାଟ ଏକ ଗରମ ସିଜନ ଫସଲ ଯାହା ସ୍ଵପରାଗଣ ଗଛ ଅଟେ। ଟମାଟ ଏକ କୁହଡୁ ସମ୍ବେଦନ ଶୀଳ ଗଛ ଯାହା ଗରମ ପଗରେ ବଞ୍ଚି ପାରେ ଏବଂ ସେଥିପାଇଁ ଏହା ଶେଷ କୁହୁଡି ଦିନ ଅତିକ୍ରମ କଲା ପରେ ହିଁ ଲଗାଇବା ଉଚିତ। ଯେଉଁ ଅଞ୍ଚଳରେ 3.5 ମାସ ରୁ କମ କୁହୁଡି ମୁକ୍ତ ସମୟ ମିଳିଥାଏ ସେଠାରେ ଟମାଟ ଫସଲ ଲାଭଦାୟକ ହୋଇ ନପାରେ। ପୁରା ସୂର୍ଯ୍ୟ ପ୍ରକାଶ ଗୁରୁତ୍ୱପୂର୍ଣ୍ଣ ଏବଂ ଫସଲକୁ ଅତି କମ ରେ 6 ଘଣ୍ଟା ସୂର୍ଯ୍ୟାଲୋକ ମିଳବା ଆବଶ୍ୟକ। ଗଜା ହେବା ପାଇଁ ଉପଯୁକ୍ତ ତାପମାନ ହେଲା 21 ରୁ 27°C ମଧ୍ୟରେ। 10°C ତଳକୁ ଏବଂ 35°C ଉପରକୁ ଗଜା ହେବା ବହୁତ କମି ଯାଇଥାଏ। ଯଦିଓ ଟମାଟ ଏହା ପରେ କେବେ ବି ଲାଗାଯାଇପାରେ, କିନ୍ତୁ ଯେତେବେଳେ ଦିନର ତାପମାନ 16°Cରୁ ଅଧିକ ଏବଂ ରାତିରେ ତାପମାନ 12°C ରୁ ତଳକୁ ଖସେ ନାହିଁ ସେତେବେଳେ ଟମାଟ ସବୁଠାରୁ ଭଲ ଭାବେ ବଢି ଥାଏ। ଏହି ସବୁ ଆବଶ୍ୟକତା ପୂରଣ ହେଉ ନଥିବା କ୍ଷେତ୍ରରେ ଗ୍ରୀନହାଉସ ବାୟୁ ପ୍ରବାହ/ତାପ ନିୟନ୍ତ୍ରିତ ପଦ୍ଧତି ବ୍ୟବହାର କରା ଯାଇପାରେ।