ଧାନ

Oryza sativa

ଜଳସେଚନ
ଉଚ୍ଚ

ଚାଷ
ରୁଆ ଯାଇଥିବା

ଅମଳ କରିବା
90 - 120 ଦିନ

ପରିଶ୍ରମ
ଉଚ୍ଚ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 8.5

ତାପମାନ
10°C - 40°C

ଉର୍ବରୀକରଣ
ମଧ୍ୟମ

ଧାନ

ଉପକ୍ରମ

ଧାନ ଅଧିକତର ଏକ ବାର୍ଷିକୀ ଫସଲ ଭାବେ ଚାଷ କରାଯାଏ। ଏହା ଏକ ଶ୍ରମ ସାପେକ୍ଷ ଫସଲ ଏବଂ ପର୍ଯ୍ୟାପ୍ତ ପରିମାଣ ର ଜଳ ଆବଶ୍ୟକ କରିଥାଏ। 16-27°C ମଧ୍ୟରେ ତାପମାନ ଅନୁକୂଳ ଅଟେ। ଧାନ ଲଗାଇବା ଠାରୁ ଅମଳ ପର୍ଯ୍ୟନ୍ତ 90 ରୁ 120 ( କିମ୍ବା ଅଧିକ) ଦିନ ନେଇଥାଏ।

ଉପଦେଷ୍ଟା

ଯତ୍ନ

ଯତ୍ନ

ଧାନ ଉତ୍ପାଦନ ପାଇଁ ସମତଳ କିମ୍ବା ଅଳ୍ପ ଢାଲୁ ଅଞ୍ଚଳ ସବୁଠାରୁ ଅଧିକ ଉପଯୁକ୍ତ। ଧାନ ଚାଷ ପାଇଁ ପାରମ୍ପାରିକ ପଦ୍ଧତିରେ ତଳି ରୋଇଲା ବେଳେ କିମ୍ବା ରୋଇଲା ପରେ ଜମିକୁ ଜଳ ପ୍ଳାବିତ କରାଯାଏ। ଏହି ସରଳ ପଦ୍ଧତିରେ ପାଣି ବାନ୍ଧି ରଖିବା ଓ ନାଳ କରି ଛାଡିବା ପାଇଁ ଭଲ ଭାବେ ଯୋଜନା ଏବଂ କାର୍ଯ୍ୟାନ୍ୱୟନ ଆବଶ୍ୟକ ପଡିଥାଏ। ଏହି ପଦ୍ଧତି ଜଳମଗ୍ନ ଅବସ୍ଥାରେ ବଢି ନପାରୁଥିବା ବାଳୁଙ୍ଗା ବୃଦ୍ଧିକୁ କମ କରିଥାଏ ଏବଂ ହାନିକାରକ ଜୀବଜନ୍ତୁଙ୍କୁ ମଧ୍ୟ ଦୂରେଇ ରଖିଥାଏ। ଯଦିଓ ଧାନଚାଷ ପାଇଁ ଜଳ ପ୍ଲାବିତ ପରିସ୍ଥିତି ବାଧ୍ୟତାମୂଳକ ନୁହେଁ, କିନ୍ତୁ ଅନ୍ୟ ଜଳସେଚନ ପଦ୍ଧତି ପାଳନ କାଲେ, ଧାନ ର ଅଭିବୃଦ୍ଧି ସମୟରେ ବାଳୁଙ୍ଗା ଏବଂ ରୋଗପୋକ ନିୟନ୍ତ୍ରଣ ପାଇଁ ଅଧିକ ପ୍ରୟାସ କରିବାକୁ ପଡିଥାଏ ଏବଂ ଭିନ୍ନ ଉପାୟରେ ସାର ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ।

ମାଟି

ପଟୁମାଟି ଏବଂ ନଦୀ ଉପତ୍ୟକା ର ଉର୍ବର ଅଞ୍ଚଳରେ ଧାନ ଫସଲ ସବୁଠୁ ଭଲ ଭାବେ ହୋଇଥାଏ। କିନ୍ତୁ ଯଦି ପର୍ଯ୍ୟାପ୍ତ ପରିମାଣର ଜଳ ଏବଂ ସାର ଉପଲବ୍ଧ ହୁଏ ଏହି ବହୁମୂଖୀ ଫସଲ ମିଶ୍ରିତ ମାଟି କିମ୍ବା ଦୋରସା ଏବଂ ମଟାଳ ମାଟିରେ ମଧ୍ୟ ଚାଷ କରାଯାଇପାରେ।

ଜଳବାୟୁ

ଧାନର ବୃଦ୍ଧି ପାଇଁ 16 ° C - 27 ° C ତାପମାନ ଏବଂ 100 ସେମି ରୁ 200 ସେମି ମଧ୍ୟରେ ବୃଷ୍ଟିପାତ ଉପଯୁକ୍ତ ଅଟେ। ତଥାପି, ଅମଳ ସମୟରେ ବର୍ଷା ହେବା କ୍ଷତିକାରକ ଅଟେ। ବାର୍ଷିକ ହାରାହାରି ତାପମାନ ପ୍ରାୟ 24 ° C ଧାନ ଫସଲ ପାଇଁ ଉପଯୁକ୍ତ ଅଟେ। ଗଜା ହେବା ପାଇଁ ଧାନ ବିହନ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ଶୋଷିବା ଆବଶ୍ୟକ କରେ ଯାହା ଏହାର ସୁପ୍ତ ଅବସ୍ଥା କୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ।

ସମ୍ଭାବ୍ୟ ରୋଗ

ଧାନ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଧାନ

Oryza sativa

ଧାନ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଧାନ ଅଧିକତର ଏକ ବାର୍ଷିକୀ ଫସଲ ଭାବେ ଚାଷ କରାଯାଏ। ଏହା ଏକ ଶ୍ରମ ସାପେକ୍ଷ ଫସଲ ଏବଂ ପର୍ଯ୍ୟାପ୍ତ ପରିମାଣ ର ଜଳ ଆବଶ୍ୟକ କରିଥାଏ। 16-27°C ମଧ୍ୟରେ ତାପମାନ ଅନୁକୂଳ ଅଟେ। ଧାନ ଲଗାଇବା ଠାରୁ ଅମଳ ପର୍ଯ୍ୟନ୍ତ 90 ରୁ 120 ( କିମ୍ବା ଅଧିକ) ଦିନ ନେଇଥାଏ।

ମହତ୍ୱପୂର୍ଣ୍ଣ ତଥ୍ୟ