ଯତ୍ନ
ଚିନାବାଦାମ ଗଛ ହେଉଛି ଫାବାସି (Fabaceae) ପରିବାରର ଶିମ୍ବ ଜାତୀୟ ଫସଲ ଯାହା ଗ୍ରୀଷ୍ମ ଓ ଉପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ବ୍ୟାପକ ଭାବେ ଚାଷ କରାଯାଏ। ଚିନାବାଦାମ ଏକ ଶିମବା ଜାତୀୟ ଫସଲ ଯାହାର ଦାନା ପୁଷ୍ଟିସାର ପାଇଁ ବ୍ୟବହାର ହୋଇଥାଏ ଏବଂ ଏହାର ଉଚ୍ଚ ତୈଳ ଓ ଚର୍ବି ଅଂଶ ପାଇଁ ଏହାକୁ ''ତୈଳ ଜାତୀୟ ଫସଲ" ହିସାବରେ ଶ୍ରେଣୀଭୁକ୍ତ କରାଯାଇଛି। ଚିନାବାଦାମ ଦକ୍ଷିଣ ଆମେରିକାରୁ ଉତ୍ପତ୍ତି ହୋଇଛି, କିନ୍ତୁ ବର୍ତମାନ ସାରା ବିଶ୍ବରେ ଚାଷ କରାଯାଉଛି। 20 ରୁ ଅଧିକ ଦେଶରେ ପ୍ରାୟ 420 ଲକ୍ଷ୍ୟ ଏକର ରେ ଚିନାବାଦାମ ଫସଲ ଚାଷ କରାଯାଉଛି। ଚୀନ ବିଶ୍ଵର ମୋଟ ଉତ୍ପାଦନର ପ୍ରାୟ 37% ଚିନାବାଦାମ ଉତ୍ପାଦନ କରିଥାଏ।
ମାଟି
ଉତ୍ତମ ଜଳ ନିଷ୍କାସିତ, ଫୁସ୍ଫୁସିଆ ମାଟି ଯେମିତିକି ହାଲୁକା ବାଲିଆ ଦୋରସା ମାଟି ରେ ଚିନାବାଦାମ ସବୁଠୁ ଭଲ ହୋଇଥାଏ। ଯଦିଓ ଚିନାବାଦାମ ବିଭିନ୍ନ ପ୍ରକାର ମାଟିରେ ଲଗା ଯାଇ ପାରେ କିନ୍ତୁ ଏଗୁଡିକ ଅନୁକୂଳ ନୁହେଁ କାରଣ ଅତ୍ୟଧିକ ଜଳ ଧାରଣ କରୁଥିବା ର ଆଶଙ୍କା ଅଛି। ଟାଣ ମାଟି ଯେମିତିକି ମଟାଳ ମାଟି ଭିତର ଦେଇ ଚିନାବାଦାମର ଗୋଡ (ପେଗ) ପଶିବା କଷ୍ଟ ସାଧ୍ୟ ହୋଇଥାଏ। ମାଟି ବାୟୁବାହିତ ହେବା ଆବଶ୍ୟକ ଏବଂ ମଧ୍ୟମ ପରିମାଣର ଜୈବିକ ପଦାର୍ଥ ଥିବା ଆବଶ୍ୟକ। ଚାଈନା ବାଦାମ ଅଳ୍ପ ଅମ୍ଳ ମାଟି ରେ ବଞ୍ଚିପାରେ ଏବଂ 5.9 - 7 pH (5.5 - 7.0) ର ଯେ କୌଣସି ମାଟି ରେ ହୋଇପାରେ।
ଜଳବାୟୁ
ପୁରା ଖରା ହେଉଥିବା ଗରମ ଏବଂ ଆର୍ଦ୍ର ଜଳବାୟୁ ଚିନାବାଦାମର ସର୍ବାଧିକ ଉତ୍ପାଦନ ପାଇଁ ଅନୁକୂଳ ଅଟେ। ହାରାହାରି ଉପଯୁକ୍ତ ତାପମାନ ହେଉଛି 30 ଡିଗ୍ରୀ ସେଲସିଅସ। ସଫଳ ଚିନାବାଦାମ ଉତ୍ପାଦନ ପାଇଁ ଅତି କମରେ ଅନୁକୂଳିତ ତାପମାନ ହେଉଥିବା 100 ଦିନ ର ସିଜନ ଆବଶ୍ୟକ। ଚିନାବାଦାମ ଉତ୍ପାଦନ ପାଇଁ ତାପମାନ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ, ଯଦିଓ ଥଣ୍ଡା ଓ ଆର୍ଦ୍ର ଜାଳବାୟୁ କୁ ଚିନାବାଦାମ ସହ୍ୟ କରିପାରେ, ଏହି ପରିସ୍ଥିତି ଫସଲରେ ରୋଗ ସୃଷ୍ଟି ପାଇଁ ସହାୟକ ହୋଇଥାଏ। ( ଲମ୍ବା ଦିନ ଯୋଗୁଁ ପ୍ରଜନନ ଅଭିବୃଦ୍ଧିର ହାର କମି ଥାଏ, ଛୁଇନ ସଂଖ୍ୟା କମ ହୋଇଥାଏ, ଛୁଇନ ଭରିବା ପାଇଁ କମ ସମୟ ମିଳିଥାଏ ଏବଂ ଶେଷରେ ଉତ୍ପାଦନ ହ୍ରାସ ପାଇଥାଏ, ଏହା ବଦଳରେ ଲମ୍ବା ଦିନ ଅଙ୍ଗୀୟ ବୃଦ୍ଧି କୁ ପ୍ରୋତ୍ସାହିତ କରିଥାଏ।)