ଯତ୍ନ
ପିଆଜ ଏକ ଶୀତ ଦିନିଆ ଦ୍ଵିବାର୍ଷିକୀ ଗଛ କିନ୍ତୁ ସାଧାରଣତଃ ଏହା ବାର୍ଷିକୀ ଫସଲ ହିସାବରେ ଚାଷ କରାଯାଏ। ପିଆଜ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ର ଥାଏ। ଚାଷୀ ମାନେ ସାଧାରଣତଃ ବିହନରୁ ଗଛ ଲଗାଇଥାନ୍ତି ଓ ତଳି ରୋପଣ କରିଥାନ୍ତି। ମୁଖ୍ଯତଃ ପିଆଜ ସେଟ ବିହନ ଉତ୍ପାଦନ ପାଇଁ ବ୍ୟବହାର କରା ଯାଇଥାଏ। କିସମ ର ଅବଧି ଏବଂ ଜଳବାୟୁ କୁ ନେଇ ଚାଷୀ ମାନେ ଏକ ବର୍ଷରେ 3 ଥର ପିଆଜ ଚାଷ ପରି ପାରିବେ।
ମାଟି
ଗଭୀର, ଭୁରଭୂରା ଦୋରସା ଏବଂ ପଟୁ ମାଟି ଯେଉଁଥିରେ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା, ଜଳ ଧାରଣ କ୍ଷମତା ଏବଂ ଯଥେଷ୍ଟ ଜୈବିକ ପଦାର୍ଥ ଥାଏ ପିଆଜ ଫସଲ ପାଇଁ ସର୍ବୋତ୍ତମ ଅଟେ। ଯେ କୌଣସି ପ୍ରକାରର ମାଟି ହେଉନା କାହିଁକି ଉପଯୁକ୍ତ pH ର ପରିସର 6.0 - 7.5 ମଧ୍ୟରେ ରହିବା ଆବଶ୍ୟକ। କିନ୍ତୁ ପିଆଜ ହାଲୁକା ଖାରି ମାଟିରେ ମଧ୍ୟ ଚାଷ କର ଯାଇପାରେ। ପିଆଜ ଫସଲ ଉଠାଣିଆ ପଟି ରେ କିମ୍ବା ଧାଡି ଧାଡି ଉଠାଣିଆ ଜାଗା ଯାହା ଅତି କମ ରେ 10 ସେମି ଉଚ୍ଚ ହୋଇଥିବ, ସେଥିରେ ଭଲ ଭାବେ ବଢେ।
ଜଳବାୟୁ
ପିଆଜ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ଫସଲ କିନ୍ତୁ ବ୍ୟାପକ ରେଞ୍ଜ ଜଳବାୟୁ ଯଥା ନାତିଶୀତୋଷ୍ଣ, ଗ୍ରୀଷ୍ମ ମଣ୍ଡଳୀୟ ଓ ଉପ ବିଷୁବ ଉପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ରେ ଚାଷ କରା ଯାଇପାରେ। ଚରମ ଗରମ କିମ୍ବା ଥଣ୍ଡା ଏବଂ ଅତ୍ୟଧିକ ବର୍ଷା ନ ହେଉଥିବା ମୃଦୁ ପାଣିପାଗରେ ପିଆଜ ଫସଲ ବହୁତ ଭଲ ହୋଇପରେ। କିନ୍ତୁ, ପିଆଜ ଅତ୍ୟନ୍ତ ଥଣ୍ଡା ତାପମାନ କୁ ସହ୍ୟ କରିପାରେ। ଉତ୍ତମ ବୃଦ୍ଧି ପାଇଁ ଏହା ପ୍ରାୟ 70% ଆପେକ୍ଷିକ ଆର୍ଦ୍ରତା ଆବଶ୍ୟକ କରିଥାଏ। ବାର୍ଷିକ ହାରାହାରି 650-750 ମିମି ର ବୃଷ୍ଟିପାତ ହେଉଥିବା ଜାଗାରେ ଏହା ଭଲ ଭାବେ ବଢି ଥାଏ। ପିଆଜ ଫସଲ ର ଅଙ୍ଗୀୟ ବୃଦ୍ଧି ପାଇଁ କମ ତାପମାନ ଏବଂ ସ୍ୱଳ୍ପ ସୂର୍ଯ୍ୟାଲୋକ (ଆଲୋକ ଅବଧି) ର ଆବଶ୍ୟକ ହୋଇଥାଏ ଯେତେବେଳେକି କନ୍ଦ ଧରିବା ଓ ପାକଳ ହେବା ସମୟରେ ଏହା ପାଇଁ ଅଧିକ ତାପମାନ ଏବଂ ଦୀର୍ଘ ଦୈନିକ ଆଲୋକ ଆବଶ୍ୟକ ହୋଇଥାଏ।