ଯତ୍ନ
ଭେଣ୍ଡି (Abelmoschus esculentus - ଆବେଲମଶ୍ଚସ ଏସ୍କୁଲେଣ୍ଟସ୍) ଯାହାକି ଲେଡିସ ଫିଙ୍ଗର (ମହିଳା ଆଙ୍ଗୁଠି) ଭାବରେ ଜଣାଶୁଣା, ସାରା ପୃଥିବୀର ବିଷୁବ ମଣ୍ଡଳୀୟ ଜଳବାଯୁ ଏବଂ ଉଷ୍ଣ ନାତିଶୀତୋଷ୍ଣ ଅଞ୍ଚଳରେ ଚାଷ କରାଯାଏ। ଭେଣ୍ଡି ଫଳ ପାଇଁ ମୁଲ୍ଯବନ ଅଟେ ଯାହା କଅଁଳ ଅବସ୍ଥାରେ ଖାଇବା ଯୋଗ୍ୟ ଅଟେ। ଶୁଖିଲା ଫଳର ଚୋପା ଏବଂ ତନ୍ତୁ କାଗଜ, କାର୍ଡ ବୋର୍ଡ ଏବଂ ତନ୍ତୁ ଜାତୀୟ ପଦାର୍ଥ ପ୍ରସ୍ତୁତି ପାଇଁ ବ୍ୟବହାର କର ଯାଇଥାଏ। ଗଛର ମୂଳ ଓ କାଣ୍ଡ ଗୁଡ ପ୍ରସ୍ତୁତି ପାଇଁ ଆବଶ୍ୟକ ଆଖୁ ରସକୁ ସଫା କରିବାରେ ବ୍ୟବହୃତ ହୋଇଥାଏ।
ମାଟି
ବ୍ୟାପକ ରେଞ୍ଜ ର ମାଟିରେ ଭେଣ୍ଡି ଚାଷ କରାଯାଇପାରେ। ଢିଲା, ଚୂର୍ଣ୍ଣନୀୟ, ଉତ୍ତମ ଭାବେ ନିଷ୍କାସିତ ହେଉଥିବା ବାଲିଆ ଦୋରସା ମାଟି ଯାହା ଜୈବିକ ପଦାର୍ଥରେ ଭରପୁର ଥାଏ ସେଥିରେ, ଭେଣ୍ଡି ସବୁଠାରୁ ଭଲ ଭାବେ ବଢି ଥାଏ। ଉତ୍ତମ ଭାବେ ଜଳ ନିଷ୍କାସିତ ହେଉଥିବା ମଟାଳ ମାଟିରେ ମଧ୍ୟ ଭେଣ୍ଡି ଉତ୍ପାଦନ ଭଲ ହୋଇପାରେ। ଏହି ଫସଲ ପାଇଁ ଉପଯୁକ୍ତ ପି.ଏଚ (pH) ରେଞ୍ଜ ହେଉଛି 6.0-6.8। ଖାରି ଏବଂ ଲୁଣି ମାଟି ଏବଂ ଖରାପ ଜଳ ନିଷ୍କାସିତ ହେଉଥିବା ମାଟି ଏହି ଫସଲ ପାଇଁ ଭଲ ନୁହେଁ।
ଜଳବାୟୁ
ବିଶ୍ବରେ ଭେଣ୍ଡି ଏକ ଗରମ ଓ ମରୁଡି ପ୍ରତି ସର୍ବାଧିକ ସହନଶୀଳ ପରିବା ଫସଲ ମଧ୍ୟରେ ଅନ୍ଯତମ। ଥରେ ଭଲଭାବେ ଲାଗିଗଲା ପରେ ଏହା ଭୀଷଣ ମରୁଡି ପରିସ୍ଥିତିରେ ମଧ୍ୟ ବଞ୍ଚିପାରେ। କିନ୍ତୁ, ଭେଣ୍ଡି ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଏବଂ 24-27°C ର ନାତିଶୀତୋଷ୍ଣ ତାପମାନ ରେଞ୍ଜ ରେ ସବୁଠୁ ଭଲ ଭାବେ ବଢି ଥାଏ।