ଯତ୍ନ
ପେନିସେଟମ ଗ୍ଲାଉକମ ( ବାଜରା) ହେଉଛି ସବୁଠାରୁ ଅଧିକ ଚାଷ କରା ଯାଉଥିବା କ୍ଷୁଦ୍ରଶସ୍ୟ ଫସଲ। ଏହା ର ଉତ୍ତମ ପୋଷକ ତତ୍ତ୍ଵ ଏବଂ ଏହି ଫସଲର ବନ୍ୟା ଓ ମରୁଡି ପରି କଠିନ ପରିସ୍ଥିତି କୁ ମୁକାବିଲା କରିବାର କ୍ଷମତା ପାଇଁ ପରିଚିତ। ଏହାର ଦାନା ଲୋକମାନଙ୍କ ଖାଦ୍ୟ ହିସାବରେ ବ୍ୟବହୃତ ହୋଇଥାଏ ଏବଂ ଗଛର ବାକି ଅଂଶ ପଶୁଖାଦ୍ୟ ଭାବେ ବ୍ୟବହାର କରାଯାଏ।
ମାଟି
ଅନୁର୍ବର ଏବଂ ଅଧିକ ଲୁଣା କିମ୍ବା କମ pH ଥିବା ଜମିରେ ବାଜରା ଚାଷ ହୋଇପାରେ ସେଥିପାଇଁ ଏହା ଅନ୍ୟ ଫସଲ ର ଭଲ ବିକଳ୍ପ ଫସଲ ଭାବେ ନିଆଯାଏ। ଏହା ଅଧିକ ଆଲୁମିନିୟମ ଥିବା ଅମ୍ଳ ଉପ-ମୃତ୍ତିକାକୁ ମଧ୍ୟ ସହାୟ କରିପାରେ। କିନ୍ତୁ ଏହା ଜଳମଗ୍ନ ପରିବେଶ କିମ୍ବା ମଟାଳ ମାଟି କୁ ସହ୍ୟ କରି ପାରେ ନାହିଁ।
ଜଳବାୟୁ
ମରୁଡି ଏବଂ ଅଧିକ ତାପମାତ୍ରା ହେଉଥିବା ଅଞ୍ଚଳରେ ବାଜରା ଚାଷ ହୋଇପାରେ। ଏହାର ଦାନା ପରିପକ୍ଵ ହେବା ପାଇଁ ଦିନର ଉଚ୍ଚ ତାପମାତ୍ରା ଆବଶ୍ୟକ ହୋଇଥାଏ। ମରୁଡି ପ୍ରତିରୋଧି ହେବା ସତ୍ତ୍ୱେ ଏହି ଫସଲ ପାଇଁ ସିଜନ ରେ ସମାନ ଭାବେ ବିତରିତ ବୃଷ୍ଟିପାତ ଆବଶ୍ୟକ ହୋଇଥାଏ।