ଉପକ୍ରମ
ତରଭୁଜ ଦକ୍ଷିଣ ଆଫ୍ରିକାରୁ ଉତ୍ପତ୍ତି ହୋଇଛି। ଏହା ଏକ ମରୁଭୂମିର ଫଳ ଯେଉଁଥିରେ ପ୍ରୋଟିନ୍, ମିନେରାଲ୍ସ ଏବଂ କାର୍ବୋହାଇଡ୍ରେଟ୍ ସହିତ 92% ଜଳ ଥାଏ। ତରଭୁଜ ମୁଖ୍ୟତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚାଷ କରାଯାଏ।
Citrullus lanatus
ଜଳସେଚନ
ମଧ୍ୟମ
ଚାଷ
ବିହନ ବୁଣିବା
ଅମଳ କରିବା
70 - 100 ଦିନ
ପରିଶ୍ରମ
ମଧ୍ୟମ
ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ
pH ମୂଲ୍ୟ
6 - 7.5
ତାପମାନ
0°C - 0°C
ଉର୍ବରୀକରଣ

ଅନ୍ୟ ଫସଲ ଗୁଡିକ ପରି ତରଭୁଜ ଗଛ ନିଜେ ନିଜେ ଫୁଲରୁ ଫଳ ପ୍ରସ୍ତୁତ କରି ପାରେ ନାହିଁ। ଏହି ଗଛର ବିଶେଷତା ହେଉଛି ଅଣ୍ଡିରା ଏବଂ ମାଈ ଫୁଲ ଗଛରେ ପୃଥକ ଭାବରେ ଧରି ଥାଏ। ଅଣ୍ଡିରା ଫୁଲଗୁଡିକ ଆକାରରେ ଛୋଟ ଏବଂ ପ୍ରଥମେ ଦେଖାଯାଏ ଯେତେବେଳେ ମାଈ ଫୁଲଗୁଡିକ ବଡ ଏବଂ ପରେ ଦେଖାଯାଏ। ମାଈ ଫୁଲଗୁଡ଼ିକର ମୂଳରେ ଏକ ଛୋଟ ଫଳ ଥାଏ। ଯଦି ଏହା ଶୁକୁଡି ଯାଏ, ଏହାର ଅର୍ଥ ହେଲା ସେଥିରେ ପରାଗଣ ହେବ ନାହିଁ। ପ୍ରକୃତିରେ, ମହୁମାଛିମାନେ ଫୁଲରୁ ଫୁଲକୁ ଡେଇଁ ମହୁ ସଂଗ୍ରହ କରୁଥିବା ବେଳେ ପରାଗ ରେଣୁ ନେଇଥାନ୍ତି। ତେଣୁ ତରଭୁଜ ଫସଲରେ ଏକ କୃତ୍ରିମ ମହୁଫେଣା ସ୍ଥାପନ କରିବା ଏକ ଭଲ ଧାରଣା।
ଗଭୀର ଉର୍ବର ଏବଂ ଉତ୍ତମ ଜଳ ନିଷ୍କାସିତ ମାଟିରେ ତରଭୁଜ ଭଲଭାବେ ବଢିଥାଏ। ଏହା ସବୁଠାରୁ ଭଲ ଉତ୍ପାଦନ ଦେଇଥାଏ ଯେତେବେଳେ ବାଲିଆ କିମ୍ବା ବାଲିଆ ଦୋରସା ମାଟିରେ ଲଗାଯାଏ। ମାଟିରୁ ଜଳ ନିଷ୍କାସନ ସହଜରେ ହେଉଥିବା ଆବଶ୍ୟକ ନହେଲେ ଲତା ରେ କବକ ସଂକ୍ରମଣ ର ଆଶଙ୍କା ରହିଛି। ଫସଲ ଚକ୍ର ପାଳନ କରନ୍ତୁ ଯେହେତୁ ଗୋଟିଏ ଫସଲ ସେହି ଜମିରେ ବାରମ୍ବାର ନେଲେ ଖାଦ୍ୟସାର କମି ଯାଏ, କମ ଉତ୍ପାଦନ ହୁଏ ଏବଂ ଅଧକ ରୋଗ ସଂକ୍ରମଣ ହୋଇଥାଏ। ମାଟିର pH 6.0 ରୁ 7.5 ମଧ୍ୟରେ ରହିବା ନିହାତି ଆବଶ୍ୟକ। ଅମ୍ଳ ମାଟିରେ ବିହନ ଗଳିତ ହୋଇଯିବାର ସମ୍ଭାବନା ଅଛି। ଯଦିଓ ନିରପେକ୍ଷ pH ପସନ୍ଦ ଯୋଗ୍ୟ କିନ୍ତୁ ଏହା ଅଳ୍ପ ଖାରି ମାଟି ରେ ମଧ୍ୟ ଭଲ ବଢି ଥାଏ।
ଖରା ଦିନିଆ ଫସଲ ହୋଇଥିବାରୁ ତରଭୁଜ ଉତ୍ପାଦନ ପାଇଁ ଯଥେଷ୍ଟ ପରିମାଣର ସୂର୍ଯ୍ୟାଲୋକ ଏବଂ ଶୁଖିଲା ପାଗ ର ଅମବଶ୍ୟକତା ରହିଛି। ଭାରତବର୍ଷର ଜଳବାୟୁ ମୁଖ୍ଯତଃ ଯେହେତୁ ଗ୍ରୀଷ୍ମକାଳୀନ, ସବୁ ଋତୁ ତରଭୁଜ ଚାଷ ପାଇଁ ଉପଯୋଗୀ ଅଟେ। କିନ୍ତୁ, ଥଣ୍ଡା ଓ କୁହୁଡି ପାଇଁ ତରଭୁଜ ଫସଲ ସମ୍ବେଦନଶୀଳ ଅଟେ। ତେଣୁ, ଦେଶର ଯେଉଁ ଅଞ୍ଚଳରେ ପ୍ରବଳ ଶୀତ ହୁଏ, ସେଠାରେ କୁହୁଡି ସାରିଲା ପରେ ତରଭୁଜ ଚାଷ କରାଯାଇଥାଏ। ବିହନ ଅଙ୍କୁରଣ ଓ ଫସଲର ଅଭିବୃଦ୍ଧି ପାଇଁ 24-27⁰C ତାପମାନ ଅନୁକୂଳତମ ଅଟେ।